Home Top News ଭଦ୍ରକ ରାଜନୀତି: ଫସିଯିବେ ଅଭିମନ୍ୟୁ ଚକ୍ରବ୍ୟୁହରେ .. !

ଭଦ୍ରକ ରାଜନୀତି: ଫସିଯିବେ ଅଭିମନ୍ୟୁ ଚକ୍ରବ୍ୟୁହରେ .. !

120

ଭୁବନେଶ୍ୱର: ଫସିଯିବେ କି ଅଭିମନ୍ୟୁ ଚକ୍ରବ୍ୟୁହରେ? ଭଦ୍ରକ ରଜନୀତିକୁ ଲକ୍ଷ କଲେ ବିଜେପି ନେତା ଅଭିମନ୍ୟୁ ସେଠୀ ଏକ ଭୟଙ୍କର ଚକ୍ରବ୍ୟୁହରେ ଫସିଗଲା ପରି ଅନୁଭବ ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ତଥା ଗତ ସାଧାରଣ ନିର୍ବାଚନରେ ଭଦ୍ରକ ଲୋକସଭା ଆସନର ବିଜେପି ସାଂସଦ ପାର୍ଥି ତଥା ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ରାଜନୈତିକ ଭବିଷ୍ୟତ କାହିଁକି ଅନ୍ଧକାର ଆଡ଼କୁ ଗତି କଲା ପରି ଅନୁଭବ ହେଉଛି। ସଂରକ୍ଷିତ ଆସନ ପାଇଁ ସେମିତି ପାର୍ଥି ନଥିବା କାରଣରୁ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପୁଅ ହୋଇଥିବା କାରଣରୁ ଦଳରେ ସାମିଲ୍ କରାଇ ଅଭିମନ୍ୟୁ ସେଠୀଙ୍କୁ ଗତ ଥର ସିନା ବିଜେପି ଟିକେଟ ଦେଇଦେଲା, କିନ୍ତୁ ୨୦୨୪ କଥା କହିବା ମୁସ୍କିଲ୍। ଏମିତିରେ ଅଭିମନ୍ୟୁ ରାଜ୍ୟ ସମ୍ପାଦକ ହିସାବରେ ରାଜ୍ୟ ସ୍ତରରେ କ’ଣ ପାରିବେ, ନିଜ ଜିଲ୍ଲାରେ ନିଜର ସେମିତି ଏକ ପ୍ରଭାବ ବିସ୍ତାର କରିପାରି ନାହାଁନ୍ତି। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ମାନଙ୍କ ସହ କେବଳ ତାଳି ପକାଇ ସତେ ଯେପରି ଭଦ୍ରକ ଜିଲ୍ଲା ବିଜେପି ରାଜନୀତି ଭିତରେ ନିଜକୁ ବଞ୍ଚାଇ ରଖିଛନ୍ତି ଅଭିମନ୍ୟୁ ସେଠୀ। ଯାହା ଜଣାପଡ଼ୁଛି, ୨୦୨୪ ନିର୍ବାଚନରେ ଦଳ ବଦଳ ମାତ୍ରା ବଢ଼ିବା ନିଶ୍ଚିତ ଏବଂ ଦଳ ବଦଳକାରୀ ମଧ୍ୟ ଟିକେଟ ପାଇବା ସମ୍ଭାବନା ଅଧିକ। ଏମିତିରେ ଭଦ୍ରକ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ଅଭିମନ୍ୟୁଙ୍କ ପାଇଁ କଣ୍ଟା ହେବାର ସମ୍ଭାବନା ରହିଛି ବୋଲି ଆଲୋଚନା ଜୋର୍ ଧରିଛି। ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଭଲ ସଂପର୍କ ରହିଛି। ଦିଲ୍ଲୀ ଗସ୍ତ କାଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କର ରୀତିମତ ତଥା ଏକାନ୍ତରେ ସାକ୍ଷାତ ହୁଏ ଏବଂ ଆଗାମୀ ରାଜନୀତି ପାଇଁ ସେମାନଙ୍କ ମଧ୍ୟରେ ଡିଲ୍ ସରିଛି ବୋଲି ଆଲୋଚନା ହେଉଛି।ଗତ ପଞ୍ଚାୟତ ତଥା ପୌର ନିର୍ବାଚନରେ ନିଜ ସଂସଦୀୟ କ୍ଷେତ୍ରରେ ଟିକେଟ ବଣ୍ଟନ ହେଉ କିମ୍ବା ନିର୍ବାଚନ ପରିଚଳନା କିମ୍ବା ଜିଲ୍ଲାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ଯୋଜନା ପ୍ରକ୍ରିୟାରେ ଅଭିମନ୍ୟୁ ସେଠୀଙ୍କର ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳେ ନାହିଁ। ଏମିତିରେ ଏବେ ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛି। ତା’ ପୂର୍ବରୁ ଦିଲ୍ଲୀରେ ଯାଇ ମଣ୍ଡଳ ଦମ୍ପତ୍ତି ଅମିତ ଶାହାଙ୍କ ସହିତ ସାକ୍ଷାତ ଆଲୋଚନା କରୁଥିବାର ଫଟୋ ଦେଖିବାକୁ ମିଳିଛି। ଏହା ଅଭିମନ୍ୟୁଙ୍କ ପାଇଁ କାଳ ବୋଲି କୁହାଯାଉଛି। ଦୁନିଆଁକୁ ଦେଖାଇବାକୁ ହୁଏତ ମଣ୍ଡଳ ଦମ୍ପତ୍ତି କେନ୍ଦ୍ରମନ୍ତ୍ରୀଙ୍କୁ କୌଣସି ଦାବୀପତ୍ର ପ୍ରଦାନ କରୁଥାଆନ୍ତି, କିନ୍ତୁ ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନାରେ ମଣ୍ଡଳ ଦମ୍ପତ୍ତି ଅମିତ ଶାହାଙ୍କ ନିକଟତର ହୋଇ ୨୦୨୪ ଟିକେଟ ହାସଲ ରଣନୀତି ଚାଲିଛି ବୋଲି କୁହାଯାଉଛି। ଏମିତିରେ ଧାମନଗର ଉପ- ନିର୍ବାଚନରେ ବିଜେପିର ବିଜୟ ଏବଂ ବିଜେଡିର ପରାଜୟ ପଛର ମୂଳ କାରଣ ମୁକ୍ତିକାନ୍ତ ମଣ୍ଡଳଙ୍କ ଚକ୍ରାନ୍ତ ବୋଲି କୁହାଯାଏ। ତେଣୁ, ମୁକ୍ତିକାନ୍ତ ମଣ୍ଡଳ ଆଉ ବିଜେଡିର ବିଶ୍ୱାସଭାଜନ ଭିତରେ ନାହାଁନ୍ତି। ତେବେ, ଏହା ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହିତ ନିଜ ପାଇଁ ବିଜେପି ଟିକେଟ୍ ଡିଲ୍ କରି ଅଭିମନ୍ୟୁଙ୍କ ପାଇଁ ଚକ୍ରବ୍ୟୁହ ରଚି ସାରିଛନ୍ତି ମଣ୍ଡଳ ଦମ୍ପତ୍ତି!
/-Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.