Home ଆନ୍ତର୍ଜାତୀୟ ପରିବେଶ କ୍ଷେତ୍ରରେ ଭାରତ ଓ ଭୂଟାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ପରିବେଶ କ୍ଷେତ୍ରରେ ଭାରତ ଓ ଭୂଟାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

330

ନୂଆଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ପରିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଭାରତ ଓ ଭୂଟାନ ସରକାରଙ୍କ ମଧ୍ୟରେ ମୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି।

ଏହି ବୁଝାମଣା ଉଭୟ ଦେଶ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଦୃଢ ଓ ଦୀର୍ଘସୂତ୍ରୀ ସହଯୋଗ ସ୍ଥାପନରେ ସହାୟକ ହେବ।

ଉଭୟ ଦେଶର ଆଗ୍ରହ ଓ ଆବଶ୍ୟକତା ଅନୁଯାୟୀ ନିମ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ବୁଝାମଣା ହେବ

– ବାୟୁ

– ବର୍ଜ୍ୟବସ୍ତୁ

– ରାସାୟନିକ ପରିଚାଳନା

– ଜଳବାୟୁ ପରିବର୍ତ୍ତନ

– ଉଭୟ ଦେଶଙ୍କ ସହମତି ଅନୁଯାୟୀ ଅନ୍ୟ ଯେ କୌଣସି ବିଷୟ

ଏହି ବୁଝାମଣା ସ୍ଵାକ୍ଷରିତ ତାରିଖଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉଭୟ ପକ୍ଷର ସରକାରୀ ଓ ଗବେଷଣା ପ୍ରତିଷ୍ଠାନ ଏବଂ ବେସରକାରୀ ସଂସ୍ଥାମାନଙ୍କୁ ପରସ୍ପର ସହଯୋଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯିବ। ଏହି ବୁଝାମଣା ଫଳରେ ଦୁଇ ଦେଶ ମଧ୍ୟରେ ଗବେଷଣା ଲବ୍ଧ ଜ୍ଞାନ, ଅନୁଭୂତି ଓ ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ ଘଟିବ ଯାହାକି ଦୀର୍ଘସ୍ଥାୟୀ ବିକାଶ ଦିଗରେ କାର୍ଯ୍ୟ କରିବା ଲାଗି ସହାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.