Home Coronavirus Outbreak ବେକାବୁ କରୋନା : ଦେଶରେ ୨୪ ଘଣ୍ଟାରେ ୯୮୮୭ ନୂଆ ଆକ୍ରାନ୍ତ – ୨୯୪ ମୃତ୍ୟୁ

ବେକାବୁ କରୋନା : ଦେଶରେ ୨୪ ଘଣ୍ଟାରେ ୯୮୮୭ ନୂଆ ଆକ୍ରାନ୍ତ – ୨୯୪ ମୃତ୍ୟୁ

1006

ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା ବେଳେ ୨୯୪ ରୋଗୀଙ୍କର ମୃତ୍ୟୁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୨,୩୬,୬୫୭ କରୋନା ରୋଗୀ ଅଛନ୍ତି। ଏଥିମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧୧୫୯୪୨। ଏଥି ସହିତ, ୧୧୪୦୭୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୬୪୨ କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କର ସଂଖ୍ୟା ୮୦ ହଜାର ପାର କରିଛି। ତେବେ ମହାରାଷ୍ଟ୍ରର ଗତ ୨୪ ଘଣ୍ଟା ମଧ୍ୟରେ ୨,୪୩୬ ଟି ନୂଆ ଆକ୍ରାନ୍ତଙ୍କ ସହିତ ୮୦,୦୦୦ ଅତିକ୍ରମ କରିଛି ମୋଟ ସଂଖ୍ୟା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.