Home ଓଡ଼ିଶା ବଲାଙ୍ଗୀର ଜିଲ୍ଲାରେ ସଟଡାଉନ ବଳବତ୍ତର ରହିଛି, ଜନଶୂନ୍ୟ ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ସଟଡାଉନ ବଳବତ୍ତର ରହିଛି, ଜନଶୂନ୍ୟ ବଲାଙ୍ଗୀର

164

ବଲାଙ୍ଗୀର, ୧୩/୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟର ମୁଖ୍ୟ ୧୧ଗୋଟି ଜିଲ୍ଲା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସଟଡାଉନ ବଳବତ୍ତର ରହିଛି। ଗତ ଚାରୋଟି ପର୍ଯ୍ୟାୟ ଲକଡାଉନ ଅତିକ୍ରମ ପରେ ବର୍ତ୍ତମାନ ଅନଲକ ର ପାଳି। ଏଥି ମଧ୍ୟରେ ଅନେକ କଟକଣା କୋହଳ ହୋଇଥିବା ବେଳେ ଆଜି ସକାଳୁ ସହରର ଅନେକ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ସହ କେବଳ ଜରୁରି କାଳୀନ ସେବା ବ୍ୟତୀତ ସହରର ସମସ୍ତ ରାସ୍ତା ଘାଟରେ ଯାତାୟାତ ନ ହୋଇ ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳୁଛି। ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବ ନେଇ ନିଶ୍ଚିତ ଭାବରେ ବଲାଙ୍ଗୀର ଜନସାଧାରଣ ଭୟଭୀତ ଅବସ୍ଥାରେ ଗତିକରୁଥିବା ବେଳେ ଏଭଳି ସପ୍ତାହର ଦୁଇ ଦିନ ଲେଖାଏଁ ସଟଡାଉନ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରି ସମାଜ ତଥା ନିଜକୁ ସୁରକ୍ଷିତ ରଖିବା ପ୍ରୟାସ ଜାରି ରଖିଥିବା ଅନୁଭୂତ ହେଉଛି। ଏଥିର ଅଦିନିଆ ବର୍ଷା ଜନ ସାଧାରଣଙ୍କ ଅନ୍ୟ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ବର୍ଷା ଜାରି ରହିଥିବା ବେଳେ ରାସ୍ତା ଘାଟ ସମ୍ପୂର୍ଣ୍ଣ ରୂପେ ଜନ ଶୂନ୍ୟ ହୋଇ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.