Home Top News ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ, ମୋଦୀଙ୍କ କଥାର ଅର୍ଥକୁ ଅନର୍ଥ କରୁଛି ଓଡ଼ିଶା ବିଜେପି!

ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ, ମୋଦୀଙ୍କ କଥାର ଅର୍ଥକୁ ଅନର୍ଥ କରୁଛି ଓଡ଼ିଶା ବିଜେପି!

78

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ ମୋଦୀ କହୁଥିବା କଥାର ଅର୍ଥକୁ ଅନର୍ଥ କରିଦେଉଛି ଓଡ଼ିଶା ବିଜେପି! ଏହି ପ୍ରକ୍ରିୟା ଦୀର୍ଘ ଦିନ ଧରି ଚାଲିଛି। ଦଳରେ କିଛି ପଦପଦବୀ ପାଇବାକୁ ହେଉ କିମ୍ବା ଟିକେଟ ପାଇବା ଆଶାରେ ହେଉ ଓଡ଼ିଶା ବିଜେପିରେ କିଛି ଚାଟୁକାର ଧର୍ମେନ୍ଦ୍ର ପ୍ରଧାନଙ୍କ ଖୋସାମତି କରି ଆସୁଛନ୍ତି। ଅଧିକାଂଶ ସମୟରେ ତାହା ମାତ୍ରାଧିକ ତଥା ଅତିରଞ୍ଜିତ ହୋଇଯାଉଛି। ଖୋସାମତି ପ୍ରିୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହିପରି ଖୋସାମତି କରୁଥିବା ଚାଟୁକାର ମାନଙ୍କୁ ଅଧିକ ନିଜର ଭାବନ୍ତି ଏବଂ ଅଧିକ ଗୁରୁତ୍ୱ ଦିଅନ୍ତି। ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରୁ ହିଁ ଧର୍ମେନ୍ଦ୍ରଙ୍କ ଖୋସାମତ ବିଚାର ଚାଟୁକାର ମାନଙ୍କ ପାଖକୁ ସପ୍ଲାଏ କରାଯାଏ। ଏବେ ସେହି ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରୁ ଏହିପରି ଏକ ଭିଡିଓ ସପ୍ଲାଏ ହୋଇଛି ଯାହା କି ଲେଖାଶ୍ରୀଙ୍କ ପରି ଖୋସାମତକାରୀ ନେତାନେତ୍ରୀ ସେହି ଭିଡିଓଟିକୁ ଭାଇରାଲ୍ କରୁଛନ୍ତି। ଯେଉଁଥିରେ କି ଧର୍ମେନ୍ଦ୍ରଙ୍କ ଚାପୁଲୁସି କରିବାକୁ ଯାଇ ମୋଦୀ ଏବଂ ବିଜେପିକୁ ତଳେ ପକାଇ ଦିଆଯାଇଛି! ପ୍ରାୟୋଜିତ ଭିଡିଓଟିରେ ୨୦୧୬ ମସିହାରେ ୩୪ ହଜାର ୫୫୫ କୋଟି ଟଙ୍କା ବିନିମୟରେ ନିର୍ମିତ ପାରାଦ୍ୱୀପ ପେଟ୍ରୋଲିମ ରିଫାଇନାରୀ ଉଦ୍ଘାଟନ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କଥା ଉଲ୍ଲେଖ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟେକି ମୋଦୀ ଏବଂ ଦଳକୁ ତଳେ ପକାଇ ଦିଆଯାଇଛି। ବାସ୍ତବରେ ମୋଦୀ ତାଙ୍କ ଭାଷଣ ମଝିରେ କହିଥିଲେ, ପୂରା ଓଡ଼ିଶାରେ ବିଗତ ୬୦ ବର୍ଷରେ ୨୬ ଲକ୍ଷ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ମିଲଥିଲା। ୬୦ ବର୍ଷରେ ୨୬ ଲକ୍ଷ, କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ହେବା ପରେ ଗୋଟିଏ ବର୍ଷରେ କେବଳ ଓଡ଼ିଶାରେ ୧୧ ଲକ୍ଷ ଗରିବ ପରିବାରକୁ ଗ୍ୟାସ ସିଲିଣ୍ଡର ମିଳିଲା। ଏହାସହ ମୋଦୀ କହିଥିଲେ, କାମ ଦ୍ରୁତ ଗତିରେ କିପରି ହୁଏ ଏହାର ଏହା ଏକ ଉଦାହରଣ। ୬୦ ବର୍ଷରେ ୨୬ ଲକ୍ଷ, ଏକ ବର୍ଷ ଭିତରେ ୧୧ ଲକ୍ଷ। ଏହି କାମ କରାଯାଉଛି, ଏହି କାମ ଏହି ସରକାର କରୁଛି।

ଏଠାରେ ମୋଦୀ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ କେବଳ ଏକ ଉଦାହରଣ ଭାବରେ ନେଇ ଏପରି କାମ ମୋଦୀ ସରକାର କରୁଛି ବୋଲି ଏକ ସନ୍ଦେଶ ଦେଇଥିଲେ। କିନ୍ତୁ ସବୁ କଥାରେ ନିଜର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ପକ୍ଷରୁ ମୋଦିଙ୍କ ଭାଷଣର ସାରାଂଶ କାଢ଼ି କୁହାଗଲା, ସେବେଠୁ କୁଆଡ଼େ ଓଡ଼ିଶା ଧର୍ମେନ୍ଦ୍ରଙ୍କୁ ନେଇ ଦେଖିଲା ବିକଶିତ ରାଜ୍ୟର ସ୍ୱପ୍ନ! ଏଠାରେ ଧର୍ମେନ୍ଦ୍ରଙ୍କୁ ଟେକିବାକୁ ଯାଇ ବିଜେପି ସରକାରରେ ହେଉଥିବା ଦ୍ରୁତ ଗତିରେ କାମ ନେଇ ମୋଦୀ ଉପସ୍ଥାପନା କରିଥିବା ମୂଳ କଥାକୁ ବଦଳାଇ କେବଳ ଧର୍ମେନ୍ଦ୍ରଙ୍କ ଖୋସାମତି କରାଯାଇଛି। ଯେତେବେଳେ କି ନିକଟରେ ମଧ୍ୟ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭାଷଣରେ ରେଳ ବିଭାଗ କାମ ନେଇ ସବୁ ଶ୍ରେୟ ମୋଦୀଙ୍କୁ ହିଁ ଦେଇଛନ୍ତି। ବାସ୍ତବରେ ମୋଦୀ ସରକାରରେ ସବୁ ମନ୍ତ୍ରୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଏହି ଫରକ ରହିଛି। ଅନ୍ୟାନ୍ୟ ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗୀୟ କାମର ସବୁ ଶ୍ରେୟ ମୋଦୀଙ୍କୁ ଦେଉଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଙ୍କ ଶ୍ରେୟକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ଓଡ଼ିଶାରେ ବିଜେପି ବିଫଳ ହେଉଚ୍ଚି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.