Home କେନ୍ଦୁଝର ୨୪ଘଣ୍ଟା ବିତିଲା, ମିଳିଲାନି ଦୁର୍ବୁତଙ୍କ ସୁରାକ ମୁମୁର୍ଶ ଅବସ୍ଥାରେ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

୨୪ଘଣ୍ଟା ବିତିଲା, ମିଳିଲାନି ଦୁର୍ବୁତଙ୍କ ସୁରାକ ମୁମୁର୍ଶ ଅବସ୍ଥାରେ ଡାକ୍ତରଖାନାରେ ଚାଲିଛି ଚିକିତ୍ସା

44

ହାଟଡିହି, ୩ /୧୧ (ଓଡିଆପୁଅ /ବିକାଶ ବିଶ୍ୱାଳ) ଗତ ମଙ୍ଗଳବାର ରାତି ସାଢ଼େ ସାତଟା ବେଳେ ଅଣା ସମଣା ରାସ୍ତାର ନିସଙ୍ଗପୁର ନିକଟରେ ଜଣେ ସୁନା ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଓ ନଗଦ ଟଙ୍କା ଲୁଟ ଘଟଣାରେ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ ପାଇ ପାରିନାହିଁ । ପୁଲିସ ବିଭିନ୍ନ ଦିଗରୁ ସୁରାକ ଖୋଜୁଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ସେଥିରେ ସଫଳତା ପାଇ ନଥିବାବେଳେ ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି କହିଛନ୍ତି । ଦୁର୍ବୁିତଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଅନନ୍ତ ଗୋପାଳ ଜୁଏଲାରୀ ଦୋକାନର ମାଲିକ ଟୁକୁଣା ଗ୍ରାମର ପବିତ୍ର ଦାସ (କାଳିଆ) ଏବେ କିମ୍‌ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ରାତିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବାବେଳେ ବର୍ତ୍ତମାନ ସୁଧା ତାଙ୍କର ଚେତା ଫେରି ନଥିବା ପରିବାର ଲୋକେ ସୁଚନା ଦେଇଛନ୍ତି ।
ଏଠାରେ ସୁଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟାରେ ଅନନ୍ତ ଗୋପାଳ ଜୁଏଲାରୀ ଦୋକାନର ମାଲିକ ଟୁକୁଣା ଗ୍ରାମର ପବିତ୍ର ଦାସ (କାଳିଆ) ନିଜ ଦୋକାନ ବନ୍ଦକରି ବାଇକ ଯୋଗେ ଅଣା -ସମଣା ରାସ୍ତାରେ ଟୁକୁଣା ଗାଁକୁ ଘରକୁ ଫେରୁଥିଲେ । ନିସଙ୍ଗପୁର ନିକଟରେ ତିନିଜଣ ଦୁର୍ବୁତ ଏକ ପଲସର ଗାଡିରେ ଆସି ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରୁ ସୁନା ରୁପା ଓ ଟଙ୍କା ଥିବା ବ୍ୟାଗକୁ ଛଡାଇ ନେବାସହ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଗୁରୁତର କରି ପକାଇଥିଲେ । ସେ ଗୁରୁତର ଅବସ୍ଥାରେ ନିଜ ଜୀବନ ବଞ୍ଚାଇବାକୁ ନିସଙ୍ଗପୁର ଗାଁ ଭିତରକୁ ଦୌଡିଯାଇ ପଡିଯିବା ପରେ ପାଟିଶୁଣି ଆଖପାଖ ଘରର ଲୋକମାନେ ଆସି ପହଞ୍ଚି ଘଟଣା ସମ୍ପର୍କରେ ଜାଣି ତୁରନ୍ତ ଆମ୍ବୁଲାନସ ଡାକି ଆହତ ପବିତ୍ରକୁ ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ । ସୋଂରୁ ତାଙ୍କୁ କଟକ ବଡ ଡାକ୍ତରଖାନା ଓ ପରେ କିମସ୍ କୁ ସ୍ଥାନାନ୍ତର କରାଯାଇଛି । ପରିବାର ଲୋକେମାନେ ମେଡିକାଲରେ ଥିବାରୁ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇ ନଥିବା ତାଙ୍କ ଭାଇ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.