Home Top News ଏହି ଦିନ ପ୍ରକାଶ ପାଇବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ

ଏହି ଦିନ ପ୍ରକାଶ ପାଇବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ

44

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଫେବୃଆରୀ ୨ ରେ ଘୋଷିତ ହେବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ‘ନିଶାଙ୍କ’ କହିଛନ୍ତି।
ଏହି ଘୋଷଣା କରିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ୪୫ ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରିବ।

କରୋନାଭାଇରସ୍ ମହାମାରୀ ସମୟରେ ଆମେ ସଫଳତାର ସହ ଅନଲାଇନ୍ କ୍ଲାସ୍ ଏବଂ ସିବିଏସ୍ଇ ବୋର୍ଡ, JEE, NEET ଏବଂ ଅନ୍ୟାନ୍ୟ ପରୀକ୍ଷା ପରିଚାଳନା କରିଥିଲୁ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ।

ଆମେ ୬ଷ୍ଠ ଶ୍ରେଣୀରୁ ଛାତ୍ରମାନଙ୍କ ପାଇଁ ଧନ୍ଦାମୂଳକ ଶିକ୍ଷା ଯୋଗାଇ ଦେବାକୁ ଚାହୁଁଛୁ ଯାହା ଦ୍ୱାରା ସେମାନେ ସେମାନଙ୍କର ଭବିଷ୍ୟତ ଗଠନ ତଥା ରୋଜଗାର ପାଇଁ ସେମାନଙ୍କର ଜ୍ଞାନ ଏବଂ ଅଭିଜ୍ଞତାକୁ ବ୍ୟବହାର କରିପାରିବେ ବୋଲି ଶିକ୍ଷା ମନ୍ତ୍ରୀ ପୋଖରିଆଲ କହିଛନ୍ତି।

ଛାତ୍ରଠାତ୍ରୀ ମାନଙ୍କ ମଧ୍ୟରେ ମୂଲ୍ୟବୋଧ ବୃଦ୍ଧି କରିବା ଏବଂ ଅଙ୍ଗନୱାଡି ସ୍ତରରେ ସେମାନଙ୍କର ସାମର୍ଥ୍ୟକୁ ଆଣିବାରେ ସାହାଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ଶିକ୍ଷା ମନ୍ତ୍ରୀ।

NEP ରେ ପ୍ରାଥମିକ ଶିକ୍ଷାରେ ଶିକ୍ଷାର ମାଧ୍ୟମ ଭାବରେ ଆଞ୍ଚଳିକ ଭାଷା ସମସ୍ତ ଭାରତୀୟ ବିଦ୍ୟାଳୟରେ ସମାନ ଭାବରେ କାର୍ଯ୍ୟକାରୀ ହେବ।

ଏହି ଲାଇଭ୍ ୱେବିନେୟାରରେ ପ୍ରାୟ ୨୫୦ ଟି ବିଦ୍ୟାଳୟର ୧୦୦୦ ରୁ ଅଧିକ ସ୍କୁଲ୍ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.