Home Top News ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ...

ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା

292

ଚେନ୍ନାଇ ୧୮-୨ (ଓଡ଼ିଆ ପୁଅ) : ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ ଗୁରୁବାର ଦିନ ଭାରତୀୟ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଖେଳାଳି ହୋଇପାରିଛନ୍ତି। ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଛି ମୋରିସ୍‌ଙ୍କୁ। ସେ ଯୁବରାଜ ସିଂଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ତାଙ୍କ ପୂର୍ବରୁ ଆଉ ଜଣେ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ୧୪.୨୫ କୋଟି ଟଙ୍କା ପାଇବାରେ ସଫଳ ହୋଇଛନ୍ତି। ମୋରିସଙ୍କ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ଥିଲା। ଚାରୋଟି ଦଳ ତାଙ୍କ ଉପରେ ଟେଣ୍ଡର କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.