Home ଅପରାଧ ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ, ୭ କୋଟି ୩୦ଲକ୍ଷ...

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ, ୭ କୋଟି ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡି

468

ମାଲକାନଗିରି, ୬ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଓପ୍ରବଣ ଚିତ୍ରକୋଣ୍ଡା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉକରି ଗତ ୨ଦିନମଧ୍ୟରେ ୭ କୋଟି ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କରିଛନ୍ତି। ଆଜି ସକାଳେ ସ୍ୱାଭିମାନ ଅଞ୍ଚଳର ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ଥାନାସ୍ଥ ଚନ୍ଦ୍ରମଣ୍ଡଳ, ବାଗିର ଗୁଡା, ଡାଇକ ୩, ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୨୩ ଏକର ଜମିରୁ ୩୨୦୦ ଟି ଗଞ୍ଜେଇ ଗଛ ଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି। ଏହି ଗଞ୍ଜେଇ ଗଛର ସରକାରି ମୂଲ୍ୟ ୩କୋଟି ୨୨ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି। ଠିକ ସେହିପରି ଗତକାଲି ଚିତ୍ରକୋଣ୍ଡା ଥାନାସ୍ଥ ମାଓପ୍ରବଣ ଡାଇକ ୨ ଅଞ୍ଚଳରେ ୪କୋଟି ୮ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡିଥିବାର ଜଣାପଡିଛି। ଗତ ଦୁଇଦିନ ମଧ୍ୟରେ ମାଓପ୍ରବଣ ଚିତ୍ରକୋଣ୍ଡା ଅଞ୍ଚଳର ୫ଟି ସ୍ଥାନରୁ ୭ କୋଟି ୩୦ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି। ଜିଲ୍ଲା ଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ୍ଇନସ୍ପେକ୍ଟର ଏଚ.ଜଗାରାଓ, ଦିଲୀପ ନାୟକ, ରାଜୁ ଖିତି, ଦିନେଶ କୁମାର, ସି.ଏଚ.ଖରା, ଜେମସ ସାହୁ, ଅମର ମହାପାତ୍ର, ଆର.ସି. ହନ୍ତାଳ, ପି.ନାଗେଶ, ଏସ. ମହାନ୍ତି, ଏସ. ମାଝି, ପି. ନାୟକ, କର୍ମଚାରି ମାନେ ଏହି ଚଢାଉରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.