Home Coronavirus Outbreak ରାଜ୍ୟରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ରାଜ୍ୟରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

985

ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୧୭୩ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ ରେ ପହଁଚିଛି। ଚିହ୍ନଟ ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୬୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୮ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

ଆଜିର ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬୪ ଜଣ, ଯାଜପୁର ଜିଲ୍ଲାରୁ ୧୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ, କଟକ ଜିଲ୍ଲାରୁ ୧୩ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ୧ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩ ଜଣ, ନୂଆପଡ଼ା ଜିଲ୍ଲାରୁ ୮ ଜଣ, ଗଜପତିଜିଲ୍ଲାରୁ ୧୦ ଜଣ ଏବଂ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୭୨୬୨୧ ଜଣଙ୍କର ଟେଷ୍ଟ ହୋଇଥିବା ବେଳେ ୨୭୮୧ ଜଣଙ୍କର ପଜିଟିଭ୍ ଆସିଛି ଏବଂ ୧୬୦୪ ଜଣ ସୁସ୍ଥ ହୋଇଛନ୍ତି। ୧୧୬୭ ଆକ୍ରାନ୍ତ ବର୍ତ୍ତମାନ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜାଣନ୍ତୁ ଜିଲ୍ଲାୱାରୀ ରିପୋର୍ଟ

ଗଞ୍ଜାମ ଜିଲ୍ଲା ରେ ୫୯୭ ଜଣ ସଂକ୍ରମିତ ହୋଇଥିବା ବେଳେ ୩୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦୫ ଜଣ ସକ୍ରୀୟ ଅଛନ୍ତି। ୩ ଜଣଙ୍କର ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୩୧୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣ ସକ୍ରୀୟ ଅଛନ୍ତି।

ଖୋର୍ଦ୍ଧାଜିଲ୍ଲାରେ ରେ ୨୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୪ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୧୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ ଜଣ ସକ୍ରୀୟ ଅଛନ୍ତି।

କଟକ ଜିଲ୍ଲା ରେ ୧୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ୮୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୧୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୪ ଜଣ ସକ୍ରୀୟ ଅଛନ୍ତି।

ଭଦ୍ରକ ଜିଲ୍ଲା ରେ ୧୪୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ ଜଣ ସକ୍ରୀୟ ଅଛନ୍ତି।

ବଲାଙ୍ଗୀର ଜିଲ୍ଲା ରେ ୧୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୮ ଜଣ ସକ୍ରୀୟ ଅଛନ୍ତି।

ପୁରୀ ଜିଲ୍ଲା ରେ ୧୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯ ଜଣ ସକ୍ରୀୟ ଅଛନ୍ତି।

ଜଗତସିଂହପୁର ଜିଲ୍ଲା ରେ ୮୭ ଜଣ ସଂକ୍ରମିତ ହୋଇଥିବା ବେଳେ ୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣ ସକ୍ରୀୟ ଅଛନ୍ତି।

ନୟାଗଡ଼ ଜିଲ୍ଲା ରେ ୮୩ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫ ଜଣ ସକ୍ରୀୟ ଅଛନ୍ତି।

ସୁନ୍ଦରଗଡ଼ଜିଲ୍ଲାରେ ରେ ୮୧ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧ ଜଣ ସକ୍ରୀୟ ଅଛନ୍ତି।

ମୟୁରଭଞ୍ଜ ଜିଲ୍ଲା ରେ ୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫ ଜଣ ସକ୍ରୀୟ ଅଛନ୍ତି।

ନୂଆପଡ଼ା ଜିଲ୍ଲା ରେ ୬୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ ଜଣ ସକ୍ରୀୟ ଅଛନ୍ତି।

ଗଜପତିଜିଲ୍ଲା ରେ ୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧ ଜଣ ସକ୍ରୀୟ ଅଛନ୍ତି।

ବୌଦ୍ଦ ଜିଲ୍ଲା ରେ ୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣ ସକ୍ରୀୟ ଅଛନ୍ତି।

ଦେବଗଡ଼ ଜିଲ୍ଲା ରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୭ ଜଣ ସକ୍ରୀୟ ଅଛନ୍ତି।

କେନ୍ଦୁଝର ଜିଲ୍ଲା ରେ ୩୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣ ସକ୍ରୀୟ ଅଛନ୍ତି।

ଅନୁଗୁଳ ଜିଲ୍ଲା ରେ ୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ସକ୍ରୀୟ ଅଛନ୍ତି।

କଳାହାଣ୍ଡି ଜିଲ୍ଲା ରେ ୨୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି।

ସୋନପୁର ଜିଲ୍ଲା ରେ ୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୩ ଜଣ ସକ୍ରୀୟ ଅଛନ୍ତି।

କନ୍ଧମାଳ ଜିଲ୍ଲା ରେ ୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣ ସକ୍ରୀୟ ଅଛନ୍ତି।

ମାଲକାନଗିରି ରେ ୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ବରଗଡ଼ ଜିଲ୍ଲାରେ ରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣ ସକ୍ରୀୟ ଅଛନ୍ତି।

ସମ୍ବଲପୁର ଜିଲ୍ଲା ରେ ୧୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ ଜଣ ସକ୍ରୀୟ ଅଛନ୍ତି।

କୋରାପୁଟ ଜିଲ୍ଲା ରେ ୧୪ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

ଝାରସୁଗୁଡ଼ା ଜିଲ୍ଲା ରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

ନବରଙ୍ଗପୁରଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣ ସକ୍ରୀୟ ଅଛନ୍ତି।

ରାୟଗଡ଼ା ଜିଲ୍ଲା ୨ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ସକ୍ରୀୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.