Home ଓଡ଼ିଶା ବିହାର ପହଁଚିଲା କରୋନାଭାଇରସ୍ ! ଚୀନରୁ ଫେରିଥିବା ଜଣେ ଯୁବତୀ ଏବେ ପାଟନାର ପିଏମସିଏଚରେ ଭର୍ତ୍ତି

ବିହାର ପହଁଚିଲା କରୋନାଭାଇରସ୍ ! ଚୀନରୁ ଫେରିଥିବା ଜଣେ ଯୁବତୀ ଏବେ ପାଟନାର ପିଏମସିଏଚରେ ଭର୍ତ୍ତି

685

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ବିହାର ପହଁଚିଲା କରୋନାଭାଇରସ୍ ! Coronavirus ଚୀନର ସହର ୱୁହାନରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ୮୦ ଲୋକଙ୍କର ଜୀବନ ନେଇସାରିଲାଣି। ବିଶ୍ୱରେ ୨, ୭୫୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିରେ ଅଧିକାଂଶ ଚୀନରେ। ଏହି ଭାଇରସ୍ ଏବେ ବିହାର ପହଁଞ୍ଚିଛି ବୋଲି ଜଣାପଡ଼ିଛି। କୁହାଯାଉଛି କି ଚୀନରୁ ଏବେ ପେରିଥିବା ଜଣେ ଯୁବତୀଙ୍କୁ ଏହି ଭାଇରସ୍ ର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଯୁବତୀଙ୍କର ଘର ବିହାରର ଛପରାରେ। ଯୁବତୀଙ୍କର ଚିକିତ୍ସା ପ୍ରଥମେ ଛପରାର ଏକ ହସ୍ପିଟାରେ ଚାଲୁ ଥିଲା, ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ, ସେଠାରେ ଡକ୍ଟର ଯୁବତୀଙ୍କ ପାଖରେ କୋରୋନାଭାଇରସ୍ ର ଲକ୍ଷଣ ଦେଖିବାକୁ ପାଇଲେ। ଏହା ପରେ ସେ ତାଙ୍କୁ ପାଟନାର ପିଏମସିଏଚକୁ ରେଫର କରିଦେଇଥିଲେ। ଯୁବତୀଙ୍କର ପିଏମସିଏଚରେ ଚିକିତ୍ସା ଚାଲିଛି।

ଏ ପର୍ଯ୍ୟନ୍ତ ୮୦ ଲୋକଙ୍କର ଜୀବନ ଗଲାଣି

ଚୀନର ସହର ୱୁହାନରୁ ଆରମ୍ଭ ହୋଇଥିବା କରୋନାଭାଇରସ୍ ଏପର୍ଯ୍ୟନ୍ତ ୮୦ ଲୋକଙ୍କର ଜୀବନ ନେଇସାରିଲାଣି। ବିଶ୍ୱରେ ୨, ୭୫୦ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିରେ ଅଧିକାଂଶ ଚୀନରେ। କୁହାଯାଇପାରେଯେ, କି ଥାଇଲ୍ୟାଣ୍ଡ ଏବଂ ହଂଗକଂଗରେ ଆଠ ଜଣଙ୍କୁ ସଂକ୍ରମଣ ହୋଇଥିବାର ମାମଲା ସାମନାକୁ ଆସିଛି। ସେହିପରି ଆମେରିକା ଏବଂ ମକାଉରେ ପାଞ୍ଚ-ପାଞ୍ଚ ଜଣ, ତାଇୱାନ, ଅଷ୍ଟ୍ରେଲିୟା, ସିଂଗାପୁର ଏବଂ ମାଲେସିଆରେ ଚାରି-ଚାରି ଜଣ, ଫ୍ରାଂସ ଏବଂ ଜାପାନରେ ତିନି-ତିନି, ଭିଏତନାମ ଏବଂ ଦକ୍ଷିଣ କୋରିଆରେ ଦୁଇ-ଦୁଇ ଜଣ ଏବଂ କାନାଡା ଏବଂ ନେପାଳରେ ଜଣେ-ଜଣେ ସଂକ୍ରମିତ ହୋଇଥିବାର ଖବର ସାମନାକୁ ଆସୁଛି। ଚୀନ କହିଛି କି ଏହି ଭାଇରସ୍ ଜଣେ ବ୍ୟକ୍ତିଙ୍କ ଠାରୁ ଦ୍ୱିତୀୟ ବ୍ୟକ୍ତିଙ୍କ ପାଖକୁ ବ୍ୟାପୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.