Home ଅପରାଧ ସେକ୍ସ ରାକେଟର ମେନୁ କାର୍ଡ : କେଉଁ ପୋଜିସନ ପାଇଁ କେତେ ରେଟ୍ – ଆଶ୍ଚର୍ଯ୍ୟ...

ସେକ୍ସ ରାକେଟର ମେନୁ କାର୍ଡ : କେଉଁ ପୋଜିସନ ପାଇଁ କେତେ ରେଟ୍ – ଆଶ୍ଚର୍ଯ୍ୟ ହେବେ

2038

ନୂଆଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଦିଲ୍ଲୀ ମହିଳା ଆୟୋଗ (DCW), ଦିଲ୍ଲୀ ପୁଲିସ ସହଯୋଗରେ ଉତ୍ତର ଦିଲ୍ଲୀର ବୁରାଡ଼ୀ ନାମକ ସ୍ଥାନରେ ଥିବା ସ୍ପା ସେଣ୍ଟର, ୧୮ ପ୍ଲସ ବ୍ୟୁଟି ଟେମ୍ପଲରେ ଚାଲୁଥିବା ଅନଲାଇନ ସେକ୍ସ ରାକେଟର ଭଣ୍ଡାଫୋଡ଼ କରିଛି। ଏହି ସ୍ପା ସେଣ୍ଟରରେ ଛାପାମାରିବା ପରେ ଅନେକ ଖୁଲାସା ସାମନାକୁ ଆସିଛି ଯାହାକୁ ଦେଖିକରି ନିଜେ ମହିଳା ଆୟୋଗର ଟିମ ଏବଂ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଇଥିଲା। ଏଠାରେ ଯେଉଁପରି ଭାବରେ ମେନ୍ୟୁ କାର୍ଡ ଜବତ ହୋଇଛି ସେଥିରେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଠାରେ ବଢ଼ିଆ ଭାବରେ ସେକ୍ସ ରାକେଟ ଚାଲୁଥିଲା।

ସେଣ୍ଟରରେ ଡିସିଡବ୍ଲ୍ୟୁର ଟିମକୁ ବାଉନ୍ସର ଏବଂ ତଳ ପର୍ଯ୍ୟନ୍ତ ଛୋଟ-ଛୋଟ ରୁମ୍ ମଧ୍ୟ ମିଳିଥିଲା। ଅଭିଯୋଗର ଆଧାରରେ ଏହି ଛାପା ପଡ଼ିଥିଲା। ଏଠାରୁ ଚାରି ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତି ମାଲୀୱାଲ ଏହି ସ୍ପା ସେଣ୍ଟର ବିଷୟରେ ଲେଖିଛନ୍ତି ଏବଂ ଅନେକ ଟ୍ୱିଟ୍ କରି ସେୟାର କରିଛନ୍ତି, ସେ ଲେଖିଛନ୍ତି “ବୁରାଡ଼ୀର ସ୍ପା ସେଣ୍ଟରରୁ ଅଭିଯୋଗ ମିଳିଥିଲା! ହାଇ ଫାଇ ସିଷ୍ଟମରେ ସେକ୍ସ ରାକେଟ ଚାଲୁଥିଲା। ୱେବସାଇଟରେ ଝିଅମାନଙ୍କର ଫଟୋ, ରେଟ କାର୍ଡ଼ରେ ଲେଖାହେଇଥିଲା। ତଳ ଫ୍ଲୋରରେ ବଟନ ରୁମ୍ ପର୍ଯ୍ୟନ୍ତ କୋଲୁଥିଲା। ଝିଅମାନଙ୍କର “ମେନ୍ୟୁ କାର୍ଡ” ବନାଯାଇଥିଲା। ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ସହିତ ଚାପା ମରାଯାଇଛି। ଏହାକୁ ପରିବର୍ତ୍ତନ କରକି ରହିବି!”

ସୂଚନାଯୋଗ୍ୟଯେ, ଏଠାରେ ଛାପା ମରାଯିବା ପରେ ମେନ୍ୟୁକାର୍ଡ ଜବତ ହୋଇଛି ତାହା ଏତେ ଉତ୍ତେଜକ ଅଟେ ଯେ, ଏହାକୁ ପଢ଼ି ବୁଝାଯାଇପାରେ, କି ଏଠାରେ ଚାଲୁଥିଲା କିପରି ସେକ୍ସ ରାକେଟ୍। ଏଥିରେ ଉପରେ ଝିଅମାନଙ୍କର ଫଟୋ ଏବଂ ସେମାନେ ଦେଉଥିବା ସେବା ଏବଂ ରେଟ୍ ମଧ୍ୟ କାର୍ଡରେ ଲେଖା ହୋଇଥିଲା।

ଡିସିଡବ୍ଲ୍ୟୁ ଅଧ୍ୟକ୍ଷ ସ୍ଵାତି ମାଲୀୱାଲଙ୍କ ଅନୁସାରେ, ଦିଲ୍ଲୀ ପୁଲିସର ଟିମ ସହିତ ତାଙ୍କ ସଦସ୍ୟ ବୁରାଡ଼ୀରେ ୧୮ ପ୍ଲସ ବ୍ୟୁଟି ଟେମ୍ପଲ ସ୍ପା ରେ ପହଁଞ୍ଚିଲେ। ପୁଲିସ ଅଧିକାରୀଙ୍କ ସହିତ ଆୟୋଗର ଜଣେ ସଦସ୍ୟ ସେଠାରେ ଗ୍ରାହକ ବନିକରି ଏଣ୍ଟ୍ରି କରିଥିଲେ। ତାଙ୍କୁ ସେଠାରେ ଝିଅମାନଙ୍କର ଫଟୋ ଏବଂ ରେଟ ସ୍କ୍ରିନ ଉପରେ ଦେଖାଇ ଦିଆଯାଇଥିଲା।

ଏହା ପରେ ଟିମ ରୁମ ଗୁଡ଼ିକର ନିରୀକ୍ଷଣ କରିଥିଲେ। ସେଠାରେ ଛୋଟ-ଛୋଟ ରୁମ ଥିଲା। ସେଠାରେ ମଧ୍ୟ ଅନେକ ଆପତ୍ତିଜନକ ବସ୍ତୁ ଏବଂ ଅଶ୍ଲୀଳ ମେନୁ କାର୍ଡ ମିଲିଥିଲା। ୩ ଜଣ ଝିଅ କହିଲେ କି ସେମାନେ ଗ୍ରାହକ ଅଟନ୍ତି ଏବଂ ସେଠାରେ ସେକ୍ସ ରାକେଟ ଚାଲୁଛି। ସେଣ୍ଟରରେ ବଡ଼ ଲୁହା ଗେଟ ମିଳିଥିଲା। ଖୋଲିବାକୁ ହେଲେ ସେଣ୍ଟରର ପରିଚାଳକର ବଟନରେ ଖୋଲୁଥିଲା ଏବଂ ବନ୍ଦ ହେଉଥିଲା।

ଆୟୋଗ ଅନୁସାରେ, ସ୍ଥାନୀୟ ପୁଲିସ ୪ଜଣ ଝିଅଙ୍କ ସହିତ, ୩ ଜଣ ଗ୍ରାହକ ଏବଂ ରାକେଟ ଚଲାଉଥିବା ତିନିଜଣ ଲୋକଙ୍କୁ ଅଟକ ରଖିଛି। ପୁଲିସ ସିସିଟିଭି ମଧ୍ୟ ଜବତ କରିଛି କିଛି ଅଶ୍ଲିଳ ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ଡିସିଡବ୍ଲ୍ୟୁ ମୁତାବକ, ସ୍ଥାନୀୟ ପୁଲିସ ଏହି ମାମଲାରେ ପ୍ରଥମିକ ରିପୋର୍ଟ ଲେଖି ତଜନ୍ତ ଆରମ୍ଭ କରିଛି।

ସ୍ଵାତି ନିଜର ଏକ ଟ୍ଵିଟରେ ଲେଖିଛନ୍ତି, “DCW ରେ କ୍ରମାଗତଭାବେ ସ୍ପା ବିରୁଦ୍ଧରେ କମ୍ପ୍ଲେଂନ୍ ଆସୁଥିଲା। ୱେବସାଇଟରେ ଝିଅମାନଙ୍କର ଫଟୋ ଏବଂ ରେଟ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା! କ୍ରାଇମ ବ୍ରାଞ୍ଚକୁ ଧନ୍ୟବାଦ୍। ତୁରନ୍ତ ଆମର ସହାୟତା କଲେ ଏବଂ ଏହି ଅତ୍ୟନ୍ତ ଖରାପ ରାକେଟକୁ ଧରିଲେ। ସେମାନଙ୍କୁ ଜେଲ୍ ହେବା ଆବଶ୍ୟକ!

ଏକ ଅନ୍ୟ ଟ୍ଵିଟରେ ସ୍ଵାତି ଲେଖିଛନ୍ତି, “ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ ସହିତ DCW ବୁରାଡ଼ୀରେ ବଡ଼ ସେକ୍ସ ରାକେଟର ଭଣ୍ଡାଫୋଡ଼ କରିଛି। ‘୧୮ପ୍ଲସ ବ୍ୟୁଟି ଟେମ୍ପଲ ଟେମ୍ପଲ’ ସ୍ପାରେ ଛୋଟ ଛୋଟ ରୁମ୍ ଥିଲା ୪ ଜଣ ଝିଅଙ୍କ ସହିତ ୩ଜଣ କଷ୍ଟମର ସାଥିରେ ଥିଲେ! ସେଠାରେ କଣ୍ଡୋମ୍ ଏବଂ ମେନ୍ୟୁ କାର୍ଡ ମିଲିଛି ଯେଉଁଥିରେ ପ୍ରତ୍ୟେକ ପୋଜିସନରେ ସେକ୍ସ ପାଇଁ ରେଟ ଲେଖାଥିଲା! ଝିଅମାନଙ୍କୁ ମଧ୍ୟ ସ୍କ୍ରୀନରେ ରେଟ ସହିତ ଦେଖାଉଥିଲେ!”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.