Home କେନ୍ଦୁଝର କଦଳୀ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

କଦଳୀ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

158

ହାଟଡ଼ିହି, ୨୪ । ୪ : ନନ୍ଦିପଦା ଥାନା ଆମ୍ବୋ ପଞ୍ଚାୟତର ବାଲିଆ ଗ୍ରାମରେ କଦଳୀ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ଜଣେ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମରେ ଥିବା ହନୁମାନ ମନ୍ଦିରରେ ଗତ ୪ଦିନ ତଳେ ଦାସ ସାହିର ପିଲାମାନେ ପୁଜାପାଇଁ ୨ଟି କଦଳୀ ରଖିଥିଲେ । କିନ୍ତୁ ସେହି କଦଳୀ ଦୁଇଟିକୁ କେହି ଖାଇଦେଇଥିଲା । ଏହାକୁନେଇ ଦାସ ସାହିର ପିଲାମାନେ ପଚରା ଉଚୁରା କରିବାରୁ ସାମଲ ପରିବାରର ଜଣେ ଯୁବକ ବିରୋଧ କରିବା ସହିତ ଗାଳି ଗୁଲଜ କରିଥିଲା । ଏପରିକି ସାମଲ ପରିବାର ଓ ଦାସ ପରିବାର ମଧ୍ୟରେ ଠେଲାପେଲା ହୋଇଥିଲେ । ଆଜି ଶେଷଦେବ ଦାସ ନାମକ ଜଣେ ଯୁବକ ବରାଙ୍ଗ ଯାଇ ଫେରୁଥିବାବେଳେ ସାମଲ ପରିବାର ଲୋକମାନେ ତାଙ୍କୁ ଆକ୍ରମଣ କରିବାରୁ ଶେଷଦେବ ଆହତ ହୋଇଥିବା ଜଣାଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି । ଅହେତ ଯୁବକକୁ ପରିବାର ଲୋକେ ହାଟଡିହି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.