Home ଓଡ଼ିଶା ଭାରତ ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ଡ୍ର – ଏବେ ସୁପର ଓଭର...

ଭାରତ ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ଡ୍ର – ଏବେ ସୁପର ଓଭର ନିର୍ଣ୍ଣାୟକ

229

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ହ୍ୟାମିଲ୍ଟନ୍ ର ସେଡନ ପାର୍କରେ ଖେଳା ଯାଇଛି। ଏହି ମ୍ୟାଚ୍ ଡ୍ର ହୋଇଛି।
ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୯ ରନ କରିଛି।
ତେବେ ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡ କୌଣସି ୱିକେଟ ନ ହରାଇ ୧୭ ରନ୍ ସଂଗ୍ରହ କରିଛି। ଭାରତକୁ ଜୀତିବାକୁ ହେଲେ ୧୮ ରନ୍ ର ଆବଶ୍ୟକତା କହିଛି।
ଏହି ସିରିଜ୍ ରେ ପ୍ରଥମ ଦୁଇ ଟି-୨୦ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୭ ୱିକେଟ୍ ରେ ହରାଇଥିଲା। ଏହା ସହିତ ଭାରତ ସିରିଜ୍ ରେ ୨-୦ ରେ ଆଗୁଆ ଅଛି। ଭାରତର ଚେଷ୍ଟାହେବ କି ତୃତୀୟ ଟି-୨୦ ମ୍ୟାଚ୍ ଜୀତକରି ସିରିଜ୍ ରେ ଆଗୁଆ ରହିକାକୁ। ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ କୁ ଜୀତକରି ସିରିଜ୍ ରେ ରହିବାକୁ ଚେଷ୍ଟାକରିବ।

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଟସ ଜୀତକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.