Home ଓଡ଼ିଶା କାଶ୍ମୀର: ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ଧାରା ୧୪୪ ଲାଗୁ

କାଶ୍ମୀର: ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ଧାରା ୧୪୪ ଲାଗୁ

172

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ଧାରା ୧୪୪ ଲାଗୁ କରାଯାଇଛି। ୫ ଅଗଷ୍ଟ ସୋମବାର ଠାରୁ ଧାରା ୧୪୪ ଲାଗୁ କରାଯାଇଥିବା କୁହାଯାଇଛି। ତେବେ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଏହା ଲାଗୁ ରହିବ। ଏହି ସମୟରେ ଜନତାଙ୍କର କୌଣସି ଆନ୍ଦୋଳନ କିମ୍ବା ପବ୍ଲିକ୍ ମିଟିଂ ହେବ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ, କଲେଜ୍ ମଧ୍ୟ ବନ୍ଦ ରହିବ। ଆଦେଶର ସଞ୍ଚାଳନର ଅବଧି ସମୟରେ କୌଣସି ଜନସଭା କିମ୍ବା ରାଲି ଆୟୋଜିତ କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଯାଇଛି। କେତେକ ମିଡ଼ିଆ ରିପୋର୍ଟ ଅନୁଯାୟୀ, କର୍ଫ୍ୟୁ ଲଗାଯାଇଥିବା କଥାକୁ ଖଣ୍ଡନ କରାଯାଇଛି ଏବଂ କୌଣସି ଯାଗାରେ କର୍ଫ୍ୟୁ ଲଗାଯାଇନାହିଁ ବୋଲି କୁହାଯାଇଛି।

ଅପର ପକ୍ଷରେ କାଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବା ଆଂଶିକ ରୂପରେ ବନ୍ଦ କରିଦିଆଯାଇଛି।

ସେହିପରି ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଜାମ୍ମୁର ଡେପୁଟି କମିଶନର ସୁଷମା ଚୌହାନ ଏହି ଘୋଷଣା କରିଛନ୍ତି। ଉଦ୍ଧମପୁରରେ ମଧ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ସୂଚନାଯେଗ୍ୟଯେ, ଶୁକ୍ରବାରଦିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର ଖୁଲାସା କରିଥିଲା। ଏହା ପରେ ଘାଟୀରେ ଆତଙ୍କବାଦୀ ଷଢ଼ଯନ୍ତ୍ରକୁ ଲକ୍ଷ ରଖି ସୁରକ୍ଷା ଦୃଷ୍ଟିରୁ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାଶ୍ମୀର ଘାଟୀ ଛାଡ଼ିବା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆଡଭାଇଜରୀ ଜାରୀ କରାଯାଇଛି। ଏପରିକି ପର୍ଯ୍ୟଟକମାନଙ୍କୁ ମଧ୍ୟ ଘାଟୀରୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.