Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, ତିହିଡ଼ିର ମହକକୁ ଓଡ଼ିଶାରେ ପହଞ୍ଚାଇବା ଥିଲା ତାଙ୍କ...

ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, ତିହିଡ଼ିର ମହକକୁ ଓଡ଼ିଶାରେ ପହଞ୍ଚାଇବା ଥିଲା ତାଙ୍କ ସ୍ୱପ୍ନ

36

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ ତଥା ବିରୋଧୀଦଳ ଉପନେତା ଓ ‘ଘାସଫୁଲ’ର ସମ୍ପାଦକ ବିଷ୍ଣୁ ସେଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆ ଠାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ତିହିଡ଼ି ବଜାର ମଧ୍ୟସ୍ଥଳରେ ସ୍ୱର୍ଗତ ସେଠୀଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିବା ବେଳେ ସ୍ମୃତି ପତ୍ରିକା ‘ବିଷ୍ଣୁ ସେଠୀ’ ଉନ୍ମୋଚିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଂଚାଳନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କଂଗ୍ରେସର ବରିଷ୍ଠ ନେତା ନରେନ ପଲାଇ, ବିଜେପି ନେତା ବଦ୍ରିନାରାୟଣ ଧଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡା. ପ୍ରଦୀପ ନାୟକ, ଡା. ରବିନ୍ଦ୍ର କୁମାର ନାୟକ, ମାଧବାନନ୍ଦ ମଲ୍ଲିକ, କଥାକାର ପବିତ୍ର ପାଣିଗ୍ରାହୀ, ଦୀନବନ୍ଧୁ ପତି, ଅଭିମନ୍ୟୁ ସେଠୀ, ଅଧ୍ୟାପକ କୀର୍ତ୍ତନ ଦାସ, ଡ. ବିଶ୍ୱରଞ୍ଜନ ଦାସ, ରଞ୍ଜିତା ସ୍ୱାଇଁ, ବସନ୍ତ କୁମାର ନାୟକ, ପଦ୍ମଲୋଚନ ପଣ୍ଡା, ସିପ୍ରା ବାଜପେୟୀ, ଏସ ଏମ ଫାରୁକ, କଳ୍ପନା ଜେନା, ଚୈତାଳି ଖିଲାର, ଆଇନଜୀବୀ ଗଦାଧର ବଳ, ଶ୍ରୀହର୍ଷ ସ୍ୱାଇଁ, ପ୍ରମୁଖଙ୍କ ବହୁ ବିଶିଷ୍ଟବ୍ୟକ୍ତି ଓ ବିଷ୍ଣୁପ୍ରେମୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତିହିଡ଼ିର ମହକକୁ ଓଡ଼ିଶାରେ ପହଞ୍ଚାଇବାକୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କର ସ୍ୱପ୍ନ ଥିଲା ବୋଲି କହିଥିଲେ । ବରିଷ୍ଠ ଗୀତିକାର ପଞ୍ଚାନନ ନାୟକଙ୍କ ସମେତ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ । ବଡ଼ଭାଇ ନାରାୟଣ ସେଠୀ, ସୁପୁତ୍ର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, କନ୍ୟା ଶ୍ରୁତିଶରଣ୍ୟା, ପତ୍ନୀ ଉର୍ମିଳା ପାଣିଗ୍ରାହୀ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ବୁଦ୍ଧଦେବ ଜେନା, ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଶୁକଦେବ ମଳିକ, ଶଶିକାନ୍ତ ବିଶ୍ୱାଳ, ଉମାକାନ୍ତ ଦାସ, ଦେବେନ୍ଦ୍ର ପୁହାଣ, ପ୍ରତାପ ଜେନା, ଅମୂଲ୍ୟ ସେନାପତି, ଅଶୋକ ରାଉତ, କେଶବ ବେହେରା, ଦେବବ୍ରତ ପାଢ଼ୀ, ସାଇଶରଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.