Home ଓଡ଼ିଶା ସମ୍ବଲପୁର ଜିଲ୍ଲାରେ ଡ଼ାଲୁଅ ଋତୁରେ ବମ୍ପର ପରିମାଣର ଧାନ ସଂଗୃହୀତ: ପ୍ରାୟ ୨୫୮ କୋଟି ଟଙ୍କାର...

ସମ୍ବଲପୁର ଜିଲ୍ଲାରେ ଡ଼ାଲୁଅ ଋତୁରେ ବମ୍ପର ପରିମାଣର ଧାନ ସଂଗୃହୀତ: ପ୍ରାୟ ୨୫୮ କୋଟି ଟଙ୍କାର କାରବାର

127

ସମ୍ବଲପୁର, ୨୮/୦୬ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ୨୦୧୮-୧୯ ରବି ଋତୁର ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ନ ହୋଇଛି। ଏଥର ପୂର୍ବ ବର୍ଷ ଅପେକ୍ଷା ଅଧୀକ ଧାନ ସଂଗୃହୀତ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଗତ ରବ ବା ଡ଼ାଲୁଆ ଋତୁ ତୁଳନାରେ ୧ ଲକ୍ଷ ୯୧ ହଜାର କ୍ୱିଂଟାଲରୁ ଅଧିକ ପରିମାଣର ଧାନ ଚାଷୀ ମାନଙ୍କ ଠାରୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ସମବାୟ ସମିତି ଜରିଆରେ ଖରିଦ କରାଯାଇଛି। ଏଥର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭ ଶହ ପଚାଶ ଟଙ୍କା ଥିଲା। ୧୧ ହଜାର ୫୧୨ ଜଣ ଚାଷୀ ଧାନ ବିକ୍ରୀ କରିବା ପାଇଁ ପି-ପାସ ସିଷ୍ଟମରେ ନାମ ପଞ୍ଜିକରଣ କରାଇଥିଲେ। ଏମାନଙ୍କ ମଧ୍ୟରୁ ୧୦ ହଜାର ୭୪୭ ଜଣ ଚାଷୀ ଧାନ ବିକ୍ରୀ କରିଥିଲେ। ଚାଷୀ ମାନଙ୍କ ଠାରୁ ୧୪ କକ୍ଷ ୭୧ ହଜାର ୭୮୭ କ୍ୱିଂଟାଲ ୮୯ କିଲୋଗ୍ରାମ ଧାନ କିଣା ଯାଇଛି। ଚାଷୀ ମାନଙ୍କୁ ଧାନ ବାବଦକୁ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ୨୫୭ କୋଟି ୫୬ ଲକ୍ଷ ଟଙ୍କା ପଇଠ କରାଯାଇଛି। ଏଥର ବାଇଶଟି ପ୍ରାଥମିକ ସେବା ସମବାୟ ସମିତି ଓ ତିନୋଟି ଲେମ୍ପ୍ସ ରେ ଧାନ ଖରିଦ କରାଯାଇଥିଲା। ୫୨ ଟି ରାଇସ ମିଲର ଖରିଫ ଋତୁର ଧାନ ସଂଗ୍ରହ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ଗତ ବର୍ଷର ରବି ଋତୁରେ ଜିଲ୍ଲାର ପଞ୍ଜିକୃତ ୧୦୪୯୯ ଜଣ ଚାଷୀଙ୍କ ମଧ୍ୟରୁ ୯୬୫୭ ଜଣ ଧାନ ବକ୍ରୟ କରୀଥିଲେ। ଏମାନଙ୍କ ଠାରୁ ୧ ଶହ ୯୮ କୋଟି ୩୮ ଲକ୍ଷ ୩୯ ହଜାର ୮୮୫ ଟଙ୍କାର ୧୨ ଲକ୍ଷ ୭୯ ହଜାର ୮୯୬ କ୍ୱିଂଟାଲ ଶତୁରୀ କିଲୋଗ୍ରାମ ଧାନ ଖରିଦ କରାଯାଇଥିଲା ପ୍ରକ୍ରୀୟା ସମ୍ପୂର୍ଣ୍ଣ ହୋଇଛି।

ହେଲେ ଜିଲ୍ଲାର କେତୋଟି ସ୍ଥାନରେ ଏ ବର୍ଷ ଅନାବୃଷ୍ଟି ଓ ମରୁଡ଼ି ପରିସ୍ଥିତି ଯୋଗୁଁ ୨୦୧୭-୧୮ ଖରିଫ ତୁଳନାରେ ଗତ ୨୦୧୮-୧୯ ର ଖରିଫ ଧାନ ସଂଗ୍ରହ ପରିମାଣ ହ୍ରାସ ପାଇଥିଲା। ବର୍ଷର ଖରିଫ ଋତୁରେ ଜିଲ୍ଲାର ୩୮୯୦୩ ଜଣ ଚାଷୀଙ୍କ ଠାରୁ ୨୯ ଲକ୍ଷ ୬୦ ହଜାର ୬୫୨ କ୍ୱିଣ୍ଟାଲଧାନ ସଂଗ୍ରହ କରାଯାଇଛି। ୫୧୮କୋଟି ୧୧ ଲକ୍ଷ ୪୧ ହଜାର ଟଙ୍କା ରୁ ଅଧିକ ପ୍ରାପ୍ୟ ଚାଷୀମାନଙ୍କୁ ଧାନ ବାବଦରେ ସେମାନଙ୍କ ନିଜ ନିଜ ବ୍ୟାଙ୍କ ଜମାଖାତାକୁ ଅନ୍ଲାଇନରେ ପୈଠ କରାଯାଇଥିଲା। ଏଥିରେ ୪୬ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ବା ପେକ୍ସ ଜରିଆ ରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପାଇଁ ଜିଲ୍ଲାର ୫୪ଟି ରାଇସ ମିଲ ପକ୍ଷରୁ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯାଇଥିଲା। ଉକ୍ତ ଋତୁରେ ୪୪ ହଜାର ଜଣ ଚାଷୀଙ୍କ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ।

ତେବେ ଗତ ୨୦୧୭-୧୮ ବର୍ଷ ଖରିଫ ଋତୁରେ ଚଳିତ ଖରିଫ ଋତୁଠାରୁ ଅଧିକ ଧାନ ସଂଗ୍ରହ କରାଯାଇଥିଲା। ଗତଥର ୩୫ ହଜାର ୫୦୬ ଜଣ ଚାଷୀ ୨୯ ଲକ୍ଷ ୬୪ ହଜାର କ୍ୱିଣ୍ଟାଲରୁ ଅଧିକ ପରିମାଣର ଧାନ ବିିଭିନ୍ନ ମଣ୍ଡିରେ ଯୋଗାଣ ନିଗମକୁ ବିକ୍ରି କରିଥିଲେ। ଏ ବାବଦରେ ସେମାନଙ୍କୁ ୪୫୯ କୋଟି ଟଙ୍କାରୁ ଅଧିକ ପରିମାଣର ପ୍ରାପ୍ୟ ଅନଲାଇନରେ ପୈଠ କରାଯାଇଥିଲା। ହେଲେ ୪୨ ହଜାର ୧୪୯ ଜଣ ଚାଷୀ ନାମ ପି-ପାସ୍ ଜରିଆରେ ପଞ୍ଜିକରଣ କରାଇଥିଲେ। ସେଥର ୪୪ଟି ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିଲା। ଏଥିରେ ୫୬ଟି ରାଇସ ମିଲର୍ସ ଅଂଶ ଗ୍ରହଣ କରିତଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.