Home Top News ସନ୍ଦେହରେ ସଭାପତିଙ୍କ ସଭାପତିତ୍ୱ: ସନ୍ଦେହରେ ସଭାପତିଙ୍କ ଘୋଷଣା!

ସନ୍ଦେହରେ ସଭାପତିଙ୍କ ସଭାପତିତ୍ୱ: ସନ୍ଦେହରେ ସଭାପତିଙ୍କ ଘୋଷଣା!

63

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ପରିବର୍ତ୍ତନ ପରେ ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ଖୁବ୍ ଶୀଘ୍ର ତାଙ୍କର ରାଜ୍ୟ ଟିମ୍ ଘୋଷଣା କରିବେ ବୋଲି ଆଶା କରାଯାଉଛି। ବିଜେପି ରାଜ୍ୟ ଟିମ୍ ପୁନର୍ଗଠିତ ହେବ ଏବଂ ଅଳ୍ପ କିଛି ଜିଲ୍ଲା ସଭାପତିଙ୍କୁ ଛାଡ଼ିଦେଲେ ଅନେକ ଜିଲ୍ଲାରେ ସଭାପତି ଏବଂ ଟିମ୍ ଅପରିବର୍ତ୍ତିତ ରହିବେ କିମ୍ବା ତାହା ପରବର୍ତ୍ତୀ ମୁହୂର୍ତ୍ତରେ ପର୍ଯ୍ୟାୟକ୍ରମେ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଥିଲା। ଏବେ କେବଳ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଦେବଗଡ଼ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇ ଅରୁଣ କୁମାର ସାହୁଙ୍କୁ ନୂତନ ସଭାପତି ଭାବରେ ଦାୟିତ୍ୱ ଦିଆଯାଇ ଥିଲା। ଯାହା କି ରାଜ୍ୟ ବିଜେପି ପକ୍ଷରୁ ଘୋଷଣା ହେଲା। ତେବେ, ଶନିବାର ଦିନ କିନ୍ତୁ ହଠାତ୍ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଥିବା ହେମନ୍ତ କୁମାର ପାଢ଼ୀ ଏକ ଦୈନିକ ଖବରକାଗଜର ନ୍ୟୁଜ୍ କଟିଂ ପୋଷ୍ଟ୍ କଲେ ଯେଉଁଥିରେ ଲେଖାଅଛି, “ବିଜେପି କମିଟି ପୁନର୍ଗଠିତ – ସଭାପତି ପଦ ବଜାୟ ରଖିଲେ ହେମନ୍ତ”। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ତାର ସାଙ୍ଗଠନିକ ବ୍ୟବସ୍ଥାର ପରିବର୍ତ୍ତନ ଆଣି ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତି ଦେବା ପରେ ଜିଲ୍ଲା କମିଟିର ମଧ୍ୟ ପୁନର୍ଗଠନ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଜେପିର ଭଦ୍ରକ ଜିଲ୍ଲା ସଭାପତି ଭାବେ ପୁନର୍ବାର ହେମନ୍ତ କୁମାର ପାଢ଼ୀଙ୍କ ଉପରେ ସାଙ୍ଗଠନିକ ଭାର ଅର୍ପଣ କରାଯାଇଛି। ପୁଣି ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ସଭାପତି ଶ୍ରୀ ପାଢ଼ୀ ତାଙ୍କ ଟିମ୍ ଘୋଷଣା କରିଛନ୍ତି। ପୂର୍ବର ଅଧିକାଂଶ ଜିଲ୍ଲା ପଦାଧିକାରୀ ପୁଣି ଏହି ଟିମରେ ସ୍ଥାନ ପାଇଥିବା ବେଳେ କେତେକ ନୂତନ ଭାବେ ସ୍ଥାନ ପାଇଛନ୍ତି।” ଏପରି ନ୍ୟୁଜ୍ କଟିଂ ପୋଷ୍ଟ୍ କରି ହେମନ୍ତ କ୍ୟାପ୍ସନରେ ଲେଖିଛନ୍ତି, “ମୋ ଉପରେ ଆସ୍ଥା ପ୍ରକଟ କରି ପୁନଃ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଭାର ମୋ ଉପରେ ନ୍ୟସ୍ତ କରିଥିବାରୁ ରାଜ୍ୟ ସଭାପତି ମୋର ବଡ଼ ଭାଇ ମନମୋହନ ସାମଲଙ୍କୁ ମୋ ତରଫରୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରୁଅଛି।” ତେବେ ଏଠି ପ୍ରଶ୍ନ ଉଠୁଛି ମନମୋହନ ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ଦେବଗଡ଼ ଜିଲ୍ଲା ସଭାପତି ପରିବର୍ତ୍ତନ ହୋଇଥିଲେ। ଏବେ ମନମୋହନ ସାମଲ କ’ଣ କେବଳ ଭଦ୍ରକ ଜିଲ୍ଲା ସଭାପତିଙ୍କୁ ଅପରିବର୍ତ୍ତିତ ରଖିଛନ୍ତି? ଗୋଟିଏ ଜିଲ୍ଲା ଦେବଗଡ଼ ସଭାପତି ବଦଳିଲେ ତାହା ଘୋଷଣା ହେଲା ଭିନ୍ନ କଥା। କିନ୍ତୁ, ଗୋଟିଏ ନିର୍ଦ୍ଦିଷ୍ଟ ଜିଲ୍ଲା (ଭଦ୍ରକ) ସଭାପତି ଅପରିବର୍ତ୍ତିତ ରହିଲେ ବୋଲି ଘୋଷଣାର ଅର୍ଥ କ’ଣ ଏହା ଯେ, ବାକି ସବୁ ଜିଲ୍ଲା ସଭାପତି ବଦଳିବେ କି ବୋଲି ମନରେ ପ୍ରଶ୍ନ ଉଠୁଛି।ଏଠାରେ ଆଉ ଗୋଟିଏ କଥା, ଦେବଗଡ଼ ଜିଲ୍ଲା ସଭାପତି ପରିବର୍ତ୍ତନ ହେବା ନେଇ ରାଜ୍ୟ ବିଜେପି ମିଡିଆ ସେଲ୍ ପକ୍ଷରୁ ଘୋଷଣା ହେଲା। କିନ୍ତୁ, ଭଦ୍ରକ ଜିଲ୍ଲା ସଭାପତି ଘୋଷଣା ନେଇ କାଇଁ ରାଜ୍ୟ ବିଜେପି ତରଫରୁ ସେମିତି କିଛି ବିଜ୍ଞପ୍ତି ପ୍ରକାଶ ପାଇବା ଦେଖିବାକୁ ମିଳିନି। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ହେମନ୍ତ ପାଢ଼ୀ ଜିଲ୍ଲା ସଭାପତି ଭାବରେ ପୁନଃନିଯୁକ୍ତ ହେବା ନେଇ ମନମୋହନ ସାମଲ କିମ୍ବା ରାଜ୍ୟ ବିଜେପି ପକ୍ଷରୁ ପ୍ରକାଶିତ କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାଁନ୍ତି ହେମନ୍ତ ପାଢ଼ୀ। ଖବରକାଗଜରେ ଭଦ୍ରକରୁ ପ୍ରକାଶିତ ଖବର କଟିଂ ପୋଷ୍ଟ୍ କରିଛନ୍ତି ହେମନ୍ତ। ଖବରକାଗଜରେ ଶନିବାର ପ୍ରକାଶିତ ଖବର ଅର୍ଥାତ୍ ଶୁକ୍ରବାର ଠାରୁ ଘୋଷଣା ସରିଥିବ? ତେବେ, ଶୁକ୍ରବାର ଦିନ ସେହି ଘୋଷଣା (ବିଜ୍ଞପ୍ତି) ପ୍ରକାଶ ନକରି ସେହିଦିନ ନିଜେ ପୁନଃ ସଭାପତି ହୋଇ ହୋଇ ପୁଣି ସେହିଦିନ ସାଙ୍ଗେ ସାଙ୍ଗେ ନୂଆ କମିଟି କରି ଏବଂ ତାହାକୁ ପରଦିନ ଖବରକାଗଜରେ ପ୍ରକାଶନ କରାଇ ତା’ ପରେ ଯାଇ ତାକୁ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି ନିଜେ ସଭାପତି ପଦ ବଜାୟ ରଖିଲେ ବୋଲି ଦୁନିଆକୁ ଜଣାଇବାର ମାନେ କଣ? ସେହିପରି କିଛି ଜିଲ୍ଲା ସ୍ତରୀୟ ପ୍ରମୂଖ ନେତା ମଧ୍ୟ ଖବରକାଗଜରେ ପ୍ରକାଶିତ ପରେ ଯାଇ, ଶନିବାର ଦିନ ହେମନ୍ତ ପାଢ଼ୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ରାଜ୍ୟ ସଭାପତି ଘୋଷଣା କଲା ପରେ ଶୁକ୍ରବାର ଦିନ କ’ଣ ଏମାନେ କେହି ମଧ୍ୟ ଜାଣି ପାରିଲେନି? ତେଣୁ, ଏହା ଭିତରେ କିଛି ବଡ଼ ରହସ୍ୟ ରହିଛି କି ବୋଲି ସ୍ବଭାବିକ ଭାବରେ ମନରେ ସନ୍ଦେହ ଜାତ ହେଉଛି। ସନ୍ଦେହରେ ସଭାପତିଙ୍କ ସଭାପତିତ୍ୱ ଏବଂ ସନ୍ଦେହରେ ସଭାପତିଙ୍କ ଘୋଷଣା ଅନୁଭବ ହେଉଛି!
-/Dev@Drath

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.