Home Coronavirus Outbreak ଦେଶରେ COVID ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ୬ ଟି ଗ୍ରୁପ୍‌କୁ ଦଶଟି ସଶକ୍ତ ଗ୍ରୁପ୍‌ରେ...

ଦେଶରେ COVID ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ୬ ଟି ଗ୍ରୁପ୍‌କୁ ଦଶଟି ସଶକ୍ତ ଗ୍ରୁପ୍‌ରେ ପୁନର୍ଗଠନ କଲା

93

ନୂଆଦିଲ୍ଲୀ ମଇ ୩୦ (ଓଡିଆ ପୁଅ) ଦେଶରେ COVID ପରିସ୍ଥିତିର ମୁକାବିଲା ପାଇଁ ଗତକାଲି କେନ୍ଦ୍ର ୬ ଟି ଗ୍ରୁପ୍‌କୁ ଦଶଟି ସଶକ୍ତ ଗ୍ରୁପ୍‌ରେ ପୁନର୍ଗଠନ କରିଛି।

COVID-୧୯ ହେତୁ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ COVID ପରିଚାଳନାର ସାମ୍ପ୍ରତିକ ଆବଶ୍ୟକତାକୁ ପୂରଣ କରିବାରେ ପ୍ରୟାସକୁ ଆହୁରି ଉନ୍ନତ କରିବାକୁ ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ନିଆଯାଇଛି।

NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡଃ ଭି କେ ପଲ ଜରୁରୀକାଳୀନ ପରିଚାଳନା ଯୋଜନା ଗ୍ରୁପ୍‌ ଏବଂ ଟୀକାକରଣ ପ୍ୟାନେଲର ମୁଖ୍ୟ ହେବେ ଏହା ଦଶ ଜଣ ସଦସ୍ୟଙ୍କୁ ନେଇ ଗଠିତ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ଉପରେ ସଶକ୍ତୀକରଣ ଗ୍ରୁପ୍‌ର ସଂଯୋଜକ ହେବେ। ଏହା ଡାକ୍ତରଖାନା, ଯନ୍ତ୍ରପାତି ଏବଂ ଔଷଧ ସମ୍ବନ୍ଧୀୟ ସମସ୍ୟାଗୁଡିକ ଉପରେ ଦୃଷ୍ଟି ରଖିବ।

ଅମ୍ଳଜାନ ଉତ୍ପାଦନ, ଆମଦାନୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରସଙ୍ଗରେ ସଡକ ଏବଂ ପରିବହନ ସଚିବ ଗିରିଧର ଆରାମାନେଙ୍କ ଅଧ୍ୟକ୍ଷତାରେ ଏକ ପୃଥକ ସଶକ୍ତୀକରଣ ଗ୍ରୁପ୍‌ ଗଠନ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ, ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ବଳରାମ ଭାଗର୍ଭାଙ୍କୁ COVID ପରୀକ୍ଷଣରେ ପ୍ୟାନେଲର ମୁଖ୍ୟ ଏବଂ ନୀତି ଆୟୋଗ ସିଇଓ ଅମିତ କାନ୍ତ ଏହି ଗ୍ରୁପ୍‌ର ନେତୃତ୍ୱ ନେବେ ଯାହା ଘରୋଇ କ୍ଷେତ୍ର, ଏନଜିଓ ତଥା ଆନ୍ତର୍ଜାତୀୟ ସଂଗଠନର କାର୍ଯ୍ୟ ଉପରେ ନଜର ରଖିବ।

ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଜୟ ସେଠ୍ ଙ୍କୁ ଅର୍ଥନୈତିକ ଏବଂ କଲ୍ୟାଣ ମାପ ଗ୍ରୁପ୍‌ ଯାହାକି ଅଭିବୃଦ୍ଧି ଏବଂ ନିଯୁକ୍ତି ସହ ଜଡିତ ଉଦୀୟମାନ ପ୍ରସଙ୍ଗଗୁଡିକ ଉପରେ ଦାୟିତ୍ୱ ଦେଖିବ ସେ, ଏହାର ନେତୃତ୍ୱ ନେବେ।

ପାଣ୍ଡେମିକ୍ ରେସପନ୍ସ ଏଣ୍ଡ କୋର୍ଡ଼ିନେସନ୍‌ ଉପରେ ନଦର ରଖିବେ ଅଜୟ ଭାଲା ( ହୋମ୍‌ ସିକ୍ୟୋରିଟି)। ସେ ୧୨ ସଦସ୍ୟ ସଶକ୍ତୀକରଣ ଗ୍ରୁପ୍‌ର ଆବାହକ ହେବେ।

ସୂଚନା ଏବଂ ପ୍ରସାରଣ ସଚିବ ଅମିତ ଖାରେଙ୍କ ନେତୃତ୍ୱରେ ୧୧ ସଦସ୍ୟ ଗ୍ରୁପ୍‌ ସୂଚନା, ଯୋଗାଯୋଗ ଏବଂ ଜନସାଧାରଣଙ୍କ ଯୋଗଦାନ ଉପରେ ପଦକ୍ଷେପ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.