Home Top News ଏବେ ଆଉ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ, ଆଧାର ଥିଲେ ଘରେ ବସି ପାଇପାରିବେ...

ଏବେ ଆଉ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ, ଆଧାର ଥିଲେ ଘରେ ବସି ପାଇପାରିବେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ

100

ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) : ନୂତନ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ, ଅସ୍ଥାୟୀ ଯାନ ପଞ୍ଜିକରଣ ଇତ୍ୟାଦି କାର୍ଯ୍ୟ ସହଜ ହେବାକୁ ଯାଉଛି। ଏହି କାର୍ଯ୍ୟଗୁଡ଼ିକ ପାଇଁ ଆପଣଙ୍କୁ ରାଜ୍ୟଗୁଡିକର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପରିଦର୍ଶନ କରିବାକୁ ପଡିବ ନାହିଁ। ବର୍ତ୍ତମାନ ଘରେ ବସି ଏହି ସବୁ ଜିନିଷ କରିବା ସମ୍ଭବ ହେବ। କେନ୍ଦ୍ର ସରକାର ଅନଲାଇନରେ ପରିବହନ କ୍ଷେତ୍ରରେ ମୋଟ ୧୬ ଟି ସୁବିଧା କରିବାକୁ ଯାଉଛନ୍ତି। ଗ୍ରାହକଙ୍କୁ ସରକାରୀ ପୋର୍ଟାଲରେ ଆଧାର କାର୍ଡ ନମ୍ବର ପ୍ରାମାଣିକରଣ କରିବାକୁ ପଡିବ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୧୫ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟରୁ ପରାମର୍ଶ ଏବଂ ଆପତ୍ତି ମାଗିଛନ୍ତି। ଏହା ପରେ, ନୂତନ ନିୟମ ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ସୁଦ୍ଧା କାର୍ଯ୍ୟକାରୀ ହେବ। ଏହି ନୂତନ ନିୟମରେ ସରକାରୀ ପୋର୍ଟାଲରେ ଆଧାର କାର୍ଡ ନମ୍ବରର ପ୍ରାମାଣୀକରଣ ଏବଂ ପରିବହନ କ୍ଷେତ୍ରରେ ୧୬ ଟି ସୁବିଧା ଆରମ୍ଭ ହେବାର ଉଲ୍ଲେଖ କରାଯାଇଛି।

ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରର କାର୍ଯ୍ୟକୁ ଯୋଗାଯୋଗହୀନ କରାଯାଉଛି। ଏଥିରେ ମୁଖ୍ୟତଃ ନୂତନ ଲର୍ଣିଙ୍ଗ ଡ୍ରାଇଭିଂ ଲାଇସେନ୍ସ, ନବୀକରଣ, DL ର ନକଲ, DL ରେ ଠିକଣା ପରିବର୍ତ୍ତନ ଏବଂ ଯାନ ପଞ୍ଜୀକରଣ ପ୍ରମାଣପତ୍ର, ଆନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତି, ଅସ୍ଥାୟୀ ଯାନ ପଞ୍ଜିକରଣ, ପଞ୍ଜୀକରଣ ପାଇଁ NOC, ପଞ୍ଜୀକରଣ ପ୍ରମାଣପତ୍ରର ନକଲ, ଯାନ ସ୍ଥାନାନ୍ତରଣ ଇତ୍ୟାଦି ଅନ୍ତର୍ଭୁକ୍ତ। ଅଧିକାରୀ କହିଛନ୍ତି ଯେ ଆଧାର ପ୍ରାମାଣୀକରଣ ସହିତ DL ଏବଂ ଯାନ ପଞ୍ଜିକରଣ ପାଇଁ ସମସ୍ତ ପ୍ରକାରର ଡକ୍ୟୁମେଣ୍ଟ ଆବଶ୍ୟକ ହେବ ନାହିଁ। ଏହା ରାଜ୍ୟଗୁଡିକରେ ଆରଟିଓର କାର୍ଯ୍ୟରେ ସ୍ୱଚ୍ଛତା ଆଣିବ। ଉକ୍ତ କାର୍ଯ୍ୟାଳୟଗୁଡ଼ିକୁ ଅନଲାଇନ୍ କରିବାକୁ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରୁ ଅନୁମୋଦନ ପାଇଁ ଯାଇଛି।

ଡ୍ରାଇଭିଂ ଲାଇସେନ୍ସର ଠକେଇ, ଦଲାଲି ବନ୍ଦ ହେବ

ଅନଲାଇନ୍ ଆଧାର କାର୍ଡର ନୂତନ ବ୍ୟବସ୍ଥା, ଭିନ୍ନ ଭିନ୍ନ ରାଜ୍ୟରୁ ଜଣେ ବ୍ୟକ୍ତି ଦ୍ଵାରା କରାଯାଉଥିବା ଡ୍ରାଇଭିଂ ଲାଇସେନ୍ସ ଠକେଇକୁ ରୋକିବ। ଏଥି ସହିତ ଅନ୍ୟ ରାଜ୍ୟରେ ଚୋରି ହୋଇଥିବା ଗାଡିଗୁଡିକର ପଞ୍ଜୀକରଣର ରାକେଟ୍ ବନ୍ଦ ହେବ। ପ୍ରାମାଣିକରଣ ପାଇଁ ବିକଳ୍ପ ଡକ୍ୟୁମେଣ୍ଟ ଭାବରେ ଆଧାର ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.