Home Top News ଆଙ୍ଗିଓପ୍ଲାଷ୍ଟିର ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

ଆଙ୍ଗିଓପ୍ଲାଷ୍ଟିର ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଗାଙ୍ଗୁଲି

43

କୋଲକାତା ଜାନୁଆରୀ ୩୧ :(ଓଡିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ପରେ ସୁସ୍ଥତା ଅନୁଭବ କରିଛନ୍ତି ଏବଂ ତାଙ୍କୁ ରବିବାର ସକାଳେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ଜଣାପଡ଼ିଛି।

ହସ୍ପିଟାଲର ଜଣେ ଅଧିକାରୀମାନଙ୍କ କହିବା ଅନୁଯାୟୀ, ତିନି ଦିନ ପରେ କରୋନାରୀ ଧମନୀକୁ ସଫା କରିବା ପାଇଁ ଆଙ୍ଗିଓପ୍ଲାଷ୍ଟିର ଏକ ନୂତନ ରାଉଣ୍ଡ ଶେଷ ହୋଇଥିଲା।

ବୁଧବାର ଦିନ ୪୮ ବର୍ଷୀୟ ମହାନ୍ କ୍ରିକେଟର୍, ହୃଦ୍‌ରୋଗ କାରଣରୁ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଗୁରୁବାର ଦିନ ଡାକ୍ତରଙ୍କ ଏକ ଟିମ୍ ଦ୍ୱାରା କରାଯାଇଥିବା ଅସ୍ତ୍ରୋପଚାର ସମୟରେ ଆଉ ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା ଯେଉଁଠି ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ଶେଟ୍ଟୀ ଏବଂ ଡାକ୍ତର ଅଶ୍ୱିନ୍ ମେହେତା ମଧ୍ୟ ଥିଲେ।

ଯେଉଁଠାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ସେହି ଘରୋଇ ଡାକ୍ତରଖାନାର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁଯାୟୀ “ଗାଙ୍ଗୁଲି ଭଲ ରେସ୍ପଣ୍ଡ୍ କରୁଛନ୍ତି ଏବଂ ତାଙ୍କ ହୃଦୟ ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ଶକ୍ତିଶାଳୀ ଅଟେ। ଆମେ ଆଶା କରୁଥିଲୁଯେ, ଦୁଇ ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯିବେ।”

ଭାରତର ପୂର୍ବତନ ଅଧିନାୟକ ଏକ ସୁସ୍ଥ କାର୍ଯ୍ୟଶୈଳୀ ପାଳନ କରିବା ଆବଶ୍ୟକ ଏବଂ କିଛି ମାସ ପାଇଁ ଔଷଧ ଖାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.