Home ଓଡ଼ିଶା ଭାରତ ୫ ୱିକେଟ୍ ହରାଇ ୧୭୯ – ନ୍ୟୁଜିଲ୍ୟାଣ୍ଡକୁ ଦେଲା ୧୮୦ ରନର ବିଜୟ ଲକ୍ଷ

ଭାରତ ୫ ୱିକେଟ୍ ହରାଇ ୧୭୯ – ନ୍ୟୁଜିଲ୍ୟାଣ୍ଡକୁ ଦେଲା ୧୮୦ ରନର ବିଜୟ ଲକ୍ଷ

199

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ହ୍ୟାମିଲ୍ଟନ୍ ର ସେଡନ ପାର୍କରେ ଖେଳା ଯାଉଛି। ଏହି ସିରିଜ୍ ରେ ପ୍ରଥମ ଦୁଇ ଟି-୨୦ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୭ ୱିକେଟ୍ ରେ ହରାଇଥିଲା। ଏହା ସହିତ ଭାରତ ସିରିଜ୍ ରେ ୨-୦ ରେ ଆଗୁଆ ଅଛି। ଭାରତର ଚେଷ୍ଟାହେବ କି ତୃତୀୟ ଟି-୨୦ ମ୍ୟାଚ୍ ଜୀତକରି ସିରିଜ୍ ରେ ଆଗୁଆ ରହିକାକୁ। ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ କୁ ଜୀତକରି ସିରିଜ୍ ରେ ରହିବାକୁ ଚେଷ୍ଟାକରିବ।

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଟସ ଜୀତକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ।

ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ କରିଛି। ମନୀଷ ପାଣ୍ଡେ ୧୪ ଏବଂ ରବୀନ୍ଦ୍ର ଜାଡେଜା ୧୦ ରନ ବନାଇ ନଟ୍ ଆଉଟ୍ ରହିଥିଲେ। ଭାରତ ନ୍ୟୁଜିଲ୍ୟାଣ୍ଡକୁ ୧୮୦ ରନର ବିଜୟ ଲକ୍ଷ ଦେଇଛି।

ଭାରତର ୮.୬ ଓଭରରେ ପ୍ରଥମ ୱିକେଟ୍ ପଡ଼ିଥିଲା। କଲିନ ଡି ଗ୍ରାଣ୍ଡହୋମଙ୍କର ବଲ୍ ରେ କଲିନ ମୁନରୋ କୋଏଲ ରାହୁଲଙ୍କର କ୍ୟାଚ ନେଇଥିଲେ। ରାହୁଲ ୧୯ ବଲରେ ୨ ଚୌକା ଏବଂ ୧ ଛକା ସାଥିରେ ୨୭ ରନର ଇନିଙ୍ଗ୍ସ ଖେଳି ପାଭିଲିୟନ ଫେରିଥିଲେ।

ନ୍ୟୁଜଲ୍ୟାଣ୍ଡକୁ ୧୦.୪ ଓଭରରେ ଦ୍ୱିତୀୟ ସଫଳତା ମିଳିଥିଲା। ହାମିଶ ବେନେଟଙ୍କର ବଲ୍ ରେ ଟିମ ସାଉଦୀ ରୋହିତ ଶର୍ମାଙ୍କର କ୍ୟାଚ୍ ନେଇଥିଲେ। ରୋହିତ ଶର୍ମା ୪୦ ବଲରେ ୬ ଚୌକା ଏବଂ ୩ ଛକା ସାଥିରେ ୬୫ ରନର ଇନିଙ୍ଗ୍ସ ଖେଳି ପାଭିଲିୟନ ଫେରିଥିଲେ।

ଭାରତର ୧୦.୬ ରେ ତୃତୀୟ ୱିକେଟ୍ ପଡ଼ିଥିଲା। ହାଶିମ ବେନେଟଙ୍କର ବଲ୍ ରେ ଈଶ ସୋଢ଼ୀ ଶିବମ ଦୁବେଙ୍କର କ୍ୟାଚ୍ ନେଇଥିଲେ। ଶିବମ୍ ୭ ବଲରେ ୩ ରନ ବନାଇ ପାଭିଲିୟନ ଫେରିଥିଲେ। ତାଙ୍କ ପରେ ନୂଆ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟ୍ୟର ଆସିଥିଲେ।

ଭାରତର ୧୬.୬ ଓଭରରେ ଚତୁର୍ଥ ୱିକେଟ୍ ପଡ଼ିଥିଲା। ମିଶେଲ ସେଣ୍ଟନରଙ୍କର ବଲ୍ ରେ ଟିମ ସେଇଫର୍ଟ ଶ୍ରେୟସ ଆୟ୍ୟାରଙ୍କୁ ଷ୍ଟମ୍ପ ଆଉଟ କରିଥିଲେ। ଶ୍ରେୟସ ଆୟାର ୧୬ ବଲରେ ଗୋଟିଏ ଛକା ସହିତ ୧୭ ରନର ଇନିଙ୍ଗ୍ସ ଖେଳି ପାଭିଲିୟନ ଫେରିଥିଲେ।

ଭାରତକୁ ୧୮.୫ ଓଭରରେ ୫ମ ୱିକେଟ୍ ପଡ଼ିଥିଲା। ହାଶିମ ବେନେଟଙ୍କର ବଲ୍ ରେ ଟିମ ସାଉଦୀ ବିରାଟ କୋହଲୀଙ୍କର କ୍ୟାଚ୍ ନେଇଥିଲେ। କୋହଲୀ ୨୭ଟି ବଲରେ ୨ ଚୌକା ଏବଂ ୧ ଛକା ସାଥିରେ ୩୮ ରନର ଇନିଙ୍ଗ୍ସ ଖେଳିଥିଲେ।

ଭାରତର ପ୍ଲେଇଙ୍ଗ XI : ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ଶିବମ ଦୁବେ, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ, ମୋହମ୍ମଦ ଶମୀ, ଶାର୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା।

ନ୍ୟୁଜିଲ୍ୟାଣ୍ଡର ପ୍ଲେଇଙ୍ଗ XI: କେନ ବିଲିୟମସନ (ଅଧିନାୟକ), ମାର୍ଟିନ ଗପ୍ଟିଲ, ରସ ଟେଲର, କୋଲିନ ମୁନରୋ, କୋଲିନ ଡି ଗ୍ରାଣ୍ଡହୋମ, ମିଶେଲ ସେଣ୍ଟନର, ଟିମ ସେଇଫର୍ଟ (ୱିକେଟ କୀପର), ହାମିଶ ବେନେଟେ, ଈଶ ସୋଢ଼ୀ, ଟିମ ସାଉଦୀ, ସ୍କଟ କୁଗେଲଜିନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.