Home ଜିଲ୍ଲା ପରିକ୍ରମା କୋଲାବିରାବ୍ଲକରେ ରେ ଧାନକିଣା ; ୯ ଚାଷୀଙ୍କ ଠାରୁ ୧୦୫୬ ବସ୍ତା ଧାନକ୍ରୟ

କୋଲାବିରାବ୍ଲକରେ ରେ ଧାନକିଣା ; ୯ ଚାଷୀଙ୍କ ଠାରୁ ୧୦୫୬ ବସ୍ତା ଧାନକ୍ରୟ

253

କୋଲାବିରା, ୬।୧ (ଓଡ଼ିଆ ପୁଅ/ନିଶିତ୍ ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକରେ ଚଳିତ ଖରିଫ ଚାଷ ପାଇଁ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ଦିନରେ କୋଲାବିରା ସମାସିଂହା, ପରମାଣପୁର ଏବଂ ଝିଲ୍ଲାପାଲି ସମବାୟ ସମିତି ଜରିଆରେ କ୍ରୟ କରାଯାଇଥିବା ବେଳେ ଶୁକ୍ରବାର ଦ୍ୱିତିୟ ଦିବସରେ କୋଲାବିରା ସେବାସମବାୟ ସମିତି ପକ୍ଷରୁ କୋଲାବିରା ଅଂଚଳର ୯ ଜଣ ଚାଷୀଙ୍କ ଠାରୁ ୧୦୫୬ ବସ୍ତା ଧାନ କ୍ରୟ କରିଛି। ଧାନକିଣାର ପ୍ରଥମ ଦିବସରେ କୋଲାବିରା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଶୁଭ ଦିଆଯାଇ ଧାନ କିଣା ଆରମ୍ଭ କରାଯାଇଥିଲା। କୋଲାବିରା ଏବଂ ତରେଇକେଲା ଅଂଚଳରୁ ୬ ଜଣ ଚାଷୀଙ୍କ ଠାରୁ ୧୭୩ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ସେହିପରି ସମାସିଂହା ସମବାୟ ସମିତିରେ ୬୨ଜଣ ଚାଷୀଙ୍କ ଠାରୁ ସର୍ବାଧିକ ୨୩୨୦ କ୍ୱିଂଟାଲ, ପରମାଣପୁର ଠାରେ ୭ଜଣ ଚାଷୀଙ୍କ ଠାରୁ ୧୮୦ କ୍ୱିଂଟାଲ, ଏବଂ ଝିଲ୍ଲାପାଲି ସମବାୟ ସମିତ ପକ୍ଷରୁ ୩୫ ଜଣ ଚାଷୀଙ୍କ ଠାରୁ୨ହଜାର କ୍ୱିଂଟାଲ ଧାନ କିଣାଯାଇଥଲା। ସୂଚନାନୁଯାୟୀ କୋଲାବିରା ବ୍ଲକର ୪ଟି ସମବାୟ ସମିତିକୁ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯୧୫୦ କ୍ୱିଂଟାଲ ଧାନ କ୍ରୟ ଲକ୍ଷ୍ୟ ଦିଆଯାଇଛି। ଏଥିରେ କୋଲାବିରାକୁ ୧୧ହଜାର୪ଶହ, ସମାସିଂହାକୁ ୧୩ହଜାର ୬୫୦, ପରମାଣପୁରକୁ୮ହଜାର ୧ଶହ, ଏବଂ ଝିଲ୍ଲାପାଲିକୁ ୧୬ ହଜାର କ୍ୱିଂଟାଲ ଧାନ କ୍ରୟ ଲକ୍ଷ ଦିଆଯାଇଛି। କୋଲାବିରା ସେବା ସମବାୟ ସମିତି ପକ୍ଷରୁ ପ୍ରତ୍ୟେକ ସପ୍ତାହର ମଙ୍ଗବାର ଓ ଶୁକ୍ରବାର, ସମାସିଂହା ସମବାୟ ସମିତିରେ ପ୍ରତ୍ୟେକ ସପ୍ତାହର ସୋମବାର ଓ ଉପକେନ୍ଦ୍ର ସୋଢାମାଲ ବୁଧବାର ଏବଂ କୁଲିହାମାଲ ପାଇଁ ପ୍ରତ୍ୟେକ ଶନିବାର ଧାନକ୍ରୟ ପାଇଁ ଦିବସ ଧାର୍ଯ୍ୟକରାଯାଇଛି। ସେହିପରି ପରମାଣପୁରରେ ସୋମବାର ଏବଂ ବୁଧବାର, ଝିଲ୍ଲାପାଲି ସମିତିରେ ମଙ୍ଗଲବାର ଓ ଶନିବାର, ଏହାର ଉପକେନ୍ଦ୍ର ଲୁଡୁଙ୍ଗରେ ସୋମବାର ଧାନ କ୍ରୟ ପାଇଁ ଦିବସ ଧାର୍ଯ୍ୟ କରାଯାଇଛି।। ତାଛଡା ଧାନ ଯଦି ଏଫକ୍ୟୁ ମାନର ନହୁଏ ତେବେ ଭଳ ଧାନ ବାହାରି ଥାଏ ତେବେ କୁଇନଟାଲ ପ୍ରତି୨.୫ କିଲୋଗ୍ରାମ କଟନୀ ହେବ ବୋଳି ଘୋଷଣା କରାଯାଇଛି। ସେହିପରି ଧାନର ମାନ ଅତ୍ୟନ୍ତ ଖରାପ ଥିଲେ ଚାଷୀ ଓ ମିଲର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା କରାଯାଇ ଧାନ କଟନୀର ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଛି। ଚାଷୀଙ୍କ ଧାନ କେବଳ ସୋସାଇଟିରେ ଓଜନ ହେବ ଓ ବିନା ଓଜନରେ ଚାଷୀଙ୍କ ଧାନ ମିଲକୁ ଯିବନାହିଁ ବୋଳି ଚାଷୀ ପ୍ରତିନିଧି ଓ ଅଧିକାରୀ ସହମତି ଜଣାଇଛନ୍ତି। ଚଳିତ ବର୍ଷ ଗୋଟିଏ ପଟେ ବର୍ଷାଭାବ ଯୋଗୁଁ ଜିଲ୍ଲାରେ ଚାଷ ଉଜୁଡି ଯାଇଛି ଓ ମରୁଡି ହୋଇଥିବା ସରକାରୀ ସରକାରୀ ଭାବେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଫଳରେ ସରକାର ଏହି ଜିଲ୍ଲାକୁ ମରୁଡି ଷୋଷଣା କରିଥିଲେ। ଏପଟେ ଚାଷୀଙ୍କୁ ଏକର ପିଛା ୧୩ କ୍ୱିଂଟାଲ ଧାନ ବିକ୍ରି କରିବାକୁ ନିୟମ ପ୍ରଣୟନ କରାଯାଇଛି। ଯଦି ଏକର ପିଛା ଚାଷୀ ୧୩ କ୍ୱିଂଟାଲ ଧାନ ବିକ୍ରୟ କରେ ତେବେ ଜିଲ୍ଲାରେ ମରୁଡି ଘୋଷଣା ମିଥ୍ୟା ପ୍ରମାଣିତ ହେବ ବୋଲି ଚାଷୀ ମାନଙ୍କର ଧାରଣା ସୃଷ୍ଟି ହୋଇଛି। ଏଥିପାଇଁ ଚାଷୀମାନେ ଏକର ପିଛା ୧୩ କ୍ୱିଂଟାଲ ପ୍ରତିବଦଳରେ ୫କ୍ୱିଂଟାଲ କରିବାକୁ ଦାବି କରିଛନ୍ତି। ଧାନର ସର୍ବନିମ୍ନ ମୁଲ୍ୟ ୧୭୫୦ ଟଙ୍କା ଓ ଗ୍ରେଡ ଏ କିସମର ଧାନର ମୁଲ୍ୟ ୧୭୭୦ ଟଙ୍କା ସରକାରୀ ଭାବରେ ଧାର୍ଯ୍ୟ କରାଯାଇଛି। ଅନ୍ୟ ପକ୍ଷରେ ଗତ ୧୧ ତାରିଖ ସର୍ବତ୍ର ଅଚାନକ ବର୍ଷା ହେବା ଫଳରେ ଖଳାରେ ଥିବା ଧାନଗଦା ଭିଜି ଯାଇଥିଲା। ଭିଜି ଯାଇଥିବା ଧାନକୁ ଶୁଖାଇ ସେଥିରୁ ଭଲ ଧାନ ସଂଗ୍ରହ କରି ବସ୍ତାରେ ଭରିବା ପରେ ବିକ୍ରିକରିନପାରି ଚାଷୀଙ୍କ ଧାନ ଘର ବାରଣ୍ଡା, ଖଳା ଓ ବିଳରେ ପଡିରହିଛି। ଆବଶ୍ୟକ ସ୍ଥାନର ଅଭାବ ଯୋଗୁଁ ଚାଷୀ ଧାନ ଗଚ୍ଛିତ କରି ରଖିବାରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛି। ତେଣେ ଧାନକିଣାରେ ବିଲମ୍ବ ଯୋଗୁଁ ଚାଷୀ ଦଲାଲଙ୍କ ହାତରେ କମ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.