Home ଓଡ଼ିଶା ଓଡିଶାରେ ଶକ୍ତି ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ

ଓଡିଶାରେ ଶକ୍ତି ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ

101

ଭୁବନେଶ୍ୱର ୧୩/୯ (ଓଡ଼ିଆ ପୁଅ) ବାତ୍ୟା ଫନି ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାର ପୁନରୁଦ୍ଧାରପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କୁ (OSDMA) ୫୦ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଆଜି କୋଇଲା ମନ୍ତ୍ରଣାଳୟର ସଚିବ ଶ୍ରୀ ସୁମନ୍ତ ଚୌଧୁରୀ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଆଶିଷ ଉପାଧ୍ୟାୟ, କୋଲ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଏ.କେ.ଝା, ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା, ଓଡିଶା ଶକ୍ତି ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ମହାନଦୀ କୋଲଫିସ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି.ଏନ୍ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର OPTCL ଜରିଆରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯିବ। ଏଥିରେ ପୁରୀ, ଭୁବନେଶ୍ବର, କଟକ ଓ କୋଲ ଇଣ୍ଡିଆର କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳ ଗୁଡିକରେ ଶକ୍ତି ଭିତ୍ତିଭୂମିର ଉନ୍ନତି ପାଇଁ ୩ଟି ୨୨୦ କେଭି ଓ ଦୁଇଟି ୧୩୨ କେଭି Transmission Line ସ୍ଥାପନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.