Home Top News କରୋନା ମହାମାରୀ ବିସ୍ତାର ଜାରି, ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୧୪.୦୬ କୋଟି ପାର, ୩୦ ଲକ୍ଷରୁ...

କରୋନା ମହାମାରୀ ବିସ୍ତାର ଜାରି, ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୧୪.୦୬ କୋଟି ପାର, ୩୦ ଲକ୍ଷରୁ ଅଧିକ ମୃତ୍ୟୁ

67

ନୂଆ ଦିଲ୍ଲୀ ୧୮-୪ (ଓଡ଼ିଆ ପୁଅ) ଜନ୍ ହପକିନ୍ସ ୟୁନିଭରସିଟି ଅନୁଯାୟୀ ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୧୪.୦୬ ମିଲିୟନକୁ ବୃଦ୍ଧି ପାଇଥିବାବେଳେ ମହାମାରୀ ହେତୁ ୩ ମିଲିୟନରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରବିବାର ପୂର୍ବାହ୍ନରେ ହୋଇଥିବା ସଦ୍ୟତମ ଅଦ୍ୟତନରେ ବିଶ୍ୱବିଦ୍ୟାଳୟର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ରିପୋର୍ଟ କରିଛି ଯେ, ବର୍ତ୍ତମାନର ବିଶ୍ୱର କରୋନା ମାମଲା ୧୪, ୦୪, ୩୩, ୮୩୧ କୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା ୩୦, ୦୮, ୦୪୩ ରେ ପହଞ୍ଚିଛି।

CSSE ଅନୁଯାୟୀ, ବିଶ୍ୱରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଆମେରିକାରେ ଅଛି। ଏଠାରେ ସମୁଦାୟ ୩, ୧୬, ୨୭, ୭୦୧ ମାମଲା ରିପୋର୍ଟ ହୋଇଛି ଏବଂ ଏହି ମହାମାରୀ ଯୋଗୁଁ ୫ ଲକ୍ଷ ୬୬ ହଜାର ୮୯୩ ଜଣଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.