Home Coronavirus Outbreak କିଡନୀ, ଫୁସଫୁସ ଏବଂ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଦିଏ କରୋନା ଭୂତାଣୁ: ଚିନ୍ତାରେ ଡାକ୍ତର ..

କିଡନୀ, ଫୁସଫୁସ ଏବଂ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଦିଏ କରୋନା ଭୂତାଣୁ: ଚିନ୍ତାରେ ଡାକ୍ତର ..

1015

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ଏବେ ହଇଚଇ ସୃଷ୍ଟି କରିଛି। ଏହି ମହାମାରୀ ଭୂତାଣୁ ସାରା ବିଶ୍ୱରେ ୨୫ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଏହି ଭୂତାଣୁକୁ ନେଇ ନୂଆନୂଆ ତଥ୍ୟ କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ଏବେ ଏହା ଜାଣିବାକୁ ମିଳିଛି ଯେ କରୋନା ଭୂତାଣୁ କିଡନୀ, ଫୁସଫୁସ ଏବଂ ମସ୍ତିଷ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗରେ ରକ୍ତ ଜମାଟ ବାନ୍ଧିଥାଏ। ଏହା ଜାଣିବାପରେ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଆମେରିକାର ନ୍ୟୁୟର୍କରେ କରୋନା ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ ମାଉଣ୍ଟ ସାଇନା ହସ୍ପିଟାଲର ଡାକ୍ତରମାନେ କରୋନା ରୋଗୀଙ୍କ ରକ୍ତରେ ପରିବର୍ତ୍ତନ ଦେଖିଛନ୍ତି। ସଂକ୍ରମିତ ଲୋକଙ୍କ ରକ୍ତରେ କରୋନା ଭୂତାଣୁ ଜମାଟ ବାନ୍ଧିଥିଲା। ଶରୀରକୁ ନଷ୍ଟ କରୁଥିବା ବିପଜ୍ଜନକ ଦିଗ ମଧ୍ୟରୁ ଏହା ଅନ୍ୟତମ। ମାଉଣ୍ଟ ସାଇନା ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ମାନେ ଜାଣିବାକୁ ପାଇଛନ୍ତି ଯେ କିଡନୀରେ ରକ୍ତ ଜମାଟ ବାନ୍ଧୁଛି ଏବଂ ଡାଏଲିସିସ୍ ପ୍ରକ୍ରିୟା ମଧ୍ୟ ବ୍ୟାହତ ହେଉଛି। ଭେଣ୍ଟିଲେଟରରେ COVID-19 ରୋଗୀଙ୍କୁ ତଦାରଖ କରୁଥିବା ପଲମୋନୋଲୋଜିଷ୍ଟ ଆକ୍ରାନ୍ତଙ୍କ ଫୁସଫୁସରେ ରକ୍ତହୀନତା ଦେଖିବାକୁ ପାଇଲେ। ରକ୍ତ ଜମାଟ ବାନ୍ଧିବା କାରଣରୁ ନ୍ୟୁରୋ ସର୍ଜନମାନେ ଷ୍ଟ୍ରୋକ୍ ରୋଗରେ ବୃଦ୍ଧି ଘଟିଥିବାର ଦେଖିବାକୁ ପାଇଲେ। ସେମାନଙ୍କ ମଧ୍ୟରୁ ଅନେକ ଯୁବକ ଥିଲେ ଏବଂ ପ୍ରାୟ ଅଧା କରୋନା ପଜିଟିଭ୍ ଥିଲେ।

ହସ୍ପିଟାଲର ନ୍ୟୁରୋସର୍ଜନ ଡାକ୍ତରମାନେ କହିଛନ୍ତି, କରୋନା ଭୂତାଣୁ ରକ୍ତ ଜମାଟ ବାନ୍ଧିବା ଅତ୍ୟନ୍ତ ଚିନ୍ତାଜନକ ଅଟେ। କରୋନା ସଂକ୍ରମିତ ରୋଗୀର ପ୍ରଥମ ଲକ୍ଷଣ ହେଉଛି ଷ୍ଟ୍ରୋକ୍। ଯେତେବେଳେ ବିଶେଷଜ୍ଞ ମାନେ ରକ୍ତ ଜମାଟ ବାନ୍ଧିବା ଦେଖିଲେ, ଚିକିତ୍ସା ପ୍ରୋଟୋକଲ୍ ପରିବର୍ତ୍ତନ କରାଗଲା। ଏହାପରେ ଏବେ ରୋଗୀଙ୍କୁ ରକ୍ତ ପତଳା କରିବା ପାଇଁ ଔଷଧ ମଧ୍ୟ ଦିଆଯାଉଛି। ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଯଦି ରକ୍ତ ଜମାଟ ବାନ୍ଧିବାକୁ ଦିଆନଯାଏ ତେବେ ବିପଦ କମି ଯାଇଥାଏ। କିନ୍ତୁ ନୂଆ ନିୟମ ଅନୁଯାୟୀ, ଅଧିକ ବିପଦ ଥିବା ରୋଗୀଙ୍କୁ ରକ୍ତ ପତଳା କରିବାକୁ ଦିଆଯାଉ ନାହିଁ। କାରଣ ତାହା ମସ୍ତିଷ୍କ କିମ୍ବା ଅନ୍ୟ ଅଙ୍ଗରେ ରକ୍ତସ୍ରାବ ସୃଷ୍ଟି କରିପାରେ। ଡାକ୍ତର ଲକ୍ଷ୍ୟ କଲେ ଯେ ୩୧ ଜଣ ଷ୍ଟ୍ରୋକ୍ ଆକ୍ରାନ୍ତଙ୍କ ମସ୍ତିଷ୍କରେ ବଡ଼ ଧରଣର ରକ୍ତ ଜମାଟ ବାନ୍ଧିଛି। ଏପରି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ବୟସ ୪୯ ବର୍ଷରୁ କମ୍ ଥିଲା। ଯୁବକମାନଙ୍କ ଠାରେ ଏପରି ଷ୍ଟ୍ରୋକ୍ ବିପଦ କମ୍ ଥାଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। -ଦେବଦତ୍ତ ରଥ

ସସ୍ପେନ୍ସ୍: କିମ୍ ଜୋଙ୍ଗ୍ ଉନ୍ ମୃତ ନାଁ ଜୀବିତ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.