Home ଓଡ଼ିଶା ଏବେ ୨୪ତମ ସପ୍ତାହରେ ମଧ୍ୟ ଗର୍ଭପାତ କରାଇ ପାରିବେ ମହିଳା, କେନ୍ଦ୍ରୀୟ କ୍ୟାବିନେଟ ବିଧେୟକକୁ ଦେଲେ...

ଏବେ ୨୪ତମ ସପ୍ତାହରେ ମଧ୍ୟ ଗର୍ଭପାତ କରାଇ ପାରିବେ ମହିଳା, କେନ୍ଦ୍ରୀୟ କ୍ୟାବିନେଟ ବିଧେୟକକୁ ଦେଲେ ମଞ୍ଜୁରୀ

272

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) Pregnancy Amendment Bill ୨୦୨୦ କେନ୍ଦ୍ରୀୟ କ୍ୟାବିନେଟ ବୁଧବାରଦିନ ସଂଶୋଧିତ ଗର୍ଭପାତ ବିଧେୟକ ଅର୍ଥାତ୍ ମେଡିକାଲ ଟର୍ମିନେଶନ ଅଫ ପ୍ରେଗନେନ୍ସି ବିଲ ୨୦୨୦ (Medical Termination of Pregnancy Amendment Bill-୨୦୨୦) କୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଧେୟକରେ ଗର୍ଭପାତର ଅଧିକତମ ସୀମା ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରାଯାଇଛି। ଅର୍ଥାତ୍ ଏବେ ମହିଳାମାନେ ପ୍ରେଗନେନ୍ସିର ୨୪ତମ ସପ୍ତାହରେ ମଧ୍ୟ ଗର୍ଭପାତ କରାଇ ପାରିବେ। କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବଡ଼େକର କ୍ୟାବିନେଟର ଏହି ନିଷ୍ପତି ବିଷୟରେ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ମନ୍ତ୍ରୀ ଜାଭଡ଼େକର କହିଛନ୍ତି କି ଏବେ ଗର୍ଭପାତର ସୀମା ୨୦ ସପ୍ତାହରୁ ବଢ଼ାଇ ୨୪ ସପ୍ତାହ କରିଦିଆଯାଇଛି। ମହିଳାମାନଙ୍କ ସାଥିରେ ଡକ୍ଟର ଏବଂ କୋର୍ଟ ତରଫରୁ ଲମ୍ବା ସମୟରୁ ଏହି ଦାବି କରାଯାଉଥିଲା। ଅବଶ୍ୟ ଏହି ବିଧେୟକକୁ ଆଇନ୍ ରେ ପରିଣତ କରିବା ପାଇଁ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ।

ବିଧେୟକକୁ ସଂସଦର ଆଗାମୀ ଅଧିବେଶନରେ ଆଗତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.