Home ଅପରାଧ ମୋଦି ସରକାର ଉପରେ ଦୁର୍ନୀତିର ଛିଟା: ପରିବାର ପାଇଁ ସରକାରୀ ସମ୍ପତ୍ତି ହରିଲୁଟ୍ !

ମୋଦି ସରକାର ଉପରେ ଦୁର୍ନୀତିର ଛିଟା: ପରିବାର ପାଇଁ ସରକାରୀ ସମ୍ପତ୍ତି ହରିଲୁଟ୍ !

378

ନୂଆଦିଲ୍ଲୀ: ମୋଦି ସରକାର କହୁଛନ୍ତି, ତାଙ୍କ ସରକାରରେ ଦୁର୍ନୀତିର ଛିଟା ଲାଗି ନାହିଁ। କିନ୍ତୁ, ମୋଦି ସରକାରର ଜଣେ ମନ୍ତ୍ରୀ କେମିତି ନିଜ ବିଭାଗ ମନ୍ତ୍ରାଳୟରୁ ତାଙ୍କ ପରିବାର ସଦସ୍ୟଙ୍କ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ପାଇଁ ଖର୍ଚ୍ଚ କରିଛନ୍ତି ତାହା ମୋଦି ସରକାରଙ୍କ ସ୍ଵଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଏକ ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ। ଅବଶ୍ୟ ସ୍ୱୟଂ ପ୍ରଶାନ୍ତ ଭୂଷଣଙ୍କ ନାମରେ ଏବେ ଅଦାଲତ ଅବମାନନା ଅଭିଯୋଗ ରହିଛି।

ମୋଦି ସରକାରଙ୍କ ପେଟ୍ରୋଲିୟମ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅଙ୍କ ଫୋନ କଲ ପାଇଁ ମନ୍ତ୍ରୀଙ୍କ ବିଭାଗରୁ ଖର୍ଚ୍ଚ ବହନ କରାଯାଇଛି। ଏହାର ପର୍ଦ୍ଦାଫାଶ କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ। ପ୍ରଶାନ୍ତ ଭୂଷଣ ଟ୍ୱିଟ କରି କହିଛନ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ (MOPNG), ଭାରତର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଏକ ସାର୍ବଜନୀନ କ୍ଷେତ୍ର (PSU) ପେଟ୍ରୋନେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ କିପରି ହରିଲୁଟ୍ ହେଉଛି ତାହାର ଏକ ନମୁନା। ପେଟ୍ରୋନେଟ୍ ୬୮,୦୦୦ରୁ ଉର୍ଦ୍ଧ୍ଵ ଟଙ୍କା ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅଙ୍କ ଆନ୍ତର୍ଜାତୀୟ କଲ୍ ପାଇଁ ଦେୟ ଦେଇଛି। ଏମଡି ଏବଂ ସିଇଓ ପ୍ରଭାତ ସିଂ ଏହାକୁ ଅନୁମୋଦନ କରିଛନ୍ତି। ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏପରି ଦୁରୂପଯୋଗ ସମ୍ପର୍କରେ ହାଇକୋର୍ଟ (HC) କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (CVC) ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହା ଉପରେ ଏ’ ପର୍ଯ୍ୟନ୍ତ କୌଣସି ଅନୁସନ୍ଧାନ ହୋଇନାହିଁ। ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ (ପିଏମଓ) ସୁରକ୍ଷା ରହିଛି କି ବୋଲି ପ୍ରଶାନ୍ତ ଭୂଷଣ ପ୍ରଶ୍ନ କରିଛନ୍ତି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.