ad
ଓଡ଼ିଶା

୨୦୧୯-୨୦ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

କୃଷକଙ୍କ କଲ୍ୟାଣ ଦିଗରେ କେନ୍ଦ୍ର ସରକାରଙ୍କ ଆଉ ଏକ ପ୍ରମୁଖ ପଦକ୍ଷେପ

– ଧାନ, ଯଅ ଓ ମାଣ୍ଡିଆର ଏମଏସପି କ୍ୱିଂଟାଲ ପ୍ରତି ଯଥାକ୍ରମେ ୬୫, ୧୨୦ ଏବଂ ୨୫୩ ଟଙ୍କା ବଢ଼ିଲା
– ହରଡ଼, ମୁଗ ଓ ବିରିÿ ଡାଲିର କ୍ୱିଂଟାଲ ପ୍ରତି ଏମଏସପି ଯଥାକ୍ରମେ ୧୨୫, ୭୫ ଓ ୧୦୦ ଟଙ୍କାକୁ ବଢ଼ିଲା
– ଚିନାବାଦାମ ଏମଏସପି ୨୦୦ ଟଙ୍କା ଏବଂ ସୋୟାବିନର ୩୧୧ ଟଙ୍କା ବୃଦ୍ଧି
– ମଧ୍ୟମ କପା ୧୦୫ ଟଙ୍କା ଏବଂ ଲମ୍ବା କପା ଏମଏସପି ୧୦୦ ଟଙ୍କା ବଢ଼ିଲା

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) କୃଷକଙ୍କ ଆୟ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ୨୦୧୯-୨୦ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିଛି।

ଏହା କୃଷକମାନଙ୍କୁ ସୁନିଶ୍ଚିତ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ କରିବା ସହିତ କୃଷି କ୍ଷେତ୍ରରେ ନିବେଶ ଏବଂ ଉତ୍ପାଦନକୁ ବଢ଼ାଇବ।

ବିବରଣୀ :

୨୦୧୮-୧୯ ଋତୁ ପାଇଁ ସମସ୍ତ ଖରିଫ ଫସଲର ମୂଲ୍ୟ ନିମ୍ନମତେ ବୃଦ୍ଧି କରାଯାଇଛି :

– ୨୦୧୯-୨୦ ଖରିଫ ଋତୁ ପାଇଁ ସରକାର ସୋୟାବିନର ଏମଏସପି କ୍ୱିଂଟାଲ ପ୍ରତି ୩୧୧ ଟଙ୍କା, ସୂର୍ଯ୍ୟମୁଖୀ କ୍ୱିଂଟାଲ ପ୍ରତି ୨୬୨ ଟଙ୍କା ଏବଂ ରାଶିର ଏମଏସପି କ୍ୱିଂଟାଲ ପ୍ରତି ୨୩୬ ଟଙ୍କାକୁ ବୃଦ୍ଧି କରିଛନ୍ତି ଯାହା ଏହି ଫସଲ ଉତ୍ପାଦନକାରୀ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ।

– ସରକାର ହରଡ଼ ଡାଲିର ଏମଏସପି କ୍ୱିଂଟାଲ ପ୍ରତି ୧୨୫ ଟଙ୍କା, ବିରି ଡାଲିର ଏମଏସପି କ୍ୱିଂଟାଲ ପ୍ରତି ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ଦେଶବାସୀଙ୍କ ଡାଲି ଅଭାବଜନିତ ସମସ୍ୟା ଦୂର କରିବାରେ ସହାୟକ ହେବା ସହିତ ପୋଷକ ଆବଶ୍ୟକତା ପୂରଣ କରିପାରିବ।

– ସରକାର ଯଅର ସର୍ବନିମ୍ନ ସହାୟକ ମୂଲ୍ୟକୁ ସରକାର କ୍ୱିଂଟାଲ ପ୍ରତି ୧୨୦ ଟଙ୍କା ଏବଂ ମାଣ୍ଡିଆର ଏମଏସପି କ୍ୱିଂଟାଲ ପ୍ରତି ୨୫୩ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୁଷ୍ଟିସାରଜନିତ ଶସ୍ୟ ଉତ୍ପାଦନ ଏବଂ ଉପଯୋଗ ପ୍ରତି ପ୍ରୋତ୍ସାହନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହାଛଡ଼ା, ଭାରତ ସରକାର ୨୦୧୮ ବର୍ଷକୁ ଜାତୀୟ ମିଲେଟ (ଚଣା, ବାଜରା) ବର୍ଷ ଭାବେ ପାଳନ କରିବା ଲାଗି ନିଷ୍ପତି ନେଇଛନ୍ତି। ଏହାସହିତ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରିବା ଲାଗି ଖାଦ୍ୟ ଏବଂ କୃଷି ସଂଗଠନ (ଫାଓ) ପରିଷଦ ଭାରତ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି।

– ମଧ୍ୟମ କପା ଏବଂ ଲମ୍ବା କପା ପାଇଁ ଏମଏସପି କ୍ୱିଂଟାଲ ପ୍ରତି ଯଥାକ୍ରମେ ୧୦୫ ଟଙ୍କା ଏବଂ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

– କୃଷକମାନେ ସେମାନଙ୍କ ଉତ୍ପାଦର ସର୍ବାଧିକ ପ୍ରତିଶତ ଲାଭ ବାଜରା (୮୫%), ବିରି (୬୪%) ଏବଂ ହରଡ଼ (୬୦%) ଫସଲରୁ ପାଇପାରିବେ।

ସାଧାରଣ ଧାନର ସହାୟକ ମୂଲ୍ୟ ପୂର୍ବରୁ କ୍ୱିଂଟାଲ ପ୍ରତି ୧୭୫୦ ଟଙ୍କା ଥିବା ବେଳେ ଏବେ ଏଥିରେ ୬୫ ଟଙ୍କାକୁ ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରି ଦିଆଯାଇଛି। ଏହାର ଉତ୍ପାଦନ ବ୍ୟୟ ବର୍ତମାନ ୧୨୦୮ ଟଙ୍କା ଥିବା ବେଳେ କୃଷକମାନେ ୫୦ ପ୍ରତିଶତ ଲାଭ ଫେରସ୍ତ ପାଇପାରିବେ। ସେହିପରି ଗ୍ରେଡ ଏ ଶ୍ରେଣୀର ଧାନ ପାଇଁ ଏମଏସପି ପୂର୍ବରୁ କ୍ୱିଂଟାଲ ପ୍ରତି ୧୭୭୦ ଟଙ୍କା ଥିବା ବେଳେ ଏଥିରେ ମଧ୍ୟ ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୩୫ ଟଙ୍କା କରିଦିଆଯାଇଛି। ଏହି ମାନର ଧାନ ଉତ୍ପାଦନ ବ୍ୟୟ ଏବଂ ଚାଷୀଙ୍କ ଲାଭ ପ୍ରତିଶତ ସାଧାରଣ ମାନର ଧାନ ସହ ସମାନ ରହିଛି। ହାଇବ୍ରିଡ ଯଅର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୨୦ ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୫୫୦ ଟଙ୍କା ରଖାଯାଇଛି। ଏହା ପୂର୍ବରୁ ୨୪୩୦ ଟଙ୍କା ଥିଲା। ସେହିପରି ମାଲଦାଣ୍ଡି ଯଅ ଏମଏସପି ପୂର୍ବରୁ ୨୪୫୦ ଟଙ୍କା ଥିବା ବେଳେ ଏଥିରେ ୧୨୦ ଟଙ୍କା ବୃଦ୍ଧି କରାଯାଇ ୨୫୭୦ ଟଙ୍କା କରିଦିଆଯାଇଛି। ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବରୁ ୧୯୫୦ ଟଙ୍କା ଥିବା ବେଳେ ଏବେ ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୦୦୦ ଟଙ୍କା କରି ଦିଆଯାଇଛି। ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ୨୮୯୭ ଟଙ୍କା ଥିବା ବେଳେ ଏଥିରେ କ୍ୱିଂଟାଲ ପ୍ରତି ୨୫୩ ଟଙ୍କା ବୃଦ୍ଧି କରାଯାଇ ୩୧୫୦ ଟଙ୍କା ରଖାଯାଇଛି।

ମକାର ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୬୦ ଟଙ୍କା ବୃଦ୍ଧି କରାଯାଇ ୧୭୬୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହରଡ଼ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୨୫ ଟଙ୍କା ବୃଦ୍ଧି କରି ୫୮୦୦ ଟଙ୍କା ରଖାଯାଇଛି। ପୂର୍ବରୁ ଏହି ଦର ୫୬୭୫ ଟଙ୍କା ଥିଲା। ମୁଗ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବରୁ କ୍ୱିଂଟାଲ ପ୍ରତି ୬୯୭୫ ଟଙ୍କା ଥିଲା ଏବେ ଏଥିରେ ୭୫ ଟଙ୍କା ବୃଦ୍ଧି କରାଯାଇ ୭୦୫୦ କରାଯାଇଛି। ବିରି ଡାଲିର ଏମଏସପି ପୂର୍ବରୁ କ୍ୱିଂଟାଲ ପ୍ରତି ୫୬୦୦ ଟଙ୍କା ଥିବା ବେଳେ ଏବେ ଏଥିରେ ୧୦୦ ଟଙ୍କା ବୃଦ୍ଧି କରାଯାଇ ୫୭୦୦ ଟଙ୍କା କରି ଦିଆଯାଇଛି। ଚିନାବାଦାମର ଏମଏସପି ପୂର୍ବରୁ କ୍ୱିଂଟାଲ ପ୍ରତି ୪୮୯୦ ଟଙ୍କା ଥିବା ବେଳେ ଏଥିରେ ୨୦୦ ଟଙ୍କା ବୃଦ୍ଧି କରାଯାଇ ୫୦୯୦ ଟଙ୍କା କରାଯାଇଛି। ସୂର୍ଯ୍ୟମୁଖୀ ମଞ୍ଜିର ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୨ ଟଙ୍କା ବୃଦ୍ଧି କରାଯାଇ ଏହାକୁ କ୍ୱିଂଟାଲ ପ୍ରତି ୫୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହଳଦିଆ ସୋୟାବିନର ଏମଏସପି କ୍ୱିଂଟାଲ ପ୍ରତି ୩୧୧ ଟଙ୍କା ବୃଦ୍ଧି କରାଯାଇ ୩୩୯୯ ଟଙ୍କା କରାଯାଇଛି। ରାଶିର ଏମଏସପି କ୍ୱିଂଟାଲ ପ୍ରତି ୨୩୬ ଟଙ୍କା ବୃଦ୍ଧି କରାଯାଇ ୬୪୮୫ ଟଙ୍କା ଧାର୍ଯ୍ୟ କରାଯାଇଛି। ନାଇଜର ମଞ୍ଜିର ଏମଏସପି କ୍ୱିଂଟାଲ ପ୍ରତି ୬୩ ଟଙ୍କା ବୃଦ୍ଧି କରାଯାଇ ୫୯୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ମଧ୍ୟମ କପା ଏବଂ ଲମ୍ବା କପା ପାଇଁ ଏମଏସପି କ୍ୱିଂଟାଲ ପ୍ରତି ଯଥାକ୍ରମେ ୧୦୫ ଟଙ୍କା ଏବଂ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇ ୫୫୨୫ ଟଙ୍କା ଏବଂ ୫୫୫୦ ଟଙ୍କାରେ ଧାର୍ଯ୍ୟ କରାଯାଇଛି।

ପୋଷକ ଶସ୍ୟ ସମେତ ସମସ୍ତ ଶସ୍ୟ କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ଅନ୍ୟ ସରକାରୀ ମାନ୍ୟତାପ୍ରାପ୍ତ ଏଜେନ୍ସିଗୁଡ଼ିକ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ସୁବିଧା ପ୍ରଦାନ କରିବେ। ଡାଲି ଏବଂ ତୈଳବୀଜ ସଂଗ୍ରହ କ୍ଷେତ୍ରରେ ନାଫେଡ, ଏସଏଫଏସି ଏବଂ ଅନ୍ୟ ମାନ୍ୟତାପ୍ରାପ୍ତ ସରକାରୀ ସଂସ୍ଥା ଏମଏସପି ସୁବିଧା ପ୍ରଦାନ କରିବେ। କପା ପାଇଁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ସିସିଆଇ ସର୍ବନିମ୍ନ ସହାୟକ ମୂଲ୍ୟ ସୁବିଧା ପ୍ରଦାନ କରିବ। କପା କ୍ରୟ ଲାଗି ସିସିଆଇକୁ ନାଫେଡ ସହାୟତା ଯୋଗାଇ ଦେବ। ଏହି ପ୍ରକ୍ରିୟାରେ ନୋଡାଲ ସଂସ୍ଥାଗୁଡ଼ିକ କୌଣସି ପ୍ରକାରର କ୍ଷତି ସହିଲେ ଏଥିପାଇଁ ସରକାର କ୍ଷତିଭରଣା କରିବେ।

କୃଷକମାନଙ୍କୁ ଆୟ ନିରାପତା ପ୍ରଦାନ କରିବା ଲାଗି ପର୍ଯ୍ୟାପ୍ତ ନୀତି ପ୍ରଣୟନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଲକ୍ଷ୍ୟ ଏବେ ଉତ୍ପାଦନ କୈନ୍ଦ୍ରିକ ନହୋଇ ଆୟ-କୈନ୍ଦ୍ରିକ ହୋଇଛି। ୩୧ ମେ, ୨୦୧୯ରେ ଅନୁଷ୍ଠିତ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାକୁ ସମ୍ପ୍ରସାରଣ କରିବା ଲାଗି ନିଆଯାଇଥିବା ନିଷ୍ପତି କୃଷକମାନଙ୍କ ଆୟ ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟରେ ପିଏମ-କିସାନ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ ୨ ହେକ୍ଟରରୁ କମ ଜମି ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଗୁଡ଼ିକୁ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୨୦୧୮ରେ ଘୋଷଣା କରାଯାଇଥିବା ନୂତନ ପ୍ରମୁଖ ଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ” (ପିଏମ-ଆଶା) କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ପାରିଶ୍ରମିକ ପ୍ରଦାନ କରିବ। ଏହି ପ୍ରମୁଖ ଯୋଜନା ଅଧୀନରେ ତିନୋଟି ଉପଯୋଜନା ଯଥା-ମୂଲ୍ୟ ସହାୟକ ଯୋଜନା (ପିଏସଏସ), ମୂଲ୍ୟ ନିଅଂଟ ପଇଠ ଯୋଜନା (ପିଡିପିଏସ) ଏବଂ ଘରୋଇ ସଂଗ୍ରହ ଏବଂ ଭଣ୍ଡାରଣ ଯୋଜନା (ପିପିଏସ)କୁ ପାଇଲଟ ଆଧାରରେ ସାମିଲ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top