Home ଓଡ଼ିଶା ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୯୪ ହଜାର ହେକ୍ଟର ଜମିରେ ଖରିଫ ଫସଲ କରଯିବ :...

ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ୯୪ ହଜାର ହେକ୍ଟର ଜମିରେ ଖରିଫ ଫସଲ କରଯିବ : ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ

151

ସମ୍ବଲପୁର, ୨୮/୬ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ଓ ଏଥିରେ ଅନିୟମିତତା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଜୁଲାଇ ମାସରେ ଭଲ ବର୍ଷା ଆଶା କରିଛନ୍ତି। ଏହି ବର୍ଷା ଜାରି ରହିଲେ ଜୁନ୍ ମାସର ଅଭାବୀ ପରିମାଣକୁ ଏହା ଭରଣ କରିବ ବୋଲି ଆଶା କରାଯାଉଛି। ମେ ଓ ପରେ ଜୁନ୍ ମାସରେ ଆବଶ୍ୟକ ପରିମାଣର ବର୍ଷା ନହେବାରୁ ବିଶେଷ କରି ଅଣ ଜଳସେଚିତ ଅଚଂଳରେ ପହ୍ଲା ପକାଇବା ଓ ବୁଣା କାର୍ଯ୍ୟ ଯୋର ଧରିପାରିନାହିଁ।

ଚଳିତ ଖରିଫ ଋତୁରେ ସମ୍ବଲପୁର ଜିଲ୍ଳାର ୧୯୪୦୦୦ ହେକ୍ଟରରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯିବ। ତନ୍ମଧ୍ୟରୁ ୧୦୩୨୦୦ ହେକ୍ଟର ଜମିରେ ଉଚ୍ଚ ଅମଳକ୍ଷମ ଧାନକୁ ମିଶାଇ ୧୦୬୯୭୦ ହେକ୍ଟର ଜମିରେ ଭିନ୍ନ ଭିନ୍ନ କିସମର ଧାନ ଫସଲ କରାଯିବାକୁ ସ୍ଥିର କରାଯାଇଛି। ସେହିଭଳି ୩୬୭୦ ହେକ୍ଟର ଜମିରେ ହାଇବ୍ରିଡ ଓ ୧ ଶହ ହେକ୍ଟର ଜମିରେ ପାରମ୍ପାରିକ ଧାନ ଚାଷ କରାଯିବ।ÿ ହେଲେ ଚକଡ଼ା ପୋକ ଓ ବିଭନ୍ନ ରୋଗର ପ୍ରାଦୂର୍ଭାବର ପ୍ରତିରୋଧ ପାଇଁ ଚଳିତ ଖରିଫ ଋତୁରେ ବୈଜ୍ଞାନିକ ପଦ୍ଧତିରେ ଧାନ ଚାଷ କରିବା ସକାଶେ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ୩୫ ହଜାର ହେକ୍ଟର ଜମିରେ ଡାଲିଜାତୀୟ, ୧୩୧୧୦ ହେକ୍ଟର ଜମିରେ ତୈଳବୀଜ, ୨୭୪୦୦ ହେକ୍ଟର ଜମିରେ ପନିପରିବା, ୭୩୭୦ ହେକ୍ଟର ଜମିରେ ମସଲା ଜାତୀୟ ଫସଲ କରାଯିବାକୁ ଚଳିତ ଖରିଫରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜିଲ୍ଲାରେ ଏଥର ଚାଳିଶ ହେକ୍ଟର ଜମିରେ ଆଖୁ ଚାଷ କରାଯିବ।

ଏବେ ଚାଷ କାର୍ଯ୍ୟ ଉଭୟ ଧାନ ଓ ଅଣଧାନ ଫସଲ ପାଇଁ ପ୍ରାଥମିକ କାର୍ଯ୍ୟ ସ୍ୱାଭାବିକ ଭାବେ ଜାରି ରହିଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଧାନ ବୁଣା ଓ ପହ୍ଲା ରୋପଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି କୃଷି ବିଭାଗ କର୍ତ୍ତୃପକ୍ଷ ପୂର୍ବାନୁମାନ କରିଛନ୍ତି।

ଗତ ଖରିଫ ଋତୁରେ ୧୯୩୬୬୪ ହେକ୍ଟର ଜମିରେ ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବା ବେଳେ ଏଥର ୧୯୪୦୦୦ ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଚାଷୀମାନଙ୍କୁ ବିହନ ବିତରଣ ପୂର୍ବରୁ ବିକ୍ରୟ ଜାଗାରୁ ୧୦୦ଟି ନମୁନା ସଂଗ୍ରହ କରାଯାଇ ଗୁଣାତ୍ମକମାନ ଯାଂଚଞ୍ଚ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି। ଏଥର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ଓ ଘରୋଇ ବିକ୍ରେତାଙ୍କ ଜରିଆରେ ୧୪୫୯୪ କ୍ୱିଂଟାଲ ବିହନ ବିତରଣ କରାଯିବ। ଏଥିରେ ୧୪୫୧୦ କ୍ୱିଂଟାଲ ବିଭିନ୍ନ କିସମର ଧାନ ବିହନ ରହିଛି। ସାର ଓ କୀଟନାସକର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଓ ଅପମିଶ୍ରିତ ଦ୍ରବ ବିକ୍ରୟକୁ ରୋକିବା ସକାଶେ ବିକ୍ରୟ କେନ୍ଦ୍ର ତଥା ରେଳ ରେକରେ ହିଁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଛି। ସାରର ସୁରକ୍ଷିତ ବ୍ୟବହାର ପାଇଁ ଗ୍ରାମ ପଂଚାୟତ ସ୍ତରରେ କୃଷକ ସାଥୀ ଓ ଚାଷୀ ମାନଙ୍କୁ ତାଲିମ ଦିଆଯିବ।

୨୦୧୯-୨୦ ରୁ ୨୦୧୩-୨୪ ପାଂଚ ବର୍ଷିଆ ଯୋଜନାରେ ଚଳିତ ବର୍ଷର ଯୋଜନାରେ ୧୮୯୨୯ ରେ ଖରିଫ ରେ ୧୧୩୬୦ ଟି ମୃତିକା ସ୍ୱାସ୍ତ୍ୟ କାର୍ଡ଼ ପ୍ରସ୍ତୁତ କରାଯିବ। ସେହିପରି ଚଳିତ ବର୍ଷ ଖରିଫ ଋତୁରେ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଟାନ ପକ୍ଷରୁ କୃଷି ବିଭାଗ ସହାୟତାରେ ସ୍ୱତନ୍ତ୍ର କିସମର ଧାନ ଚାଷ ବାବଦରେ ଜିଲ୍ଲାର ଛଅଟି ବ୍ଲକ ଯଥା ; ଧନକଉଡ଼ା, ନାକ୍ଟିଦେଉଲ, ରେଂଗାଲି, ଜୁଜୁମୁରା, ଜମନକିରା ଓ ରେଢାଖୋଲ ବ୍ଲକରେ ନୂଆ ଧାନ ଫସଲ ପ୍ରତି ଚାଷୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଯୋଜନା କରାଯାଇଛି। ଗତ ଖରିଫ ଋତୁରେ ଜିଲ୍ଲାରେ ୨୬୮.୨୩ କୋଟି ଟଙ୍କାର କୃଷି ଋଣ ବିତରଣ କରାଯାଇଥିବା ବେଳେ ଚଳିତ ଖରିଫରେ ୩୦୫ କୋଟି ଟଙ୍କାର ଋଣ କେବଳ ସମବାୟ ଜରିଆରେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା କୃଷି ନୀତି ପ୍ରଣୟନ ବୈଠରେ ନିଷ୍ପତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନକୁ ସମ୍ବଲପୁର ଜିଲ୍ଲାରେ ଏଥର ଭାରତୀୟ କୃଷି ବୀମା କମ୍ପାନୀ (ଏଆଇସି) ଜରିଆରେ କାର୍ଯ୍ୟକାରୀ କରାଯିବ। ଚାଷୀ ମାନଙ୍କ ଅବଗତି ପାଈଁ ଯୋଜନାର ସଂଶୋଧିତ ବିଷୟକୁ ପହଂଚାଇବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିରେ ଆଧାର ନମ୍ବର ସଂଯୋଗକୁ ବାଧ୍ୟତା ମୂଳକ କରାଯିବା ସହିତ ସମସ୍ତ ଦେୟ ଓ ପ୍ରାପ୍ୟକୁ ପ୍ରତ୍ୟକ୍ଷ୍ୟ ରାଶି ହସ୍ତାନ୍ତର ବା ଡ଼ିବିଟି ଜରିଆରେ କରାଯିବ ବୋଲି ମଧ୍ୟ ଧାର୍ଯ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.