Home ଓଡ଼ିଶା NPR ପ୍ରକ୍ରିୟାକୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ : ସୁପ୍ରୀମ କୋର୍ଟ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ

NPR ପ୍ରକ୍ରିୟାକୁ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ : ସୁପ୍ରୀମ କୋର୍ଟ କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ

319

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR) ର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏବେ ସୁପ୍ରୀମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି କି ଏହାର ଶୁଣାଣି ନାଗରିକତା ସଂଶୋଧନ ଆଇନ୍ (CAA) ସହିତ ହେବ। ଗତ ବର୍ଷ ଡିସେମ୍ବରରେ ନରେନ୍ଦ୍ର ମୋଦୀଙ୍କର ସରକାର କ୍ୟାବିନେଟରେ NPR କୁ ମଞ୍ଜୁରୀ ଦେଇଥିଲେ। ଏଥିରେ ଘରକୁ ଘର ଯାଇ ଏକ ରେଜିଷ୍ଟର ପ୍ରସ୍ତୁତ କରାଯିବ ଏବଂ ରେକର୍ଡ କରାଯିବ କି କିଏ କେଉଁଠାରେ ରହୁଛି।

ଏକ ସାଥିରେ ହେବ ଶୁଣାଣି

ଗତ ଦିନରେ ସୁପ୍ରୀମ କୋର୍ଟରେ CAA କୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଆସନ୍ତା ଶୁଣାଣି ଫେବୃଆରିରେ ହେବ। ଏବେ କୋର୍ଟ ସେହି ଦିନ NPR ଉପରେ ମଧ୍ୟ ଶୁଣାଣି କରିବେ। କୁହାଯାଇପାରେଯେ, କି ସୁପ୍ରୀମ କୋର୍ଟରେ CAA ବିରୁଦ୍ଧରେ ୧୪୪ଟି ଯାଚିକା ଦାଖଲ ହୋଇଛି। ଗତ ଶୁଣାଣି ସମୟରେ ସୁପ୍ରୀମ କୋର୍ଟରେ ସରକାର କହିଥିଲେ କି ସେ ଏପର୍ଯ୍ୟନ୍ତ ୬୦ଟି ଯାଚିକା ଉପରେ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ସରକାରଙ୍କ ତରଫରୁ କୁହାଯାଇଥିଲା କି ସିଏଏର ସଂବୈଧାନିକ ବୈଧତାକୁ ଚ୍ୟାଲେଞ୍ଜ ଦେବାଭଳି ସେହି ଯାଚିକାଗୁଡ଼ିକ ଉପରେ ଉତ୍ତର ଦେବା ପାଇଁ ସରକାରକୁ ସମୟ ଆବଶ୍ୟକ। ତେଣୁ କୋର୍ଟ କେନ୍ଦ୍ର ସରକାର ସମସ୍ତ ଯାଚିକା ଉପରେ ଉତ୍ତର ଦେବା ପାଇଁ ଚାରି ସପ୍ତାହ ସମୟ ଦେଇଛନ୍ତି।

ଗତ ଶୁଣାଣିରେ ବରିଷ୍ଠ ଆଇନଜୀବି କପିଲ ସିବ୍ବଲ ସୁପ୍ରୀମ କୋର୍ଟରେ ସିଏଏର କ୍ରିୟାନ୍ବୟନ ଉପରେ ରୋକ ଲଗାଇବା ପାଇଁ ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ର କୁ ବର୍ତ୍ତମାନ ଆଗକୁ ଘୁଞ୍ଚାଇ ଦେବାକୁ ଅନୁରୋଧ କରିଥିଲେ। କୋର୍ଟ କହିଥିଲେ କି ସେ ଏହି ମାମଲାରେ ଉପରେ କେନ୍ଦ୍ରକୁ ନଶୁଣି କୌଣସି ରୋକ ଲଗାଇପାରିବେ ନାହିଁ।

କ’ଣ ଏନପିଆର?
ଏନପିଆର ହେଉଛି ନ୍ୟାସନାଲ ପପୁଲେସନ ରେଜିଷ୍ଟର। ଜନସଂଖ୍ୟା ରେଜିଷ୍ଟରର ଅର୍ଥ ଏହା କି ଏଥିରେ କୌଣସି ଗ୍ରାମ କିମ୍ବା ୱାର୍ଡ କିମ୍ବା କୌଣସି ସହରର ସୀମା ମଧ୍ୟରେ ରହୁଥିବା ଲୋକମାନଙ୍କର ବିବରଣୀ ସାମିଲ ହେବ। ଦେଶରେ ବର୍ତ୍ତମାନ ପପୁଲେସନ ରେଜିଷ୍ଟର (PR), ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR), ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ୍ସ (NRC) ଏବଂ ନ୍ୟାସନାଲ ରେଜିଷ୍ଟର ଅଫ ଇଣ୍ଡିଆନ୍ ସିଟିଜନ୍ସ (NRIC) କିପରି ଭାବରେ ପରସ୍ପର ସମ୍ବନ୍ଧିତ ତାହା ବିଷୟରେ ଲୋକମାନଙ୍କ ମଧ୍ୟରୁ କିଛି ଲୋକଙ୍କର ବିଶେଷ କିଛି ଜ୍ଞାନ ନଥିବା କୁହାଯାଉଛି। କିନ୍ତୁ ଏନପିଆର ଏବଂ ଏନଆରସି ସମ୍ପୂର୍ଣ୍ଣ ଭାବରେ ଅଲଗା ଅଟେ। ଏଥିରେ ଜନଗଣନାକୁ ମଧ୍ୟ ଜୋଡ଼ିକରି ଦେଖା ଯାଇପାରେ।

NPR ର ଉଦ୍ଦେଶ୍ୟ
ସରକାରୀ ଯୋଜନାଗୁଡ଼ିକର ଅନ୍ତର୍ଗତ ଦିଆଯାଉଥିବା ଲାଭ ଠିକ୍ ବ୍ୟକ୍ତିଙ୍କୁ ମିଳୁଛି କି ନାହିଁ ତାହାର ପୁଷ୍ଟି କରାଯାଇପାରିବ।
ନ୍ୟାସନାଲ ପପୁଲେସନ ରେଜିଷ୍ଟର (ଏନପିଆର) ଦ୍ବାରା ଦେଶର ସୁରକ୍ଷାରେ ସୁଧାର କରାଯାଇପାରିବ ଏବଂ ଆତଙ୍କବାଦୀ ଗତିବିଧିକୁ ରୋକାଯିବାରେ ସହାୟତା ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.