Home ଅପରାଧ କଂଗ୍ରେସର କଳ୍କୀ ବାବା: ଜାଣନ୍ତୁ, ଚନ୍ଦ୍ରୟାନକୁ ନେଇ କ’ଣ ରହିଛି ବାବାଙ୍କ ପ୍ରଶ୍ନ..

କଂଗ୍ରେସର କଳ୍କୀ ବାବା: ଜାଣନ୍ତୁ, ଚନ୍ଦ୍ରୟାନକୁ ନେଇ କ’ଣ ରହିଛି ବାବାଙ୍କ ପ୍ରଶ୍ନ..

323

ନୂଆଦିଲ୍ଲୀ: କିଏ କହିଲା ବାବା କେବଳ ବିଜେପିରେ ଅଛନ୍ତି?ବାବା ବି କଂଗ୍ରେସରେ ଅଛନ୍ତି।ଏଇ ଯେପରି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍।ଆଉ ବାମପନ୍ଥୀ ମାନଙ୍କ ପାଇଁ ମଧ୍ୟ ସ୍ୱାମୀ ଅଗ୍ନିବେଶଙ୍କ ପରି ପ୍ରିୟ ବାବା ଅଛନ୍ତି।କେବଳ ଏହି ଦୁଇ ଜଣ ନୁହଁ।ଏହିପରି ଆଉ କିଛି ବାବା ଅଛନ୍ତି ଯେଉଁମାନେ କି କଂଗ୍ରେସ କିମ୍ବା ବାମପନ୍ଥୀଙ୍କର ଭାରି ପ୍ରିୟ।ଏମାନେ ସବୁ ସେକ୍ୟୁଲାର ବାବା।ଏମାନଙ୍କ ପାଇଁ ସବୁ ଧର୍ମ ସମାନ, ଏମାନେ ମାନବବାଦ ଏବଂ ହେତୁବାଦ ଉପରେ ବିଶ୍ୱାସ କରନ୍ତି ବୋଲି କୁହନ୍ତି।ହିନ୍ଦୁ ଧର୍ମ ଭିତରେ ବାନ୍ଧି ହୋଇ ନାହାଁନ୍ତି ବୋଲି ସେ ନିଜେ କୁହନ୍ତି।

ଏମାନେ ଧର୍ମ ନିରପେକ୍ଷ, ମାନବବାଦ, ହେତୁବାଦର କଥା କହି ନିର୍ଦ୍ଦିଷ୍ଟ ଭାବରେ କେବଳ ହିନ୍ଦୁ ଧର୍ମ, ରୀତିନୀତି, ପଦ୍ଧତି ଆଦିକୁ ସମାଲୋଚନା, କଟାକ୍ଷ କରନ୍ତି।ସଂଘ (ଆରଏସଏସ), ହିନ୍ଦୁ ମହାସଭା, ବିଜେପି ଏବଂ ମୋଦୀଙ୍କୁ କେବଳ ବିରୋଧ କରିବାକୁ ଯାଇ ଏମାନେ ହିନ୍ଦୁତ୍ୱକୁ, ରାଷ୍ଟ୍ରୀୟତାକୁ ଗାଳି କରନ୍ତି।ଏବଂ ଏମାନଙ୍କ ମଧ୍ୟରେ ସବୁଠାରୁ ଟପରେ ଅଛନ୍ତି କଂଗ୍ରେସୀ ବାବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍।୨୦୧୯ ନିର୍ବାଚନରେ ସେ କଂଗ୍ରେସ ଟିକଟରୁ ବିଜେପି ପାର୍ଥି ରାଜନାଥ ସିଂହଙ୍କ ବିପକ୍ଷରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଆସନରୁ ଲଢ଼ିଥିଲେ।ତେବେ ପ୍ରମୋଦଙ୍କ ଆମାନତ ଜବତ ହୋଇ ଯାଇଥିଲା।୨୦୧୪ରେ ମଧ୍ୟ ସେ କଂଗ୍ରେସ ଟିକଟରେ ସାମ୍ଭାଲ ଆସନରୁ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲେ।

ଲମ୍ବା ଧଳା ଦାଢ଼ି, ଧଳା ବସ୍ତ୍ର ମଥାରେ ତିଳକ ଧାରୀ ଏହି ବାବା ନିଜକୁ କଳ୍କୀ ପିଠାଧୀଶ୍ଵର କୁହନ୍ତି।କଳ୍କୀ ଫାଉଣ୍ଡେସନ ନାମରେ ଏକ ସଂସ୍ଥା ଗଠନ କରିଛନ୍ତି।ପ୍ରତିବର୍ଷ କଳ୍କୀ ଫାଉଣ୍ଡେସନ ପକ୍ଷରୁ କଳ୍କୀ ମହୋତ୍ସବ ଆୟୋଜନ କରାନ୍ତି ଆଚାର୍ଯ୍ୟ ପ୍ରମୋଦ।ଏହି ଧାର୍ମିକ ମହୋତ୍ସବରେ ଅପସଂସ୍କୃତି ଯୁକ୍ତ ଅଶ୍ଳୀଳ ତଥା ଆଧୁନିକ ଡ୍ୟାନ୍ସ ପରିବେଷଣ ହୁଏ।ଏଣେ ଆରଏସଏସ, ବିଜେପି ଏବଂ ମୋଦୀଙ୍କୁ ବିରୋଧ କରିବାକୁ ଯାଇ ଆଚାର୍ଯ୍ୟ ପ୍ରମୋଦ ହିନ୍ଦୁତ୍ୱ ବିରୋଧରେ କୁହନ୍ତି, ମୋଦୀ (ପ୍ରଧାନମନ୍ତ୍ରୀ)ଙ୍କ ବାବଦରେ ଅପଶବ୍ଦ ବ୍ୟବହାର କରନ୍ତି।ତେଣେ ମୁସଲିମ୍ ମେହେଫିଲରେ ଅତିଥି ଭାବରେ ଯାଇ ହିନ୍ଦୁତ୍ୱକୁ କଟାକ୍ଷ କରନ୍ତି।ତିନି ତଲାକ ଉଚ୍ଛେଦକୁ ସେ ବିରୋଧ କରି ମୁସଲିମ୍ ଋଢ଼ିବାଦ କୁପ୍ରଥାକୁ ସମର୍ଥନ ଦିଅନ୍ତି।କିନ୍ତୁ ଏଣେ ହିନ୍ଦୁ ପରମ୍ପରାକୁ ବିରୋଧ କରନ୍ତି।ନିକଟରେ ଏହି କଳ୍କୀ ବାବା ପ୍ରମୋଦ ଚନ୍ଦ୍ରାୟାନ ଉପରେ ଏକ ମନ୍ତବ୍ୟ ଦେଇଛନ୍ତି।”ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ ଆକ୍ରମଣର ପ୍ରମାଣ ମାଗିବା ଯୋଗୁଁ ଭୟଙ୍କର କ୍ଷତି ହେବା କାରଣରୁ ବିପକ୍ଷ ଏତେ ଭୟଭୀତ ହୋଇଯାଇଛି ଯେ ଚନ୍ଦ୍ରୟାନର ଅସଫଳତା ନେଇ କୌଣସି ପ୍ରଶ୍ନ ଉଠାଉ ନାହିଁ” ବୋଲି ପ୍ରମୋଦ ଟ୍ୱିଟ କରିଛନ୍ତି।ତେବେ ପ୍ରମୋଦଙ୍କ କ’ଣ କହିବା କଥା ଯେ ଏହି ପ୍ରଶ୍ନ ଉଠାଯାଉ?ଏହା ଆରଏସଏସ, ବିଜେପି, ମୋଦୀଙ୍କୁ ବିରୋଧ ନାଁ ରାଷ୍ଟ୍ରୀୟତାକୁ ବିରୋଧ?

ସୂଚନାଯୋଗ୍ୟ ଯେ ଅଖିଳ ଭାରତୀୟ ଆଖଡ଼ା ପରିଷଦ ଜାରୀ କରିଥିବା “ନକଲି ଧର୍ମଗୁରୁ”ଙ୍କ ଲିଷ୍ଟରେ ପ୍ରମୋଦ କୃଷ୍ଣମଙ୍କ ନାମ ରହିଛି।ନିୟମ ଅନୁଯାୟୀ ଘର ଏବଂ ପରିବାର ଛାଡ଼ୁ ନଥିବା ସହିତ ସନ୍ଥ ପରମ୍ପରା ପାଳନ କରୁନଥିବା କାରଣରୁ ପ୍ରମୋଦ କୃଷ୍ଣମଙ୍କୁ ସନ୍ଥ ସମାଜରୁ ବିତାଡ଼ିତ କରି ଦିଆଯାଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.