Home ଅପରାଧ ନବୀନଙ୍କୁ ରାମ;ମୋଦିଙ୍କୁ ରାବଣ କରି ବିବାଦୀୟ ପୋଷ୍ଟ

ନବୀନଙ୍କୁ ରାମ;ମୋଦିଙ୍କୁ ରାବଣ କରି ବିବାଦୀୟ ପୋଷ୍ଟ

2103

ଭୁବନେଶ୍ୱର:ସୋସିଆଲ ମିଡିଆରେ ନବୀନଙ୍କୁ ରାମ ମୋଦିଙ୍କୁ ରାବଣ କରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି।ପୋଷ୍ଟରଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଗବାନ ରାମଙ୍କ ରୂପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷସ ରାଜା ରାବଣ ରୂପରେ ଦର୍ଶାଯାଇଛି।ରାବଣ ଦଶ ମୁଣ୍ଡ ଭିତରେ ମୋଦିଙ୍କ ସମେତ ଅମିତ ଶାହା,ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ,ଦାମ ରାଉତ, ସମ୍ବିତ ପାତ୍ର ଆଦିଙ୍କ ମୁଣ୍ଡ ରହିଛି।ଏବଂ ସେଥିରେ “ମେ ୨୩ରେ ହେବ ରାବଣ ଦହନ” ବୋଲି ଲେଖାଯାଇଛି।

https://www.facebook.com/1755209157922179/posts/1975309302578829/

ରାଜନୀତି ପାଇଁ ଧର୍ମକୁ ବ୍ୟବହାର କରି ବିଶେଷ ଭାବରେ ହିନ୍ଦୁ ଧର୍ମକୁ ବ୍ୟବହାର କରାଯାଇ ଏପରି ପୋଷ୍ଟ / ପୋଷ୍ଟର ବିଭିନ୍ନ ସମୟରେ ଦେଖାଯାଉଛି।ଏହା ଦ୍ୱାରା ରାଜନୈତିକ ଲାଭ ପାଇଁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚା ଯାଉଛି।ରାଜନୀତି ପାଇଁ ଧର୍ମକୁ ନେଇ ଏପରି ପୋଷ୍ଟ/ପୋଷ୍ଟର ଅନେକ ସମୟରେ ଅପ୍ରୀତିକର,ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଛି।ସେହି ପୋଷ୍ଟ ଉପରେ ମତାମତ ଦେଇ ସୋସିଆଲ ମିଡିଆର ଲଢ଼େଇ ହେଉ ହେଉ ତାହା ଅନେକ ସମୟରେ ରାଜ୍ୟ ରାସ୍ତାକୁ ଚାଲି ଆସୁଛି।ଏବେ ଏହି ପୋଷ୍ଟଟି “ବୈଧର୍ମା” ନାମରେ ଏକ ଫେସବୁକ ପେଜରୁ ପୋଷ୍ଟ କରାଯାଇଛି।ଯାହାର ପ୍ରୋଫାଇଲ ପିକ୍ଚରରେ ଅଧା ବୈଜୟନ୍ତ ଅଧା ଧର୍ମେନ୍ଦ୍ର ରହିଛନ୍ତି।ତେବେ ଏପରି ପୋଷ୍ଟ ପାଇଁ ସାମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ନିର୍ବାଚନ କମିଶନ ଏବଂ ରାଜ୍ୟ ପୋଲିସର ସାଇବର ସେଲ ଏହା ଉପରେ ଦୃଷ୍ଟି ରଖି ଏପରି ପେଜ/ଫେକ୍ ଆକାଉଣ୍ଟ ଗୁଡ଼ିକୁ ବ୍ଲକ କରିବା ସହ ଆକାଉଣ୍ଟ ଧାରୀକୁ ଠାବ କରି ପଦକ୍ଷେପ ନେବା ଉଚିତ।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.