Home Top News ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର ! ଦେଶରେ ଏବେ ୧୦୦% କ୍ଷମତା ସହ ସିନେମା...

ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର ! ଦେଶରେ ଏବେ ୧୦୦% କ୍ଷମତା ସହ ସିନେମା ହଲ୍ ଖୋଲିବ, କେନ୍ଦ୍ର ସରକାରଙ୍କ ସୂଚନା

41

ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଦେଶର ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ଦେଶରେ ପୂର୍ଣ୍ଣ କ୍ଷମତା ସହିତ ସିନେମା ହଲ୍ ଖୋଲିବାକୁ ଯାଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫେବୃଆରୀରୁ ସମ୍ପୂର୍ଣ୍ଣ କ୍ଷମତା ସହିତ ସିନେମା ହଲ୍ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।

ପ୍ରକାଶ ଜାଭଡେକର କହିଛନ୍ତି, “ସିନେମା ହଲ୍ ଫେବୃଆରୀରେ ୧୦୦% କ୍ଷମତା ସହ ଖୋଲିପାରିବ। ଆମେ ଅଧିକ ଅନଲାଇନ୍ ବୁକିଂକୁ ଉତ୍ସାହିତ କରିବୁ। ଦୁଇଟି ସୋ ମଧ୍ୟରେ କିଛି ସମୟ ରହିବ ଯାହା ଦ୍ଵାରା ଅଧିକ ଜନଗହଳି ହେବ ନାହିଁ।ସାନିଟାଇଜେସନ୍ ଏବଂ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ।। ”

ନିର୍ଦ୍ଦେଶାବଳୀ

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା SOP ଅନୁଯାୟୀ, ଅଡିଟୋରିୟମ୍ ଏବଂ ସାଧାରଣ ଅଞ୍ଚଳରେ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବା ଆବଶ୍ୟକ। ପ୍ରେକ୍ଷାଳୟରେ ପ୍ରବେଶ କରୁଥିବା ଲୋକମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ସିନେମା ହଲରେ ପ୍ରବେଶ ଏବଂ ବାହାରକୁ ଆସୁଥିବା ଲୋକଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା ବାଧ୍ୟତାମୂଳକ ଅଟେ। ସିନେମା ହଲରେ ଛେପ ପକାଇବାପାଇଁ କଡା ନିଷେଧ ହେବ। ପ୍ରେକ୍ଷାଳୟକୁ ଆସୁଥିବା ଲୋକଙ୍କ ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ବାଧ୍ୟତାମୂଳକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.