ad
ଓଡ଼ିଶା

କୋଟି ପତି ସାମ୍ବାଦିକ ଗିରଫ, ଜାଲ ଜି.ଏସ.ଟି ଠକେଇ

ଟିଟିଲାଗଡ଼ ୯ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) ଟିଟିଲାଗଡ଼ର ଜଣେ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଗଣ ମାଧ୍ୟମର ସାମ୍ବାଦିକ ବୋଲାଉ ଥିବା ଜଣେ ଯୁବକଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ବିଭାଗୀୟ ଅଧିକାରୀ ଚଢ଼ାଉ କରିଛନ୍ତି।

ପ୍ରକାଶ ଯେ ତୀର୍ଥଙ୍କର ପଟେଲ ନାମକ ଜଣେ ଯୁବକ ଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରି ତାଙ୍କ ନାମରେ ଥିବା ୧୨ କୋଟି ୫୦ ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଥିବା ବେଆଇନ ରାଶିର ସୂଚନା ଦେଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଵିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଖୁବ କମ ଦିନରେ ଜଣେ ସାମ୍ବାଦିକ ଭାବେ ପରିଚିତ ଥିବା ତୀର୍ଥଙ୍କର ପଟେଲ ନାମକ ଯୁବକ ଜାଲ ଜି ଏସ ଟି କରି କୋଟିପତି ସାଜିଥିବା ବେଳେ ତାଙ୍କ ସହ ଟିଟିଲାଗଡ଼ ଓ ଜିଲ୍ଲାର କିଛି ସାମ୍ବାଦିକ ସାମିଲ ଥିବା ନେଇ ତଦନ୍ତ ଚାଲିଥିବା ସୂଚନ ମିଳିଛି। କେତେକ ସାମ୍ବାଦିକ ନାମରେ ଜାଗା ଓ ଘର କିଣିଥିବା ବେଳେ ସବିଶେଷ ତଦନ୍ତ ଚାଲୁ ରହିଛି। ବମ୍ବେର ଜଣେ ପଥର ବ୍ୟବସାୟୀଙ୍କ ସହ ମିଶି କରିଥିବା କାରବାରରେ ଜି ଏସ ଟି ଠକେଇ ନେଇ ଉକ୍ତ ଅଭିଯୁକ୍ତକୁ ନେଇ ତଦନ୍ତ ଆରମ୍ଭ ସୂଚନା ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top