Home ଜିଲ୍ଲା ପରିକ୍ରମା ୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ : ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ...

୨ ଦିନରେ ଆଉ ୬ ଆକ୍ରାନ୍ତ ଚିହ୍ନଟ : ପାରମ୍ପରିକ ଉତ୍ସବ ଉପରେ କଟକଣା ଜାରିକଲେ ଜିଲ୍ଲାପାଳ

146

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ଓ ଆଜି ୨ ଦିନରେ ମୋଟ ୬ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ ହୋଇଛନ୍ତି । ଗତକାଲି ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୩୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୨୨ଜଣ ଚିକିତ୍ସାଧିନ ରହିଛିନ୍ତି । ଗତକାଲି ଚିହ୍ନଟ ଆକ୍ରାନ୍ତ ବାସୁଦେବପୁର ବ୍ଳକର ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଅଧିବାସୀ । ଅଧିକ ଆକ୍ରାନ୍ତ ହେବାର ସମ୍ଭାବନାକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୋବିନ୍ଦପୁର ପଞ୍ଚାୟତକୁ ବଫରଜୋନ ଓ ଗୋବିନ୍ଦପୁର ଗ୍ରାମକୁ ୧୪ଦିନ ପାଇଁ କଣ୍ଟେନମେଣ୍ଟଜୋନ ଘୋଷଣା କରିଛନ୍ତି । ଆଜି ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ସେଣ୍ଟରରୁ ୩ଜଣ, ଜଣେ ବନ୍ତ ବ୍ଲକ ଷେଣ୍ଢତୀରା ଗ୍ରାମ ସ୍ଥିତ କୋବିଡ଼ କେୟାର ସେଣ୍ଟରର ଓ ଅନ୍ୟ ଜଣେ ଭଣ୍ଡାରିପୋଖରୀ ବ୍ଳକ ମହୁରା ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର ଅନ୍ତେବାସୀ । ଏମାନେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ ଓ ନୂଆଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟର, କୋବିଡ କେୟାର ସେଣ୍ଟର ଓ ଆଇସୋଲେସନ ସେଣ୍ଟରରେ ରହୁଥିଲେ । ଚିହ୍ନଟ ସମସ୍ତ ସେଣ୍ଟର ଗୁଡିକ ପୂର୍ବରୁ କଣ୍ଟେନମେଣ୍ଟ କଟକଣାରେ ଥିବାରୁ ଜିଲ୍ଲାପାଳ ଡ. ଦାସ ଏହାର ସମୟସୀମା ଆଉ ୧୪ ଦିନକୁ ବୃଦ୍ଧି କରିଛନ୍ତି । ଏହା ବ୍ୟତୀତ ଜିଲ୍ଲାପାଳ ଡ. ଦାସ ରଜ ପର୍ବ ଜନିତ ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି । ଜୁନ ୩୦ ତାରିଖ ମଧ୍ୟରେ ସମସ୍ତ ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସମସ୍ତ ସ୍ଥାନରେ ଦୁଇ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ । ଏହାଛଡା ଦୋକାନ ବଜାର, ମାର୍ଟ, ମଲ ଆଦିକୁ ପରିଷ୍କାର ରଖିବା ସହିତ ନିୟମିତ ସାନିଟାଇଜିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଗ୍ରାହକ ଏବଂ ଦୋକାନୀ ମାସ୍କ ପରିଧାନ ଓ ହାତ ସାନିଟାଇଜ କରିବାକୁ ବାଧ୍ୟ । ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ମାସ୍କ ପିନ୍ଧି ନ ଥିବା ଘଟଣା ସ୍କ୍ୱାର୍ଡ, ସରକାରୀ ଅଧିକାରୀ କିମ୍ବା କାହା ଦ୍ୱାରା ଅଭିଯୋଗର ପ୍ରମାଣ ହୁଏ ତେବେ ଉକ୍ତ ଦୋକାନକୁ ବିନା କୌଣସି ନୋଟିସରେ ୧୫ ଦିନ ପାଇଁ ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ଡ. ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ଜନସାଧାରଣ ମାନିବା ପାଇଁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.