Home Top News ବିହାରରେ ଜୁନ୍ ୧, ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

ବିହାରରେ ଜୁନ୍ ୧, ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

28

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ବିହାରରେ ଜୁନ୍ ୧, ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି।

“ଲକଡାଉନ୍ ର ଭଲ ପ୍ରଭାବ ଅଛି ଏବଂ କରୋନା ସଂକ୍ରମଣ ହ୍ରାସ କରୁଛି। ତେଣୁ, ବିହାରରେ ମେ ୨୫ ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଅର୍ଥାତ୍ ଜୁନ୍ ୧, ୨୦୨୧ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ସେ କହିଛନ୍ତିଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ମଇ ୨୦୨୧ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ଏହି ଲକଡାଉନ୍ ଲାଗୁ କରାଯାଇଥିଲା। ଆଜି ସହଯୋଗୀ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ପୁନର୍ବାର ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏହା ପରେ ଏହି ନିଷ୍ପତ୍ତି ନିଆଯାଇଛି।“ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.