Home ଅପରାଧ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଓ ସିବିଆଇ ତଦନ୍ତ ଦାବିରେ ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ୍...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର, ଗିରଫ୍ ଓ ସିବିଆଇ ତଦନ୍ତ ଦାବିରେ ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

45

ଭୁବନେଶ୍ୱର/ଭଦ୍ରକ: ମମିତା ମେହେରଙ୍କ ହତ୍ୟା ଘଟଣାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଗାନ୍ଧୀ ପଡ଼ିଆ ନିକଟରୁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ବାହାରି ଟାଉନ୍ ହଲ୍ ଛକ ନିକଟରେ ପହଞ୍ଚିଥିଲେ। ଏଥିରେ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକ, ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ଉମାମଣି ସାହୁ, ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ଚୈତାଳି ଖିଲାର, ସ୍ମୃତିରେଖା ରାଉତ, ସ୍ୱାଗତିକା ସାହୁ, ସରସ୍ୱତୀ ସେନାପତି, ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ପ୍ରମୂଖ ଅଂଶଗ୍ରହଣ କରିଥିଲେ।

ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ, ବଦ୍ରୀ ନାରାୟଣ ଧଳ, ମନସ୍ମିତା ଖୁଣ୍ଟିଆ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଭଗବାନ ପଣ୍ଡା, ତପନ ମହାନ୍ତି, ଶରତ ପଢ଼ିଆରୀ, ଉର୍ମିଳା ସେଠୀ, କଳ୍ପନା ଜେନା ପ୍ରମୂଖ ଉପସ୍ଥିତ ରହି ସାହାଯ୍ୟ ଏବଂ ସହଯୋଗ କରିଥିଲେ। “ବିଜେଡି ଶାସନରେ ମହିଳା ବିପଦରେ” ବୋଲି କହିବା ସହ ଦାବୀ ପୂରଣ ନହେଲେ ମମିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମେତ ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ ଦାବିରେ ଆନ୍ଦୋଳନ ଆହୁରୀ ବ୍ୟାପକ କରାଯିବ ବୋଲି ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.