Home ଓଡ଼ିଶା ୨୦୧୯-୨୦ ବର୍ଷ ପାଇଁ ଫସଫେଟ ଓ ପଟାସ ସାର ଉପରେ ପୋଷକ ଆଧାରିତ ସବସିଡିକୁ କ୍ୟାବିନେଟର...

୨୦୧୯-୨୦ ବର୍ଷ ପାଇଁ ଫସଫେଟ ଓ ପଟାସ ସାର ଉପରେ ପୋଷକ ଆଧାରିତ ସବସିଡିକୁ କ୍ୟାବିନେଟର ଅନୁମୋଦନ

239

ନୂଆଦିଲ୍ଲୀ- ୧/୮ (ଓଡିଆ ପୁଅ) – ୨୦୧୯-୨୦ ବର୍ଷ ପାଇଁ ଫସଫେଟ ଓ ପଟାସ ସାର ଉପରେ ପୋଷକ ଆଧାରିତ ସବସିଡି ପ୍ରଦାନ ନେଇ ସାର ବିଭାଗର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବିଷୟକ କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି।

ଏହି ପୋଷକ ଆଧାରିତ ସବସିଡି ଦର ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ ଲାଗୁ କରାଯିବ। ଏକ କେଜି ନାଇଟ୍ରୋଜେନ, ଫସଫରସ, ପଟାସ ଓ ସଲଫର ଉପରେ ଯଥାକ୍ରମେ ୧୮.୯୦୧, ୧୫.୨୧୬, ୧୧.୧୨୪, ୩.୫୬୨ ଟଙ୍କାର ସବସିଡି ଲାଗୁ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ୨୦୧୮-୧୯ ବର୍ଷ ପାଇଁ ସବସିଡି ଦର ପୂର୍ବଭଳି ରହିବ। ସାର ଉପରେ ସବସିଡି ପ୍ରଦାନ କରାଯିବା ଫଳରେ ୨୦୧୯-୨୦ ବର୍ଷରେ ୨୨୮୭୫.୫୦ କୋଟି ଟଙ୍କା ବ୍ୟୟ ହେବ। ୨୦୧୯-୨୦ ବର୍ଷରେ ନିର୍ମାଣକାରୀ ଓ ଆମଦାନୀକାରୀଙ୍କ ପାଇଁ ସାର ଓ ସାର ଉତ୍ପାଦ ପାଇଁ ଯୋଗାଣ ଚୁକ୍ତିକୁ ଆନୁଷ୍ଠାନିକ କରିବାରେ ଏବଂ କୃଷକମାନଙ୍କ ପାଖରେ ସାର ପହଁଚାଇବାରେ ଏହା ସହାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.