Home କେନ୍ଦୁଝର ଦୁରାରୋଗ୍ୟରେ ପିଡିତ ନିମାଇଁକୁ ଚିକିତ୍ସା ଯୋଗାଇଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦୁରାରୋଗ୍ୟରେ ପିଡିତ ନିମାଇଁକୁ ଚିକିତ୍ସା ଯୋଗାଇଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

42

ହାଟଡ଼ିହି, ୧୮ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ତରତରା ପଞ୍ଚାୟତ ମହ୍ଲାରପଦା ଡଙ୍କିଆ ସାହି ଗ୍ରାମର ନିମାଇଁ ପାତ୍ର(୭୦) ନାମକ ଜଣେ ବୃଦ୍ଧ ଦୁରାରୋଗ୍ୟରେ ପିଡିତ ହୋଇ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ସେ ଜଣେ ଗରିବ ଖଟିଖିଆ ପରିବାରର । ଘରେ ୬ପରାଣି କୁଟୁମ୍ବ ଥିବାବେଳେ ତାଙ୍କର ଜମିବାଡି କିଛି ନାହିଁ । ନିମାଇଁ ମୁଲ ମଜୁରୀ ଲାଗି ଯାହା ପାଆନ୍ତି ସେଥିରେ ପରିବାରଟି ଦୁଃଖକଷ୍ଟରେ ଚଳିଯାଏ । କିନ୍ତୁ ଗତ ଦୁଇବର୍ଷ ତଳେ ଗୋଡରେ ଏକ କଣ୍ଟା ମାଡିଦେବାରୁ ତାଙ୍କର ଚଲାବୁଲା ବନ୍ଦ ହୋଇଯାଇଥିଲା । ଏପରିକି ପାଦଟି ଫୁଲିଯିବା ସହ କ୍ଷତ ସ୍ଥାନଟି ପାଚିବା ଆରମ୍ଭ କରିଥିଲା । ପରିବାର ଲୋକେ ତାଙ୍କୁ ତରତରା ଡାକ୍ତରଖାନା ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଗୋଡଟି ଦିନକୁ ଦିନ ଅଧିକ ଯନ୍ତ୍ରଣା ଦେଉଥିବାବେଳେ ବିଚରା ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି । ଡାକ୍ତରଖାନା ନେବାପାଇଁ ଘରେ କୌଣସି ସମ୍ବଳ ନଥିବାରୁ ପରିବାର ଲୋକେ ଅଧିକ ଚିକିତ୍ସା କରାଇପାରୁ ନାହାନ୍ତି । ତେଣୁ କୌଣସି ସ୍ୱେଚ୍ଛାସେବୀ ସଂସ୍ଥା କିମ୍ବା ସରକାରୀ ସହାୟତା ଯେଗାଇଦେଲେ ନିମାଇଁ ଭଲ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି । ଐ ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସ୍ୱେଚ୍ଛାସେବୀ ନିରଞ୍ଜନ ମିଶ୍ର ଏ ଖବରଟିକୁ ଟୁଇଟ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ, ସିଡିଏମଓ କେନ୍ଦୁଝର, ଜିଲ୍ଲା ପ୍ରଶାସନ କେନ୍ଦୁଝର, ସିଏମଓ ଓଡିଶା ପ୍ରମୁଖଙ୍କୁ ଜଣାଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଟୁଇଟ ପାଇବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତୁରନ୍ତ ଏହି ରୋଗୀକୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ୭୨ଘଣ୍ଟା ଭିତରେ କିକି ପଦକ୍ଷେପ ନେଇଛ ଓ ସମସ୍ତ ରିପୋର୍ଟ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.