Home ଜିଲ୍ଲା ପରିକ୍ରମା କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ : କାନ୍ତକବି ମଂଚପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା...

କାନ୍ତକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସରକାରୀ ପ୍ରୟାସକୁ ସ୍ୱାଗତ : କାନ୍ତକବି ମଂଚପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ସଭା

88

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରେରଣାଦାୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ସେଦିନ କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତ ଓ ଭାରତ ବାହାରେ ଥିବା ପ୍ରତ୍ୟେକଟି ପ୍ରବାସୀ ଓଡ଼ିଆ ଏହି କାଳଜୟୀ ସଂଗୀତକୁ ଗାନ କରି ନିଜକୁ ଅତ୍ୟନ୍ତ ଧନ୍ୟ ଓ କୃତାର୍ଥ ମନେ କରିଥିଲେ । ପରେ ଗତ ୭ ତାରିଖ ଦିନ କ୍ୟାବିନେଟ୍ ବୈଠକରେ ଏହି ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରାଯାଇଥିଲା । ଏଥିସହିତ ସରକାର କାନ୍ତକବିଙ୍କ ନିଜ ଜନ୍ମମାଟିରେ ତାଙ୍କର ସ୍ମୃତିରକ୍ଷା ଲାଗି ଦେଢକୋଟି ଟଙ୍କାର ପ୍ୟାକେଜ ମଧ୍ୟ ଇତିମଧ୍ୟରେ ଘୋଷଣା କରିସାରିଛନ୍ତି । କାନ୍ତକବିଙ୍କ ସ୍ମୃତିରକ୍ଷା ନେଇ ସରକାରଙ୍କ ଏସବୁ ସାମଗ୍ରୀକ ପ୍ରୟାସକୁ ଭଦ୍ରକବାସୀଙ୍କ ପକ୍ଷରୁ ସ୍ୱାଗତ କରଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ କାନ୍ତକବି ମଂଚ ପକ୍ଷରୁ ଆଜି ଭାଗବତ କଲ୍ୟାଣ ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମଂଚର ଆବାହକ ଲକ୍ଷ୍ମୀଧର ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ତାଙ୍କ ବକ୍ତବ୍ୟରେ ରାଜ୍ୟ ସଂଗୀତର ସ୍ରଷ୍ଠାରଙ୍କ ସ୍ମୃତିରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କାନ୍ତକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉଦ୍ୟାନ ଓ ନାଟମଣ୍ଡପ ତିଆରି ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ସେହିପରି ଭଦସ୍ରକ ସାସଂଦ ମଂଜୁଲତା ମଣ୍ଡଳ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇବା ସହ କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ପ୍ରାକ୍ତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ତାଙ୍କ ବକ୍ତବ୍ୟରେ କାନ୍ତକବିଙ୍କ ସ୍ମୃତିରକ୍ଷା ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ରୋ. ଅତିଶ ବେହେରା, ଶିଳ୍ପ ଓ କବି ଅଶୋକ ମହାନ୍ତି, ସାମ୍ବାଦିକ ହରିହର ନାୟକ, ସମାଜସେବୀ ରୋଟାରିଆନ ଶିଶିର ମିଶ୍ର, ସାମ୍ବାଦିକ ରବିନାରାୟଣ ଖିଲାର, ବିଏସ୍‌ଏସ୍‌ର ସଂଜିତ ନାୟକ ଓ କବି ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କବି ତଥା ଯଶସ୍ୱୀ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଜାତିର ଗୌରବ ଓ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ । ଆଜକୁ ଦୀର୍ଘ ୧୦୮ ବର୍ଷ ପୂର୍ବେ ରଚିତ ଏହି ସଂଗୀତକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିବାରୁ ସେ ନିଶ୍ଚୟ ଧନ୍ୟବାଦର ପାତ୍ର ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଭାରେ ସଂସ୍କୃତି, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାସଂଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି ସଭାରେ ମତପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.