Home Coronavirus Outbreak ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

670

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୭୫ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ରେ ପହଁଚିଛି। ଚିହ୍ନଟ ୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୨୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

ଆଜିର ଗଞ୍ଜାମ ଜିଲ୍ଲା ୧, ଯାଜପୁର ଜିଲ୍ଲା ୭, ଖୋର୍ଦ୍ଧା ଜିଲ୍ଲାରୁ ୧୮, କଟକ ଜିଲ୍ଲା ୫, କେନ୍ଦ୍ରାପଡ଼ା ଜିଲ୍ଲା ୩, ବଲାଙ୍ଗୀର ଜିଲ୍ଲା ୫, ପୁରୀ ଜିଲ୍ଲା ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧୮, ଜଗତସିଂହପୁର ଜିଲ୍ଲା ୨, ନୟାଗଡ଼ ଜିଲ୍ଲା ୪, ନୂଆପଡ଼ା ଜିଲ୍ଲା ୧, ଢେଙ୍କାନାଳ ଜିଲ୍ଲା ୨, କେନ୍ଦୁଝର ଜିଲ୍ଲା ୧, ଅନୁଗୁଳ ଜିଲ୍ଲା ୨, ସୋନପୁର ଜିଲ୍ଲା ୩, କୋରାପୁଟ ଜିଲ୍ଲା ୨, ମୋଟ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୭୬୦୯୮ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ୨୮୫୬ ଜଣଙ୍କର ପଜିଟିଭ୍ ଆସିଛି ଏବଂ ୧୭୧୬ ଜଣ ସୁସ୍ଥ ହୋଇଛନ୍ତି। ୧୧୨୯ ଆକ୍ରାନ୍ତ ବର୍ତ୍ତମାନ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜି ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୫୫ ଥିଲା।

ଜିଲ୍ଲାୱାରୀ ରିପୋର୍ଟ

ଗଞ୍ଜାମ ଜିଲ୍ଲାରେ ୫୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯୮ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୧୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୬ ଜଣ ସକ୍ରୀୟ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ୨୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୫ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୧୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣ ସକ୍ରୀୟ ଅଛନ୍ତି।

କଟକ ଜିଲ୍ଲାରେ ୧୭୨ ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୭ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ ଜଣ ସକ୍ରୀୟ ଅଛନ୍ତି।

ଭଦ୍ରକ ଜିଲ୍ଲାରେ ୧୪୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ ଜଣ ସକ୍ରୀୟ ଅଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ୧୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୭ ଜଣ ସକ୍ରୀୟ ଅଛନ୍ତି।

ପୁରୀ ଜିଲ୍ଲାରେ ୧୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୯ ଜଣ ସକ୍ରୀୟ ଅଛନ୍ତି।

ଜଗତସିଂହପୁର ଜିଲ୍ଲାରେ ୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦ ଜଣ ସକ୍ରୀୟ ଅଛନ୍ତି।

ନୟାଗଡ଼ ଜିଲ୍ଲାରେ ୮୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭ ଜଣ ସକ୍ରୀୟ ଅଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ ଜଣ ସକ୍ରୀୟ ଅଛନ୍ତି।

ନୂଆପଡ଼ା ଜିଲ୍ଲାରେ ୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫ ଜଣ ସକ୍ରୀୟ ଅଛନ୍ତି।

ଗଜପତିଜିଲ୍ଲାରେ ୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧ ଜଣ ସକ୍ରୀୟ ଅଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୩୫ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣ ସକ୍ରୀୟ ଅଛନ୍ତି।

ବୌଦ୍ଦ ଜିଲ୍ଲାରେ ୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣ ସକ୍ରୀୟ ଅଛନ୍ତି।

ଅନୁଗୁଳ ଜିଲ୍ଲାରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣ ସକ୍ରୀୟ ଅଛନ୍ତି।

ଦେବଗଡ଼ ଜିଲ୍ଲାରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫ ଜଣ ସକ୍ରୀୟ ଅଛନ୍ତି।

ସୋନପୁର ଜିଲ୍ଲାରେ ୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣ ସକ୍ରୀୟ ଅଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି।

କନ୍ଧମାଳ ଜିଲ୍ଲାରେ ୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି।

ମାଲକାନଗିରି ରେ ୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ବରଗଡ଼ ଜିଲ୍ଲାରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣ ସକ୍ରୀୟ ଅଛନ୍ତି।

କୋରାପୁଟ ଜିଲ୍ଲାରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

ସମ୍ବଲପୁର ଜିଲ୍ଲାରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣ ସକ୍ରୀୟ ଅଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣ ସକ୍ରୀୟ ଅଛନ୍ତି।

ରାୟଗଡ଼ା ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.