Home ଆନ୍ତର୍ଜାତୀୟ ଆଶ୍ଚର୍ଯ୍ୟ,ଅବିଶ୍ୱାସନୀୟ:ମୃତ ବାଳିକା ଶରୀରରେ ରକ୍ତ!ମୁଣ୍ଡରେ ଉକୁଣୀ!

ଆଶ୍ଚର୍ଯ୍ୟ,ଅବିଶ୍ୱାସନୀୟ:ମୃତ ବାଳିକା ଶରୀରରେ ରକ୍ତ!ମୁଣ୍ଡରେ ଉକୁଣୀ!

1197

ନୂଆଦିଲ୍ଲୀ:ଦୁନିଆରେ ବେଳେବେଳେ ଏପରି କିଛି ଅଦ୍ଭୁତ ଖବରମାନ ସାମ୍ନାକୁ ଆସିଥାଏ ଯାହା ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସନୀୟ ଲାଗିଥାଏ।ଜଣେ ମୃତ ବାଳିକାର ଶରୀରରେ ରକ୍ତ ବୋହିବା ଏବଂ ମୁଣ୍ଡରେ ଉକୁଣୀ ରହିବା ନିଶ୍ଚିତ ଆଶ୍ଚର୍ଯ୍ୟ,ଅବିଶ୍ୱାସନୀୟ।ତାହା ପୁଣି ୫୦୦ ବର୍ଷ ତଳେ ମୃତ୍ୟୁ ବରଣ କରି ସାରିଥିବା ଜଣେ ବାଳିକାର!

୧୯୯୯ ମସିହାରେ ବୈଜ୍ଞାନିକମାନଙ୍କୁ ଆର୍ଜେଣ୍ଟିନାର ଏକ ଆଗ୍ନେୟଗିରି ନିକଟରୁ ୧୫ବର୍ଷୀୟା ଜଣେ ନାବାଳିକାଙ୍କ ମୃତଦେହ(ମମି) ମିଳିଥିଲା।ମୃତଦେହ ମିଳିବା ପରେ ଦାବି କରାଗଲା କି ଏହି ନାବାଳିକାଙ୍କୁ ୫୦୦ବର୍ଷ ପୂର୍ବେ ସମାଧି ଦିଆଯାଇଥିଲା।ଯେତେବେଳେ କି ବାଳିକାଟିର ମୃତଦେହ ଦେଖିଲେ ତା’ର ମୃତ୍ୟୁ କିଛି ଦିନ ପୂର୍ବରୁ ହୋଇଥିଲା ଭଳି ଜଣା ପଡୁଥିଲା।ତାପମାତ୍ରା ଖୁବ୍ କମ ଥିବା କାରଣରୁ ବାଳିକାର ଶରୀର,କେଶ ଓ ଚର୍ମ ଆଦି ସାଧାରଣ ରହିଥିଲା।ବାଳିକାର ମୃତଦେହ ସହିତ ବୈଜ୍ଞାନିକମାନଙ୍କୁ ସୁନା,ରୁପା ଓ ପୋଷାକ ବି ଘଟଣାସ୍ଥଳରୁ ମିଳିଥିଲା।ତେବେ,ବୈଜ୍ଞାନିକମାନେ ବାଳିକା ଶରୀରରେ ରକ୍ତ ବୋହିବା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ବାଳିକାଟିର ମୁଣ୍ଡରେ ଉକୁଣୀ ଜୀବିତ ଥିବା ସହ ଯଷ୍ମାର ବ୍ୟାକ୍ଟେରିଆ ବି ବାଳିକା ଶରୀରରୁ ମିଳିଥିଲା।ଏସବୁ ଦେଖି ବୈଜ୍ଞାନିକ ମାନେ ଆଶ୍ଚର୍ଯ୍ୟ ଯାଇଥିଲେ କି ଏପରି କେମିତି ହୋଇପାରେ?ତାହା ଏବେ ରହସ୍ୟ ଘେରରେ ରହିଛି।ଏଯାବତ୍‌ କିଛି ସ୍ପଷ୍ଟ ହୋଇ ପାରିନାହିଁ।ଏହା ପୂର୍ବରୁ କୌଣସି ବି ମମିରେ ଏଭଳି ମିଳି ନଥିଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.