Home ଓଡ଼ିଶା କଂଗ୍ରେସରେ ଦ୍ବିମତ: ରାଫେଲ୍ ପୂଜନକୁ ତମାସା କହିଥିବା ଖଡ଼ଗେଙ୍କୁ ନାସ୍ତିକ କହିଲେ ନିରୂପମ

କଂଗ୍ରେସରେ ଦ୍ବିମତ: ରାଫେଲ୍ ପୂଜନକୁ ତମାସା କହିଥିବା ଖଡ଼ଗେଙ୍କୁ ନାସ୍ତିକ କହିଲେ ନିରୂପମ

548

ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ପ୍ରଥମ ରାଫେଲ ବିମାନକୁ ନେଇ ଫ୍ରାନ୍ସରେ ଶସ୍ତ୍ର ପୂଜନ କରିବାକୁ ତମାସା ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ।ଖଡ଼ଗେ କହିଛନ୍ତି, ଏହି ତମାସାର କିଛି ଆବଶ୍ୟକତା ନ’ଥିଲା।ଯେତେବେଳେ ଆମେ ବୋଫର୍ସ କିଣିଥିଲୁ, ସେତେବେଳେ କେହି ଯାଇ ଏପରି ଦେଖେଇ ହୋଇ ଆଣିନଥିଲା।ଏହା ସହ ଖଡ଼ଗେ କହିଛନ୍ତି ବାୟୁସେନା ଅଧିକାରୀ ସ୍ଥିର କରିବେ ରାଫେଲ ଭଲ, ନାଁ ନାହିଁ।ତେବେ, କଂଗ୍ରେସ ନେତା ଖଡ଼ଗେଙ୍କ ଏହି ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ଆଉ ଜଣେ କଂଗ୍ରେସ ନେତା ସଞ୍ଜୟ ନିରୂପମ।ସଞ୍ଜୟ କହିଛନ୍ତି, ଶସ୍ତ୍ର ପୂଜନକୁ ତମାସା କୁହାଯାଇ ପାରିବ ନାହିଁ।ଆମ ଦେଶରେ ଏହାର ପୁରୁଣା ପରମ୍ପରା ରହି ଆସିଛି।ସମସ୍ୟା ହେଲା ଖଡ଼ଗେ ଜଣେ ନାସ୍ତିକ।କିନ୍ତୁ, କଂଗ୍ରେସରେ ସମସ୍ତେ ନାସ୍ତିକ ନୁହଁନ୍ତି ବୋଲି କହିଛନ୍ତି ସଞ୍ଜୟ ନିରୂପମ।ସୂଚନାଯୋଗ୍ୟ ଯେ ୩୭୦ ଧାରା ଉଚ୍ଛେଦକୁ ନେଇ କଂଗ୍ରେସରେ ଏହିପରି ଭାବରେ ଦ୍ବିମତ ଦେଖାଦେଇଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.