Home ଆନ୍ତର୍ଜାତୀୟ ୟୁକେ ଓଡିଶା ସୋସାଇଟିର ୪୧ ତମ ବାର୍ଷିକ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ୟୁକେ ଓଡିଶା ସୋସାଇଟିର ୪୧ ତମ ବାର୍ଷିକ ଅଧିବେଶନରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

137

ଲଣ୍ଡନ ୨୯-୮ (ଓଡ଼ିଆ ପୁଅ) ଓଡିଶା ସୋସାଇଟି ଅଫ ୟୁକେର ୪୧ ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଅନଲାଇନ ଯୋଗେ କଳାକାର ମାନଙ୍କ ଦ୍ୱାରା ପରିବେଷିତ ମନମୋହକ ସଂରଚନା ଗୁଡିକୁ ଦର୍ଶକମାନେ ବେଶ ଆଦୃତ କରିଥିଲେ। ବେଶେଷ ଆକର୍ଷଣ ମଧ୍ୟରେ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିନୀ, ନୂଆଖାଇ ଭେଟଘାଟ, ଆମ ଖଟି, ସ୍ପୋର୍ଟଜ଼ କ୍ୱିଜ଼, ଓଡିଶୀ ନୃତ୍ୟ, ଯୋଗ ଅଧ୍ୟାୟ, ଭଜନ ସମାରୋହ, ପାଲା, ଚକୁଳିଆ ପଣ୍ଡା ଗାୟନ ଓ ଲଘୁ ସଂଗୀତ ଆଦି ଅନ୍ତର୍ଭୁକ୍ତ ଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ବିଶ୍ୱଭରି ଦେଖଣାହାରୀ ଓ ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିବା ବିଶିଷ୍ଟ କଳାକାର ମାନଙ୍କ ମଧ୍ୟରେ ସୁସ୍ମିତା ଦାସ ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲଘୁ ସଂଗୀତ ପରିବେଷଣ, ପ୍ରଜ୍ଞା ସାହୁଙ୍କ ଦ୍ୱାରା ଡେଂସା ଲୋକନୃତ୍ୟ, କୋଟପାଟ କଳା ବିକାଶ କେନ୍ଦ୍ର ଦ୍ୱାରା ଲୋକ ନୃତ୍ୟ, ଶରଣ ଓ ଚରଣ ଭାଇନାଙ୍କ ଦ୍ୱାରା ଚକୁଳିଆ ପଣ୍ଡା ଗାୟନ, ଜଗବନ୍ଧୁ ମୁଦୁଲି ଓ ସାଥୀଙ୍କ ଦ୍ୱାରା ଭଜନ, ଶ୍ରୀଚରଣ ମହାନ୍ତିଙ୍କ ଦ୍ୱାରା ପାରମ୍ପରିକ ପାଲା, କବି ସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗଙ୍କର ସ୍ୱରଚିତ କବିତା ପାଠ, ନୂଆଖାଇ ଭେଟଘାଟ ରେ ସମ୍ବଲପୁରର ଦିଲ୍ଲୀପ ପଣ୍ଡା ଓ ଯୋଗେଶ ଯୋଜ ଉପସ୍ଥାପନା, ରକ କର୍ଣ୍ଣରରେ ଶ୍ରୀ ରୋନା, ଶୁଭ୍ରାସୋନ ସମୀର ଓ ତନ୍ମୟ ମିଶ୍ରଙ୍କର ଯୋଗଦାନ ଆଦି ସାମିଲ ଥିଲା।

ଏହା ବ୍ୟତୀତ ଆମଖଟିରେ ରହିମ ଖାଁଙ୍କର ପାନ ଦୋକାନରେ ଚୌଧୁରୀ ଜୟପ୍ରକାଶ ଦାସ, ପ୍ରବୀଣ ପଣ୍ଡା ଏବଂ ସ୍ମୃତିରଞ୍ଜନ ମହାନ୍ତିଙ୍କର ରମ୍ୟ ଉପସ୍ଥିତି ବେଶ ଉଚ୍ଚ କୋଟିର ଥିଲା।

ସର୍ବୋପରି ସମ୍ମିଳନୀ ରେ ଚଳଚିତ୍ର ଜଗତର ତାରକା ମନୋରଞ୍ଜନକାରୀଙ୍କ ମଧ୍ୟ ରେ କୁନା ତ୍ରିପାଠୀ, ଅଭିଜିତ ମଜୁମଦାର, ସ୍ୱୟଂ ପାଢ଼ୀ ଓ ଉଦୟନ ଅପରାଜିତଙ୍କର ଯୋଗଦାନ ବେଶ ଉତ୍ସାହପ୍ରଦ ଥିଲା।

କ୍ରୀଡା ଜଗତରୁ ଏହି ସମ୍ମିଳନୀ ରେ ଆରିହୀନ ସିଂହା, ରଶ୍ମି ପରିଡା ଏବଂ ବିପ୍ଳବ ସାମନ୍ତରାୟ ଯୋଗଦାନ କରିଥିଲେ। ଓଡିଶା ର ସୁସ୍ଵାଦ ବ୍ୟଞ୍ଜନ ପ୍ରସ୍ତୁତି କରିବାରେ ମାଷ୍ଟର ଶେଫ ଅବିନାଶ ନାୟକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସମ୍ମିଳନୀ ଅବସର ରେ ମୁଖ୍ୟ ଅତିଥି ଓଡିଶା ବିଧାନ ସଭା ର ବାଚସ୍ପତି ଡ଼କ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସମଗ୍ର ପୃଥବୀ ରେ ମାଗଣା ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଊଦିଷ୍ଟ ଗୁରୁକୁଳ ପ୍ରଶିକ୍ଷଣ ପ୍ରଣାଳୀର ବେଇବ୍ସାଇଟ www.gurukuleducation.online କୁ ଉଦ୍ଘାଟନ କରିଥିଲେ।ଏହି ଉତ୍ସବ ରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ଓଡ଼ିଆ ମାନଙ୍କର ପରମ୍ପରା ବିଦେଶରେ ବି କିପରି ପାଳିତ ହେଉଛି ତାର ଭୁରି ଭୁରି ପ୍ରସଂଶା କରିଥିଲେ। ସମଗ୍ର ଆଯୋଜନ ର ସୁପରିଚାଳନା ଓଏସୟୁକେ ର ସଭାପତି ସୁମନ୍ତ ମାନସିଂ, ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ଦୁଇ ସାଂସ୍କୃତିକ ସମ୍ପାଦକ ଡ଼କ୍ଟର ଭାଗ୍ୟଶ୍ରୀ ସିଂ ଏବଂ ଡାକ୍ତର ସଂଯୁକ୍ତା ବ୍ରହ୍ମା ପ୍ରମୁଖ କରିଥିଲେ। ସ୍ମୃତି ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା ଓ ଉପସ୍ଥାପନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.