Home Coronavirus Outbreak ପଞ୍ଜାବରେ ତାଲା ବନ୍ଦ – ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ...

ପଞ୍ଜାବରେ ତାଲା ବନ୍ଦ – ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

257

ନୂଆ ଦିଲ୍ଲୀ – ୨୨-୩ (ଓଡ଼ିଆ ପୁଅ) ଓଡ଼ିଶାରେ ଆଂଶିକ ଲକଡାଉନ ପରେ, ରାଜସ୍ଥାନ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଥିଲା। ଏହା ପରେ ପଞ୍ଜାବ ମଧ୍ୟ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ସମ୍ପୂର୍ଣ୍ଣ ତାଲା ବନ୍ଦ କରିବାକୁ ଘୋଷଣା କରିଛି। ଏହି ସମୟ ମଧ୍ୟରେ କାହାକୁ ଘରୁ ବାହାରକୁ ଯିବାକୁ ଦିଆଯିବ ନାହିଁ। ଘରର କେବଳ ଜଣେ ବ୍ୟକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ବାହାରକୁ ଯାଇପାରିବେ। ଏହି ନିର୍ଦ୍ଦେଶ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଦେଇଛନ୍ତି। ଏହା ହେଉଛି ଦ୍ୱିତୀୟ କଂଗ୍ରେସ ଶାସିତ ରାଜ୍ୟ ଯାହାକି ସମ୍ପୂର୍ଣ୍ଣ ଲକ ଡାଉନ୍ ଘୋଷଣାକରିଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପଞ୍ଜାବରେ ବ୍ୟବସାୟ ସମେତ ଅବଶିଷ୍ଟ ସାଧାରଣ ସୁବିଧା ସ୍ଥଗିତ ରହିବ। ତେବେ ଶନିବାର ବିଳମ୍ବିତ ରାତିରେ ଜଲନ୍ଧର, ପଟିଆଲା ଏବଂ ଭାଟିଣ୍ଡାର ଡେପୁଟି କମିଶନରମାନେ ‘ସିଭିଲ୍ କର୍ଫ୍ୟୁ’ର ଅବଧିକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରବିବାର ଅପରାହ୍ନ ସୁଦ୍ଧା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରିଛନ୍ତି।

ଭାଇରସ ବିସ୍ତାରକୁ ରୋକିବା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଲୋକମାନେ ନିଜ ଘରେ ରୁହନ୍ତୁ। ଆବଶ୍ୟକ କାମ ପାଇଁ କେବଳ ଜଣେ ବ୍ୟକ୍ତି ଘରୁ ବାହାରକୁ ଯାଇପାରିବ।

ଆଜି ସାରା ଦେଶରେ ଜାରି କରାଯାଇଥିବା ‘ଜନତା କର୍ଫ୍ୟୁ’ର ଜବରଦସ୍ତ ପ୍ରଭାବ ପଞ୍ଜାବରେ ମଧ୍ୟ ଦେଖିବାକୁ ମିଳୁଛି। ଲୋକମାନେ ଘରୁ ବାହାରକୁ ଯାଉନାହାଁନ୍ତି। ରାସ୍ତାଗୁଡ଼ିକ ନିଛାଟିଆ। ଚାରିଆଡେ ନିରବତା ଅଛି। ନାମମାତ୍ର ଭକ୍ତମାନେ ମଧ୍ୟ ସକାଳ ୧୦ ଟା ପର୍ଯ୍ୟନ୍ତ ଅମୃତସରର ଶ୍ରୀ ସୁବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.