Home Coronavirus Outbreak ଇଟାଲିକୁ ପଛରେ ପକାଇଲା ଭାରତ – ଆଉ ଏକ ପାହାଚ ଉପରକୁ ଯାଇ ଷଷ୍ଠ ସ୍ଥାନରେ

ଇଟାଲିକୁ ପଛରେ ପକାଇଲା ଭାରତ – ଆଉ ଏକ ପାହାଚ ଉପରକୁ ଯାଇ ଷଷ୍ଠ ସ୍ଥାନରେ

252

ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା ବେଳେ ୨୯୪ ରୋଗୀଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୨, ୩୬, ୬୫୭ କରୋନା ରୋଗୀ ଅଛନ୍ତି। ଏଥିମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧୧୫୯୪୨। ଏଥି ସହିତ, ୧୧୪୦୭୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୬୪୨ କୁ ବୃଦ୍ଧି ପାଇଛି।
ତେବେ ଭାରତ ଏବେ ଇଟାଲିକୁ ପଛରେ ପକାଇ ଗୋଟିଏ ପାହାଚ ଉପରକୁ ଚଢ଼ିଛି। ଏବେ ଭାରତ କରୋନା ସଂକ୍ରମଣ ତାଲିକାରେ ବିଶ୍ୱରେ ଷଷ୍ଠ ସ୍ଥାନକୁ ପହଁଚିଛି।
ସୂଚନାଯୋଗ୍ୟଯେ, ବିଶ୍ୱ ସ୍ତରରେ ଯୁକ୍ତରାଷ୍ଟ୍ର ଆମେରୀକାରେ ସର୍ବାଧିକ କରୋନା ସଂକ୍ରମଣ ହୋଇଥିବା ବେଳେ ଏହା ଏକ ନମ୍ବର ସ୍ଥାନରେ ଅଛି। ଯୁକ୍ତରାଷ୍ଟ୍ରରେ ଆମେରୀକାରେ ୧, ୯୬୫, ୭୦୮ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୧,୧୧, ୩୯୦ ଜଣଙ୍କର ମୃତ୍ୟୁ ହୋଇଛି।

ବ୍ରାଜିଲ୍ ରେ ୬,୪୬, ୦୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୩୫, ୦୪୭ ଜଣଙ୍କର ମୃତ୍ୟୁ ହୋଇଛି।
ରୁଷିଆରେ ୪,୪୯, ୮୩୪ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୫, ୫୨୮ ଜଣଙ୍କର ମୃତ୍ୟୁ ହୋଇଛି।
ସ୍ପେନ୍ ରେ ୨,୮୮, ୦୫୮ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୭, ୧୩୪ ଜଣଙ୍କର ମୃତ୍ୟୁ ହୋଇଛି।
ଇଂଲଣ୍ଡରେ ୨,୮୩, ୩୧୧ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୪୦, ୨୬୧ ଜଣଙ୍କର ମୃତ୍ୟୁ ହୋଇଛି।
ଭାରତରେ ୨,୩୬, ୧୮୪ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୬, ୬୪୯ ଜଣଙ୍କର ମୃତ୍ୟୁ ହୋଇଛି।
ଇଟାଲୀରେ ୨,୩୪, ୫୩୧ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୩୩, ୭୭୪ ଜଣଙ୍କର ମୃତ୍ୟୁ ହୋଇଛି।
ପେରୁରେ ୧,୮୭, ୪୦୦ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୫, ୧୬୨ ଜଣଙ୍କର ମୃତ୍ୟୁ ହୋଇଛି।
ଜର୍ମାନୀରେ ୧,୮୫, ୪୧୪ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୮, ୭୬୩ ଜଣଙ୍କର ମୃତ୍ୟୁ ହୋଇଛି।
ତୁର୍କୀରେ ୧,୬୮, ୩୪୦ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୪, ୬୪୮ ଜଣଙ୍କର ମୃତ୍ୟୁ ହୋଇଛି।
ଇରାନରେ ୧,୬୭, ୧୫୬ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୮, ୧୩୪ ଜଣଙ୍କର ମୃତ୍ୟୁ ହୋଇଛି।
ଫ୍ରାନ୍ସରେ ୧,୫୩, ୦୫୫ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୯, ୧୧୧ ଜଣଙ୍କର ମୃତ୍ୟୁ ହୋଇଛି।
ଚିଲିରେ ୧,୨୨, ୪୯୯ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୧, ୪୪୮ ଜଣଙ୍କର ମୃତ୍ୟୁ ହୋଇଛି।
ମେକ୍ସିକୋରେ ୧,୧୦, ୦୨୬ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୩, ୧୭୦ ଜଣଙ୍କର ମୃତ୍ୟୁ ହୋଇଛି।

ଉପରୋକ୍ତ ସଂଖ୍ୟାକୁ ଲକ୍ଷ କରି ଭାରତର ସଂକ୍ରମଣକୁ ଲକ୍ଷ କଲେ ଏହା ପ୍ରାୟତଃ ନିଶ୍ଚିତଯେ, ଭାରତ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ବିଶ୍ୱରେ ଚତୁର୍ଥ ସ୍ଥାନରେ ପହଁଚିଯିବ।
ତେଣୁ ଆପଣ ନିଜକୁ ସୁରକ୍ଷିତ ରଖନ୍ତୁ। ନିଜକୁ ସଂକ୍ରମଣରୁ ରକ୍ଷାପାଇବା ପାଇଁ ବାରମ୍ବାର ହାତ ଧୁଅନ୍ତୁ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.