Home କେନ୍ଦୁଝର ନିଟରେ ସଫଳତା ପାଇଲେ ଚନ୍ଦନ

ନିଟରେ ସଫଳତା ପାଇଲେ ଚନ୍ଦନ

65

ହାଟଡ଼ିହି, ୩ । ୧୧ (ଓଡିଆପୁଅ /ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଟୁକୁଣା ଗ୍ରାମର ଚନ୍ଦନ ଶଙ୍ଖୁଆଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ସେ ଜଣେ ଅତ୍ୟନ୍ତ ଗରିବ ପରିବାରର ମେଧାବୀ ଛାତ୍ର ହୋଇଥିବାବେଳେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ ରଖି ଉଚ୍ଚତର ଶିକ୍ଷାରେ ଲାଗିପଡିଥିଲେ । ଗତକାଲି ନିଟ ପରୀକ୍ଷାଫଳ ପ୍ରକାଶ ପାଇବାପରେ ସେ ସର୍ବଭାରତୀୟ ସ୍ତରରେ ମୋଟ ୬୪୨ମାର୍କ ରଖି ୫୪୬୪ତମ ସ୍ଥାନ ହାସଲ କରି ଡାକ୍ତରୀ ପାଠ୍ୟକ୍ରମରେ ନିଜର ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି । ସେ ୨୦୧୬ରେ ବଡରମ୍ପାସ ଜପିଦାସ ବିଦ୍ୟାମନ୍ଦିରରେ ଶିକ୍ଷାଲାଭ କରି ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇ ଥିବାବେଳେ ପରେ ବିଜେବି କଲେଜରେ ଯୁକ୍ତ୨ ଅଧ୍ୟୟନ କରିଥିଲେ । ପରେ ସେ ଭୁବନେଶ୍ୱରର ଆକାଶ ଶିକ୍ଷାନୁଷ୍ଠାନରେ କୋଚିଂ ନେଇ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ତାଙ୍କର ଉଚ୍ଚ ଶିକ୍ଷା ପାଇଁ ଅନେକ ବ୍ୟକ୍ତିବିଶେଷ ଓ ସ୍ୱେଚ୍ଛାସେବୀ ତାଙ୍କୁ ସହାୟତା ଓ ସହଯୋଗ କରିଆସୁଥିଲେ । ନିଟ ରେ ସଫଳତା ହାସଲ କରିବା ପରେ ତାଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.