Home Coronavirus Outbreak ୨୪ ଘଣ୍ଟାରେ ୧,୭୫୨ ସଂକ୍ରମିତ ୩୭ ମୃତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩,୪୫୨ ମୃତକଙ୍କ ସଂଖ୍ୟା...

୨୪ ଘଣ୍ଟାରେ ୧,୭୫୨ ସଂକ୍ରମିତ ୩୭ ମୃତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩,୪୫୨ ମୃତକଙ୍କ ସଂଖ୍ୟା ୭୨୪

217

ନୂଆଦିଲ୍ଲୀ,୨୪।୩ (ଓଡ଼ିଆ ପୁଅ) : ଦେଶରେ ଏବେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧,୭୫୨ ନୂଆ କରୋନା ସଂକ୍ରମିତ। ଏହାସହ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩,୪୫୨ରେ ପହଞ୍ଚିଥିବା ବେଳେ ଏଥିମଧ୍ୟରୁ ୧୭,୯୧୫ ଜଣଙ୍କ ଚିକିତ୍ସା ଚାଲିଛି। ୪,୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ୭୨୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ଲକ୍‌ଡାଉନ୍ ଲାଗୁ ହୋଇନଥାନ୍ତା, ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରେ ପହଁଚିଥାନ୍ତା। ମାର୍ଚ୍ଚ ୨୫ ରୁ କେନ୍ଦ୍ର ସରକାର ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରିଥିଲେ। ତିନି ସପ୍ତାହର ଲକଡାଉନ୍ ୧୪ ଏପ୍ରିଲରେ ଶେଷ ହେବାର ଥିଲା, କିନ୍ତୁ ଏହାକୁ ୩ ମେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ଲକଡାଉନ୍‌ ସକରାତ୍ମକ ପ୍ରଭାବ ପକାଉଛି ଏବଂ ଏହା କରୋନାକୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରଖିବାରେ ସାହାଯ୍ୟ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.