ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା ବେଳେ ୨୮୭ ରୋଗୀଙ୍କର ମୃତ୍ୟୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୨, ୪୬, ୬୨୮ କରୋନା ରୋଗୀ ଅଛନ୍ତି। ଏଥିମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧, ୨୦, ୪୦୬। ଏଥି ସହିତ, ୧, ୧୯, ୨୯୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୯୨୯ କୁ ବୃଦ୍ଧି ପାଇଛି।